Odisha news

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍-ଫର୍ଷ୍ଟ ଏଆଇ ଷ୍ଟାକ୍’ର ରୂପରେଖ ପ୍ରଦର୍ଶିତ

0
– ସ୍ୱଦେଶୀ ଏବଂ ସ୍ୱାଧୀନ (ସୋଭରେନ୍) ଏ ଇକୋସିଷ୍ଟମ୍ ଉପରେ ଜୋର
– ଗ୍ରୀନ୍ ଡାଟା ସେଣ୍ଟରରୁ ଭାରତୀୟ ଭାଷା ଯାଏଁ ସମ୍ପୂର୍ଣ୍ଣ ଭ୍ୟାଲ୍ୟୁ ଚେନ୍ ଉପରେ କେନ୍ଦ୍ରିତ
ନୂଆଦିଲ୍ଲୀ, ୧୮ ଫେବୃଆରୀ ୨୦୨୬: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ଏହାର ‘ନେସନ୍-ଫର୍ଷ୍ଟ ଏଆଇ ଷ୍ଟାକ୍’ ର ରୂପରେଖ ପ୍ରଦର୍ଶିତ କରିଛି। କମ୍ପାନୀ ପ୍ରାୟୋଗିକ ଭାବରେ ଏହାକୁ ‘ଜିଓ ଏଆଇ ଷ୍ଟାକ୍’ ଭାବେ ନାମକରଣ କରିଛି ଏବଂ କମ୍ପାନୀ ଅନୁଯାୟୀ ଏହାକୁ ଭାରତର ଆବଶ୍ୟକତା ଏବଂ ବିଶାଳ ଚାହିଦାକୁ ଧ୍ୟାନରେ ରଖି ବିକଶିତ କରାଯାଉଛି। ‘ଜିଓ ଇଣ୍ଟେଲିଜେନ୍ସ’ ଅଧୀନରେ ବିକଶିତ ହେଉଥିବା ଏହି ଷ୍ଟାକ୍ କେବଳ ଡାଟା ସେଣ୍ଟର ଯାଏଁ ସୀମିତ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ (ଫୁଲ୍-ଷ୍ଟ୍ୟାକ୍) ଏଆଇ ଇକୋସିଷ୍ଟମ୍ ଭାବେ ପ୍ରସ୍ତୁତ ହେଉଛି।
‘ଜିଓ ଏଆଇ ଷ୍ଟାକ୍’ରେ ଗିଗାୱାଟ୍ ସ୍ତରର ଗ୍ରୀନ୍ ଡାଟା ସେଣ୍ଟର, ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟିଂ ବ୍ୟବସ୍ଥା, ପ୍ଲାଟଫର୍ମ ଏବଂ ଫ୍ରେମୱର୍କ, ଭାରତୀୟ ଭାଷା ଆଧାରିତ ଡାଟା ଫାଉଣ୍ଡେସନ୍, ବହୁଭାଷୀ ଇଣ୍ଟେଲିଜେନ୍ସ ଲେୟର୍ ଏବଂ ବିଭିନ୍ନ କ୍ଷେତ୍ର ପାଇଁ ଆପ୍ଲିକେଶନ୍ ସମ୍ମିଳିତ ଅଛି। ଦେଶରେ ମଲ୍ଟି-ଗିଗାୱାଟ୍ ଏଆଇ ଡାଟା ସେଣ୍ଟର ବିକଶିତ କରାଯାଉଛି, ଯାହା ଶତ ପ୍ରତିଶତ ଗ୍ରୀନ୍ ଏନର୍ଜିରେ ଚାଲିବଏବଂ ଯାହାଦ୍ୱାରା ଜାତୀୟ ସ୍ତରରେ ଦୀର୍ଘସ୍ଥାୟୀ ଏଆଇ କ୍ଷମତା ଗଠନ କରାଯିବ।
‘ଜିଓ ଏଆଇ ଷ୍ଟାକ୍’କୁ ଏକ ‘ସ୍ୱାଧୀନ’ ଏଆଇ ଇକୋସିଷ୍ଟମ୍ ଭାବେ ପ୍ରସ୍ତୁତ କରାଯାଇଛି, ଅର୍ଥାତ ଏହା ଦେଶରେ ବିକଶିତ ହେବ ଏବଂ ଜାତୀୟ ଆବଶ୍ୟକତାନୁସାରେ ପରିଚାଳିତ ହେବ। କମ୍ପାନୀର ସୂଚନା ଅନୁଯାୟୀ, ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, କ୍ଷୁଦ୍ର ବ୍ୟବସାୟ ଏବଂ ଦୈନନ୍ଦିନ ସେବାରେ ଏଆଇ ଆଧାରିତ ସମାଧାନ ବିକଶିତ କରାଯାଇପାରିବ।
କମ୍ପାନୀ ଅନୁଯାୟୀ, ଜିଓ ଏଆଇ ଷ୍ଟାକ୍ ର ମୁଖ୍ୟ ଲକ୍ଷ୍ୟ ହେଉଛି ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତାକୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ, ଯେପରିକି ଏଣ୍ଟରପ୍ରାଇଜ୍ ଏବଂ ସରକାରୀ ସଂସ୍ଥାମାନଙ୍କ ପାଇଁ ସୁଲଭ ଏବଂ ସହଜଲବ୍ଧ କରିବା। ଏହା ଅଧୀନରେ ଭାରତୀୟ ଭାଷାଗୁଡ଼ିକୁ ବୁଝିବା ଏବଂ ସ୍ଥାନୀୟ ଆହ୍ବାନଗୁଡ଼ିକର ସମାଧାନ ପ୍ରସ୍ତୁତ କରିବାରେ ସକ୍ଷମ ଏଆଇ କ୍ଷମତା ଉପରେ ବିଶେଷ ଜୋର ଦିଆଯାଇଛି।
ସ୍ଥାନୀୟ ପରିପ୍ରେକ୍ଷୀରେ ବିକଶିତ ଇଣ୍ଟେଲିଜେନ୍ସ ପାଇଁ ବ୍ୟାପକ ଭାରତୀୟ ଭାଷାର ଡାଟା ସେଟ୍ ପ୍ରସ୍ତୁତ କରାଯାଉଛି। ସେହିପରି ସୁରକ୍ଷିତ, ବହୁଭାଷୀ ଭଏସ୍ ଏଆଇ ଏବଂ ଏଜେଣ୍ଟିକ୍ ପ୍ଲାଟଫର୍ମ ଉପରେ କାମ ଚାଲିଛି, ଯାହା ଦ୍ୱାରା ବ୍ୟବହାରକାରୀ ନିଜ ଭାଷାରେ ସହଜ ଏଆଇ ସମ୍ବାଦ କରିପାରିବେ।
ବିଶେଷଜ୍ଞମାନଙ୍କ ଅନୁଯାୟୀ, ଭାରତରେ ଏଆଇ ଅଗ୍ରଗତି କେବଳ ପ୍ରଯୁକ୍ତି କ୍ଷମତାରେ ସୀମିତ ନୁହେଁ; ବରଂ ଡାଟା ସ୍ୱାଧୀନତା, ଶକ୍ତି କ୍ଷମତା, ଭାଷାଗତ ବିବିଧତା ଏବଂ ବ୍ୟାପକ ଉପଲବ୍ଧତା ଭଳି ପ୍ରମୁଖ ବିଷୟଗୁଡିକ ସହ ଜଡ଼ିତ। ଏପରି ପରିସ୍ଥିତିରେ, ଜିଓ ଏଆଇ ଷ୍ଟାକ୍ ପରି ମଡେଲ୍‌ଗୁଡ଼ିକର ଦେଶର ଦୀର୍ଘମିଆଦୀ ଡିଜିଟାଲ୍ ଏବଂ ଆର୍ଥିକ ଉନ୍ନତିରେ ଅବଦାନ ରହିବ ବୋଲି ଆଶା କରାଯାଉଛି।
Leave A Reply