Odisha news

ଇରାନ ରେ ୨୬ ବର୍ଷୀୟ ବ୍ୟବସାୟୀ ଙ୍କୁ ପବ୍ଲିକ ପ୍ଲେସ ରେ ଫାଶୀ ଦିଆଗଲେ ଆମେରିକା କରିବ ମିଶାଇଲ ଆକ୍ରମଣ : ଟ୍ରମ୍ପ  

0

ପ୍ରତିଶୋଧ ବହ୍ନି ରେ ଜଳୁଛି ଇରାନ , ଟ୍ରମ୍ପଙ୍କ ପ୍ରତିଶୋଧ ନେବ ସାଧାରଣ ଜନତାଙ୍କ ନିକଟରୁ, ଟ୍ରମ୍ପଙ୍କ ଦଣ୍ଡ ଭୋଗିବେ ସାଧାରଣ ନାଗରିକ , ପବ୍ଲିକ ପ୍ଲେସ ରେ ଜିଅନ୍ତା ଟାଙ୍ଗିବେ ୨୬ ବର୍ଷୀୟ ବ୍ୟବସାୟୀଙ୍କୁ  l  ହଁ ଆଜ୍ଞା ବର୍ତମାନ ଆମେରିକାର ଧମକ ଇରାନ କୁ ହେଉଛି ବେଅସର , ନିଜ ଦେଶରେ ପ୍ରୋଟେଷ୍ଟ ଅଟକାଇବା ପାଇଁ ପବ୍ଲିକ ପ୍ଲେସ ରେ ଫାସୀ ଦେବାପାଇଁ କରୁଛି ପ୍ରସ୍ତୁତି l ଅଳ୍ପ କିଛି ଘଣ୍ଟା ପରେ ଜଣେ ୨୬ ବର୍ଷୀୟ ବ୍ୟବସାୟୀଙ୍କୁ ଇରାନ ସରକାର ସାଧାରଣ ଜନତାଙ୍କ ସମ୍ମୁଖ ରେ ଫାସୀ ଦେବେ l

ଦେଶରେ ଇସ୍ଲାମିକ ଶାସନ ବିରୁଦ୍ଧରେ ଉପଦ୍ରଵ ଚାଲିଥିବା ସମୟରେ ଏଭଳି ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି l ଦେଶରେ ଆର୍ଥିକ ସଙ୍କଟ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ବର୍ତମାନ ହିଂଶକ ସଙ୍କଟର ଉପୁଜିଛି l ବର୍ତମାନ ସୁଧା ୨୦୦୦ ଉର୍ଧ୍ଵ ସାଧାରଣ ଲୋକ ମୃତ୍ୟୁବରଣ କରିସାରିଛନ୍ତି l ଏହି ୨୬ ବର୍ଷୀୟ ପ୍ରଦର୍ଶନକାରୀ ଯିଏକି ପ୍ରଥମ ବ୍ୟକ୍ତି ହୋଇଥିବେ ଯାହାଙ୍କୁ ସାଧାରଣ ଲୋକଙ୍କ ମଧ୍ୟରେ ଫାସୀ ଦିଆଯିବ l

ଆମେରିକା ଏହାକୁ ନେଇ ଚେତାବନୀ ଦେଇଛି ଯେ ଯଦି ଇରାନ ଏପରି କଲା ଏହାର ପରିଣାମ ଭୋଗିବାକୁ ପଡିବ l ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଇରାନ ରେ ଲୋକେ ପ୍ରଦର୍ଶନ ଜାରି ରଖିଛନ୍ତି, ସାହାଯ୍ୟ ତାଙ୍କ ନିକଟରେ ପହଁଚୁଛି l ସୂଚନା ଯୋଗ୍ୟ ଯେ ଆମେରିକା ଇରାନ ଉପରେ ଏୟାର ଷ୍ଟ୍ରାଇକ ମଧ୍ୟ କରିପାରେ l

ଇରାନ ରେ ପ୍ରଦର୍ଶନକାରୀ ପ୍ରଦର୍ଶନ କରୁଥିବା ସମୟରେ ୮ ଜାନୁଆରୀ ରେ ଇରଫାନ ସୁଲତାନୀ ନାମକ ୨୬ ବର୍ଷୀୟ ବ୍ୟବସାୟୀଙ୍କୁ ଧରା ଯାଇଥିଲା , ଏବଂ ଗିରଫ କରି ଯନ୍ତ୍ରଣା ଦିଆଯାଉଛି l ଏବଂ ତାଙ୍କୁ ଗିରଫ କରିବାର ୩ଦିନ ପରେ ତାଙ୍କ ପରିବାରକୁ କୁହାଯାଇଥିଲା ଯେ ତାଙ୍କୁ ଫାସୀ ଦିଆଯିବ, ବର୍ତମାନ ୧୦ ହଜାର ରୁ ଉର୍ଧ୍ଵ ପ୍ରଦର୍ଶନକାରୀ ଙ୍କୁ ଗିରଫ କରାଯାଇ ରଖାଯାଇଛି , ଇରାନ ର ନିୟମ ଅନୁସାରେ ଏଭଳି ପ୍ରଦର୍ଶନ ଆଲାହା ଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ସହିତ ସମାନ l

ଇରାନ  ର ସମୟ ଅନୁସାରେ ସୁଲତାନୀ ଙ୍କୁ ସକାଳ ସମୟରେ ଫାଶୀ ଦିଆଯିବ, ଏବଂ ଫାଶୀ ର ୧୦ ମିନିଟ ପୂର୍ବରୁ ତାଙ୍କ ପରିବାର କୁ ସେ ସାକ୍ଷାତ କରିପାରିବେ l ତାଙ୍କୁ ତାଙ୍କ ଘରୁ ୮ତାରିଖ ଦିନ ଗିରଫ କରାଯାଇଥିଲା l ପ୍ରଥମେ ଗିରଫ କରାଗଲା, ଏହାପରେ ବିନା କୌଣସି କାରଣରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଗଲା l ମାନବାଧିକାର ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ମଧ୍ୟରେ ଭୟ ଦେଖାଇବା ପାଇଁ ସୁଲତାନି ଙ୍କୁ ଇରାନ ସରକାର ଫାଶୀ ଦେବେ l

ଟ୍ରମ୍ପ ଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଯଦି ସୁଲତାନି ଙ୍କୁ ଫାଶୀ ଦିଆଗଲା ତେବେ ଆମେରିକା କଠୋର ପଦକ୍ଷେପ ନେବ, ଏବଂ ବର୍ତମାନ ପେଣ୍ଟଗାନ ରୁ ଦୂରରୁ ମିସାଇଲ ଆକ୍ରମଣ ମଧ୍ୟ ଆମେରିକା କରିବ l  ଆମେରିକା ନିଜ ଦେଶର ନାଗରିକ ଙ୍କୁ ଇରାନ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି l

Leave A Reply