Odisha news

ବୈଜ୍ଞାନିକ ଙ୍କ ନୂଆ ଗବେଷଣା : ବର୍ତମାନ ବିନା ଅପରେସନରେ ଆଣ୍ଠୁ ଯନ୍ତ୍ରଣାରୁ ମିଳିବ ଆରାମ  

0
ଆଜିକାଲି ୪୦ ବର୍ଷରେ ଉପନୀତ ହେବା ବେଳକୁ ଅଧିକାଂଶ ଲୋକଙ୍କର ଆଣ୍ଠୁ ସମସ୍ୟା ଆରମ୍ଭ ହୋଇଯାଉଛି, ସିଡ଼ି ଉଠିବା ଓ ଚଢିବାରେ ଅନେକ ସମସ୍ୟା ହେଉଛି, ଅନେକ ସମୟରେ ଆଣ୍ଠୁ ରେ ଯନ୍ତ୍ରଣା ହୋଇ କର୍ଟିଲେଜ ନଷ୍ଟ ହେବାର ସୂଚନା ମଧ୍ୟ ମିଳିଥାଏ, ଏବଂ ଏହାକୁ ନେଇ ନି-ରିପ୍ଲାଣ୍ଟ କରିବାକୁ ମଧ୍ୟ ପଡିଥାଏ l କିନ୍ତୁ ବର୍ତମାନ ଡାକ୍ତର ମାନେ ଏଭଳି ଗୋଟିଏ ଔଷଧ ପ୍ରସ୍ତୁତ କରିଛନ୍ତି ଯିଏକି କର୍ଟିଲେଜ କୁ ପ୍ରସ୍ତୁତ କରିପାରିବ ଶରୀରରେ l

କର୍ଟିଲେଜ କଣ ?
ଗଣ୍ଠି ଓ ଆଣ୍ଠୁ ରେ ଚିକଣିଆ ଟିସୁ ରହିଥାଏ, ଯାହାକୁ କର୍ଟିଲେଜ କୁହାଯାଇଥାଏ, ଏହା ଆଣ୍ଠୁ ପାଇଁ ଗଦି ବା କୁସନ ଭଳି କାର୍ଯ୍ୟ କରିଥାଏ, ବର୍ଦ୍ଧିତ ବୟସ ଅନୁସାରେ ଟିସୁ ପତଳା ହୋଇଯାଏ, କିମ୍ବା ଗଣ୍ଠି ଓ ଆଣ୍ଠୁ ରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଟିସୁ ପତଳା ହୋଇଯାଇ ନଷ୍ଟ ହୋଇଯାଏ l ଯଦି ଥରେ କର୍ଟିଲେଜ ନଷ୍ଟ ହୋଇଯାଏ ଶରୀର ଏହାକୁ ଠିକ କରିବା ଅସମ୍ଭବ, ଏହି କାରଣରୁ ଆଣ୍ଠୁ ରେ ଖୁବ ଯନ୍ତ୍ରଣା ହୋଇଥାଏ l ଏପରି ସ୍ଥିତିରେ ଡାକ୍ତର ସର୍ଜରୀ କରନ୍ତି, ଯାହାକି ସାମୟିକ ଯନ୍ତ୍ରଣା କୁ ଉପଶମ କରିଥାଏ l

ବୈଜ୍ଞାନିକ ଉଦ୍ଭାବନ କରିଛନ୍ତି ଔଷଧ –
ସ୍ଟେନ ଫୋର୍ଡ଼ ର ବୈଜ୍ଞାନିକ ମାନେ ନୂଆ ଔଷଧ ବାହାର କରିଛନ୍ତି ଯାହାର ନାମ 15-PGDH ନାମକ ପ୍ରୋଟିନ କୁ ବ୍ଲକ କରିଥାଏ, ଏବଂ ଏହି ଔଷଧ ଶରୀରରେ ପ୍ରୋସ୍ଟାଗ୍ଳାଣ୍ଡିନ E2 କୁ ଭାଙ୍ଗି କର୍ଟିଲେଜ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

ମୂଷା ମାନଙ୍କୁ ନେଇ ହୋଇଥିବା ଗୋଟିଏ ଅଧୟନ ରେ ଏହି ଔଷଧ ର ପ୍ରୟୋଗ କରାଯାଇଥିଲା , ଯେଉଁଥିରେ ମୂଷା ମାନଙ୍କର କର୍ଟିଲେଜ ଅଧିକ ସୁରକ୍ଷିତ ଓ ସୁସ୍ଥ ରହିଥିବାର ଦେଖିବାକୁ ମିଳିଥିଲା l

ଏବଂ ଯେଉଁ ରୋଗୀମାନେ ନି-ରିପ୍ଲାଣ୍ଟ ପାଇଁ ଆସିଥିଲେ ସେମାନଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇଥିଲା, ମାତ୍ର ଗୋଟିଏ ସପ୍ତାହ ପରେ ଜଏଣ୍ଟ ରେ ନୂଆ କର୍ଟିଲେଜ ପ୍ରସ୍ତୁତ ହୋଇଥିଲା ଓ ରୋଗୀଙ୍କୁ ଆରାମ ମିଳିଥିଲା l  କିନ୍ତୁ ବର୍ତମାନ ଏହି ଔଷଧ ବଜାରରେ ଉପଲବ୍ଧ ନାହିଁ l

Leave A Reply