ଇରାନ ରେ ସୁପ୍ରିମ ଲିଡର ଅଲି ଖମେନେଇ ଙ୍କ ବିରୁଦ୍ଧରେ ଚାଲିଛି ଜବରଦସ୍ତ ପ୍ରଦର୍ଶନ, ଏବଂ ପ୍ରଦର୍ଶନକାରୀ ଦେଶର ବର୍ତମାନ ଝଣ୍ଡା ଇସ୍ଲାମିକ ରୀପବ୍ଲିକ ଝଣ୍ଡା କୁ କାଢି ପୁରୁଣା ଝଣ୍ଡା ଲଗାଇ ସାରିଲେଣି, ଯାହାକି ଜୋରାଷ୍ଟ୍ରିୟନ ଧର୍ମର ପରିଚୟ, ଏହିଠାରୁ ପାର୍ସୀ ସମ୍ପ୍ରଦାୟ ହୋଇଛନ୍ତି, ଅନେକ ବର୍ଷ ପୂର୍ବେ ଇସ୍ଲାମିକ ଶାସନର ଯନ୍ତ୍ରଣା ସହି ନପାରି ଅନେକ ପାର୍ସୀ ଭାରତରେ ଶରଣ ନେଇଛନ୍ତି , ଏବଂ ଦେଶ ବିଭାଜନ ସମୟରେ କିଛି ପାର୍ସି ପାକିସ୍ଥାନ ଚାଲି ଯାଇଥିଲେ, କିନ୍ତୁ ଏତେ ବର୍ଷ ହେଲାଣି ପାକିସ୍ଥାନ ରେ ଇସ୍ଲାମିକ ପାର୍ସି ଙ୍କ ଅବସ୍ଥା କିପରି ଅଛି ?
ଜୋରାଷ୍ଟ୍ରୀୟନ ଧର୍ମ ଦୁନିଆର ପୁରୁଣା ଧର୍ମ ମାନଙ୍କ ମଧ୍ୟରୁ ଗୋଟିଏ, ଏହାର ଆରମ୍ଭ ପାଖାପାଖି ୩ହଜାର ବର୍ଷ ପୂର୍ବେ ଇରାନ ରେ ହୋଇଥିଲା, ଏହି ଧର୍ମର ଫାଉଣ୍ଡର ଜରଥୁସ୍ତ୍ର ଅଟନ୍ତି, ପ୍ରାଚୀନ ଇରାନ ବସି ଏହି ଧର୍ମ କୁ ମାନୁଥିଲେ, ସପ୍ତମ ଶତାବ୍ଦୀ ବେଳକୁ ଇସ୍ଲାମ ଧର୍ମ ଆସିବା ପରେ ଜୋରାଷ୍ଟ୍ରୀୟନ ଧର୍ମ ଉପରେ ହିଂସା ଆରମ୍ଭ ହେଲା l ସମୟ ଏଭଳି ଆସିଥିଲା ଯେ ଅଣ- ମୁସ୍ଲିମ ଧର୍ମ ର ଲୋକଙ୍କ ନିକଟରୁ ମୁସଲମାନ ମାନେ ଜଜିଆ ଟ୍ୟାକ୍ସ ନେଉଥିଲେ, ଏବଂ ଧର୍ମ ପରିବର୍ତ୍ତନ କରିବାକୁ କୁହାଗଲା, ନଚେତ ଦେଶ ଛାଡି ଚାଲିଯାଅ ବୋଲି ଇସ୍ଲାମିକ କଟର ପନ୍ଥୀ କହିଲେ ଏବଂ ଅତ୍ୟାଚାର ସହି ନପାରି ଜୋରାଷ୍ଟ୍ରୀୟନ ଧର୍ମର ଲୋକେ ଦେଶ ଛାଡି ଦେଇଥିଲେ l
ବିଶ୍ୱର ଅନେକ ସ୍ଥାନରେ ସେମାନେ ରହିଥିଲେ ଓ ବିଶେଷ ଭାବରେ ଜୋରାଷ୍ଟ୍ରୀୟନ ଧର୍ମର ଅଧିକ ଲୋକ ଅଭିଭାଜିତ ଭାରତ ଚାଲି ଆସିଥିଲେ, ଭାରତର ପଶ୍ଚିମ ରାଜ୍ୟ ବିଶେଷ ଭାବରେ ପାର୍ସି ଲୋକଙ୍କର ଅଧିକ ଛାପ ରହିଛି, ପାର୍ସୀମାନେ ବ୍ୟବସାୟ ରେ ଖୁବ ଅଭିଜ୍ଞ ଥିଲେ, ଦେଶ ବିଭାଜନ ପରେ ଏହାର ଗୋଟିଏ ଅଂଶ ପାକିସ୍ଥାନ ଚାଲି ଯାଇଥିଲେ, ଐତିହାସିକ ଙ୍କ ମତରେ ପାଖାପାଖି ୮ହଜାର ପାର୍ସି ପାକିସ୍ଥାନ ଚାଲି ଯାଇଥିଲେ, ପୂର୍ବରୁ କରାଚୀ ରେ ପାର୍ସି ସ୍କୁଲ, କଲୋନୀ ଓ ଅଗ୍ନି ମନ୍ଦିର ଥିଲା, ୧୯୭୦ ରେ ପୂର୍ବ ପାକିସ୍ଥାନ ବଙ୍ଗଳାଦେଶ ହେଲା, ଏବଂ ଅନେକ ପାର୍ସି ଆମେରିକା ଚାଲିଗଲେ ଓ ସେଠାରେ ବସତି ସ୍ଥାପନ କଲେ l
ପାକିସ୍ଥାନ ରେ ବାକି ରହିଯାଇଥିବ ଅଳ୍ପ ସଂଖ୍ୟକ ପାର୍ସି ଙ୍କୁ ଖୁବ ନିର୍ଯ୍ୟାତନା ଦିଆଯାଇଥିଲା, ଧର୍ମ ପରିବର୍ତ୍ତନ ସହିତ ଦେଶ ଛାଡି ପଳାୟନ କରିବାକୁ କୁହାଯାଉଥିଲା l ଧୀରେ ଧୀରେ ସ୍ଥିତି ଏଭଳି ହୋଇ ଯାଇଛି ଯେ ଗୋଟିଏ ରିପୋର୍ଟ ଅନୁସାରେ ବର୍ତମାନ ପାକିସ୍ଥାନ ରେ ମାତ୍ର ୮୦୦ ପାର୍ସି ରହିଛନ୍ତି l ପାକିସ୍ଥାନ ରେ ସଂଖ୍ୟା ଲଘୁ ଙ୍କ ଉପରେ ଅତ୍ୟାଚାର ର ଏହା ଜ୍ୱଳନ୍ତ ଉଦାହରଣ ଅଟେ l