‘ସିଆଇଆଇ ସମ୍ବଲପୁର ଇନିସିଏଟିଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
କୋଇଲା, ଉର୍ଜା, ଶିକ୍ଷା ଏବଂ ଟେକ୍ସଟାଇଲର ସମନ୍ୱୟରେ ନୂତନ ଭାରତର ବିକାଶ ଯାତ୍ରାରେ ଭାଗିଦାରୀ ହେବ ସମ୍ବଲପୁର - ଧର୍ମେନ୍ଦ୍ର ପ୍ରଧାନ
• ସେଣ୍ଟ୍ରାଲ ଲାଇବ୍ରେରୀ ଠାରେ ‘ସିଆଇଆଇ ଏଜୁକେସନ ଟୁ ଏମ୍ପ୍ଲୟମେଣ୍ଟ କ୍ୟାରିୟର ଲାଉଞ୍ଜ’ ଶୁଭାରମ୍ଭ
• ସମ୍ବଲପୁର ଠାରେ ‘ସିଆଇଆଇ ନ୍ୟାସନାଲ କୌଶଳ କେନ୍ଦ୍ର’ ଉଦଘାଟିତ
• ଓଡ଼ିଶାରେ ଉଦ୍ୟମିତାର ବିକାଶ ପାଇଁ ‘ଓଡ଼ିଶା ଏଣ୍ଟ୍ରପ୍ରିନରସ ଡେଭଲପମେଣ୍ଟ ଫୋରମ’ ଏବଂ ‘ସିଆଇଆଇ ସେଲ୍ ମାଇକ୍ରୋ ଏବଂ ସ୍ମଲ ଏଣ୍ଟ୍ରପ୍ରିନରସ ପ୍ରୋଜେକ୍ଟ’ର ଶୁଭାରମ୍ଭ
• କୃଷି, ମତ୍ସ୍ୟ ଏବଂ ଦୁଗ୍ଧ ଜୀବିକା ପ୍ରଣାଳୀର ବଜାରଭିତ୍ତିକ ରୂପାନ୍ତରଣ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ
• ସମ୍ବଲପୁରର ରିଙ୍ଗ ରୋଡ ଓ ଇଣ୍ଡଷ୍ଟ୍ରିଆଲ ପ୍ଲଟ୍ ପ୍ରସ୍ତୁତି କରିବା ଲକ୍ଷ୍ୟ ଉପରେ ଆଲୋଚନା
• ଆତିଥେୟତା କ୍ଷେତ୍ରର ବିକାଶ ପାଇଁ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ
• ଆମକୁ ଏଆଇ ଏବଂ ନୂତନ ଡିଜିଟାଲ୍ ଜ୍ଞାନକୌଶଳକୁ ଆପଣାଇବାକୁ ହେବ
ସମ୍ବଲପୁର/ହୀରାକୁଦ, ଫେବୃୟାରୀ ୧୫ – କୋଇଲା, ଉର୍ଜା, ଶିକ୍ଷାନୁଷ୍ଠାନ ଏବଂ ସମୃଦ୍ଧ ଟେକ୍ସଟାଇଲ ପରମ୍ପରାର ସମନ୍ୱୟରେ ସମ୍ବଲପୁର ନୂତନ ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ପୂର୍ବ ଭାରତର ପରବର୍ତ୍ତୀ ‘ଗ୍ରୋଥ୍ ଇଞ୍ଜିନ’ ଭାବେ ଉଭା ହେବ ବୋଲି ଆଜି ସମ୍ବଲପୁରରେ ‘ସିଆଇଆଇ ସମ୍ବଲପୁର ଇନିସିଏଟିଭ୍’ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶିଳ୍ପ ଜଗତ, ପ୍ରଶାସନ ଏବଂ ଜନପ୍ରତିନିଧିମାନଙ୍କ ସହ ଆୟୋଜିତ ଏକ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେବା ସହ ସମ୍ବଲପୁରର ଶିଳ୍ପ ବିକାଶ, ଯୁବଶକ୍ତିର ସଶକ୍ତିକରଣ ଏବଂ ଆଗାମୀ ଦିନର ରୋଡମ୍ୟାପ୍ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋକପାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର କେବଳ ପ୍ରାକୃତିକ ସମ୍ପଦର କେନ୍ଦ୍ର ନୁହେଁ, ବରଂ ଏହା ମାନବ ପ୍ରତିଭା, ନବସୃଜନ ଏବଂ ଉଦ୍ୟମିତାର ଏକ ସୁଦୃଢ଼ ଭୂମି । କୋଇଲା, ଶକ୍ତି, ଉନ୍ନତ ଶିକ୍ଷାନୁଷ୍ଠାନ, ସମୃଦ୍ଧ ଟେକ୍ସଟାଇଲ ପରମ୍ପରା ଏବଂ ବିକଶିତ ହେଉଥିବା ଔଦ୍ୟୋଗିକ ଭିତ୍ତିଭୂମି ସହ ଏହି ଅଞ୍ଚଳ ଆଗାମୀ ଦିନରେ ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ‘ଗ୍ରୋଥ୍ ଇଞ୍ଜିନ’ ଭାବେ ଉଭା ହେବାକୁ ଯାଉଛି । ରାଜ୍ୟ ସରକାର କଟକ-ଭୁବନେଶ୍ୱର-ପାରାଦୀପ-ପୁରୀକୁ ପ୍ରଥମ ‘ଇକୋନୋମିକ ଜୋନ’ ଭାବେ ଗଠନ କରିବା ପାଇଁ ପଦକ୍ଷେପ ନେଉଥିବା ବେଳେ ରାଜ୍ୟର ଦ୍ୱିତୀୟ ଅର୍ଥନୈତିକ ଜୋନ୍ ଭାବେ ସୁନ୍ଦରଗଡ଼-ଝାରସୁଗୁଡ଼ା-ସମ୍ବଲପୁର-
ସମ୍ବଲପୁରର ନୂତନ ରୂପାନ୍ତରଣ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ସହରର ଗମନାଗମନ ସୁବିଧା ପାଇଁ ପାଖାପାଖି ୫୦ କିଲୋମିଟର ବିଶିଷ୍ଟ ଏକ ଆଉଟର ରିଙ୍ଗ ରୋଡ୍ ନିର୍ମାଣ ହେଉଛି । ଏହା ସହିତ ଭବିଷ୍ୟତର ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇଣ୍ଡଷ୍ଟ୍ରିଆଲ ପ୍ଲଟ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ମନ୍ତ୍ରୀ ଶ୍ରୀ ପ୍ରଧାନ ବିଶେଷ ଭାବେ ଦକ୍ଷତା ବିକାଶ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ଆଧୁନିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ କେବଳ ପୁରୁଣା ପଦ୍ଧତିରେ କାର୍ଯ୍ୟ କଲେ ହେବ ନାହିଁ, ବରଂ ସ୍ଥାନୀୟ ଯୁବକମାନଙ୍କୁ ନୂତନ କାପାସିଟି ଏବଂ ଟାଲେଣ୍ଟ ମାଧ୍ୟମରେ ବିଶ୍ୱସ୍ତରୀୟ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବାକୁ ହେବ । ସମ୍ବଲପୁରର ସାଂସ୍କୃତିକ ଓ ଅର୍ଥନୈତିକ ଗୁରୁତ୍ୱ ରହିଥିବା ବେଳେ ଏଠାରେ ଦେବ୍ରିଗଡ଼ ପରି ପର୍ଯ୍ୟଟନ ସ୍ଥଳୀ ଏବଂ ହସ୍ପିଟାଲିଟି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି । ଶିଳ୍ପ, ଦକ୍ଷତା ଏବଂ ସନ୍ତୁଳିତ ବିକାଶ ସହ ସମ୍ବଲପୁର ନୂତନ ଭାରତର ବିକାଶ ଯାତ୍ରାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କେତେକ ପ୍ରମୁଖ ସିଆଇଆଇ ସେଣ୍ଟର ଇନିସିଏଟିଭ୍ର ଶୁଭାରମ୍ଭ କରିଥିଲେ । ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ଲାଇବ୍ରେରୀ ଠାରେ ‘ସିଆଇଆଇ ଏଜୁକେସନ ଟୁ ଏମ୍ପ୍ଲୟମେଣ୍ଟ (ଇଟୁଇ) କ୍ୟାରିୟର ଲାଉଞ୍ଜ’ ଏବଂ ସମ୍ବଲପୁର ଠାରେ ‘ସିଆଇଆଇ ନ୍ୟାସନାଲ କୌଶଳ କେନ୍ଦ୍ର’ର ଉଦଘାଟନ କରାଯାଇଛି । ଏଥିସହିତ ଓଡ଼ିଶାରେ ଉଦ୍ୟମିତାର ବିକାଶ ପାଇଁ ‘ଓଡ଼ିଶା ଏଣ୍ଟ୍ରପ୍ରିନରସ ଡେଭଲପମେଣ୍ଟ ଫୋରମ’ ଏବଂ ‘ସିଆଇଆଇ ସେଲ୍ ମାଇକ୍ରୋ ଏବଂ ସ୍ମଲ ଏଣ୍ଟ୍ରପ୍ରିନରସ ପ୍ରୋଜେକ୍ଟ’ର ମଧ୍ୟ ଶୁଭାରମ୍ଭ ହୋଇଛି । କୃଷି, ମତ୍ସ୍ୟ ଏବଂ ଦୁଗ୍ଧ ଜୀବିକା ପ୍ରଣାଳୀର ବଜାରଭିତ୍ତିକ ରୂପାନ୍ତରଣ ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଏବଂ ସିଆଇଆଇ ଫୁଡ୍ ଆଣ୍ଡ ଏଗ୍ରିକଲଚର ସେଣ୍ଟର ଅଫ୍ ଏକ୍ସଲେନ୍ସ (ଫେସ) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ।