ବଙ୍ଗଳାଦେଶ କ୍ରିକେଟ ବୋର୍ଡର ବାହାରିବ ମଜା, ICC ର ସ୍ୱତନ୍ତ୍ର ଟିମ ଯିବ ବଙ୍ଗଳାଦେଶ, T 20 ୱାର୍ଲଡ କପ କୁ ନେଇ ହେବ ଶେଷ ନିଷ୍ପତି, ଏବେ କଣ ନିଷ୍ପତି ନେବ ବଙ୍ଗଳାଦେଶ କ୍ରିକେଟ ବୋର୍ଡ, କଣ ନିଜ ଦେଶର ଖେଳାଳି ଙ୍କୁ କହିବ ଟି 20 ବିଶ୍ୱକପ ଖେଳିବା ପାଇଁ ନା ଓହରିଯିବ ବିଶ୍ୱକପ ରୁ ? ଏଭଳି କିଛି ଅନିଶ୍ଚିତତା ଭିତରେ ICC ର ଗୋଟିଏ ଉଚସ୍ତରିୟ ପ୍ରତିନିଧିମଣ୍ଡଳ ଆସନ୍ତା ୨ଦିନ ମଧ୍ୟରେ ବଙ୍ଗଳାଦେଶ ଗସ୍ତ କରିବେ, ଏହି ସମୟରେ ICC ର ପ୍ରତିନିଧିମଣ୍ଡଳ BCB ର ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତକାରିବେ , ଯେଉଁଥିରେ ମୁଖ୍ୟ ମୁଦ୍ଦା ରହିବ ଆଗାମୀ ଟି 20 ବିଶ୍ୱକପ କ୍ରିକେଟ l
ବଙ୍ଗଳାଦେଶ ଫେବୃଆରୀ ୭ତାରିଖ ରେ ଆରମ୍ଭ ହେବାକୁ ଥିବା ଟି 20 ବିଶ୍ୱକପ ରେ ଭାରତରେ ଖେଳିବ ନାହିଁ ବୋଲି ମନାକରି ଦେଇଛି, ଏହି ସମସ୍ତ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମୁସ୍ତାଫାଇଜୁର ରହମାନ ଙ୍କୁ ଇଣ୍ଡିଆନ ପ୍ରିମିଆର ଲିଗ ୨୦୨୬ ର କଣ୍ଟ୍ରାକ୍ଟ ସମାପ୍ତ କରିଦେଇଥିଲା, ମୁସ୍ତାଫାଇଜୁର ଙ୍କୁ IPL ରୁ ରିଲିଜ କରାଯିବାକୁ ନେଇ ବଙ୍ଗଳାଦେଶ ରେ ଅସନ୍ତୋଷ ଦେଖିବାକୁ ମିଳିଥିଲା, ଏବଂ ଏହାର ଜବାବ ରେ BCB ଜବାବ ରେ ଉତର ଦେଇ ICC କୁ ଚିଠି ଲେଖି କହିଥିଲା ଯେ ବଙ୍ଗଳାଦେଶ ଟି 20 ୱାର୍ଲଡକପ ୨୦୨୬ ପାଇଁ ଭେନ୍ୟୁ ପରିବର୍ତ୍ତନ କରିବାର ଦାବି କରିଥିଲା, ଏବଂ ବଙ୍ଗଳାଦେଶ ରେ IPL ପ୍ରସାରଣ ରେ ରୋକ ଲଗାଇଥିଲା l
ଏହି ବୈଠକ ରେ ମୁଖ୍ୟ ଭାବରେ ICC ଟି 20 ବିଶ୍ୱକପ ୨୦୨୬ ରେ ବଙ୍ଗଳାଦେଶ ର ମ୍ୟାଚ କେଉଁ ଦେଶରେ ରହିବ, ତାହାକୁ ନେଇ ଚର୍ଚା ହେବ, ବଙ୍ଗଳାଦେଶ ରେ ସମସ୍ତ ଗୃପ ଷ୍ଟେଜ ମ୍ୟାଚ ଭାରତରେ ସିଡ୍ୟୁଲ ରହିଛି, କିନ୍ତୁ ବଙ୍ଗଳାଦେଶ ସୁରକ୍ଷା ଚିନ୍ତାର ଦ୍ୱାହି ଦେଇ ଭାରତ ବଙ୍ଗଳାଦେଶ ପାଇଁ ଅସୁରକ୍ଷିତ ଅଟେ l ତେଣୁ BCB ICCକୁ ଅନୁରୋଧ କରିଥିଲା କି ବଙ୍ଗଳାଦେଶ ର ମ୍ୟାଚ ଗୁଡିକୁ ଶ୍ରୀଲଙ୍କା ସିଫ୍ଟ କରାଯିବ , ଜାନୁଆରୀ ୧୩ ରେ ICC ର ଭିଡିଓ କର୍ଣ୍ଣଫରେନ୍ସ ଜରିଆରେ BCB ସହିତ ହୋଇଥିଲା, ଏବଂ ICC ନିଜ ଜିଦି ରେ ଅଟଳ ରହିଥିଲା l