ଗଣତନ୍ତ୍ର ଦିବସ ପୂର୍ବରୁ ହାଇ-ଆଲର୍ଟ , ଅନୁପ୍ରବେଶକାରୀ ଚିନ୍ତା ବଢ଼ିଲେ ଭାରତୀୟ ସେନାର , LOC ରେ ଯାଞ୍ଚ ବ୍ୟବସ୍ଥା କଡାକଡି ଓ ବଢ଼ିଲା ସିକ୍ୟୁରିଟି, ସେନାର ସୀମାବର୍ତି ଗ୍ରାମ ଗୁଡିକରେ ଖାନତଲାସୀ ଆରମ୍ଭ, ସୁରକ୍ଷା ଏଜେନ୍ସି ଦେଲା ସୂଚନା, ଦେଶରେ ୧୩୧ ଆତଙ୍କବଦ୍ଦୀ ଆକ୍ଟିଭ l
ଗଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ସେନା ଜାମୁ-କାଶ୍ମୀର ନିୟନ୍ତ୍ରଣ ରେଖା ଓ ଇଣ୍ଟରନେଶନାଲ ବର୍ଡ଼ର ରେ ସୁରକ୍ଷା ବଢ଼ାଇଦେଇଛି , କାଠୁଆ, ଶାମ୍ବା , ରଜୋରି ଓ ପୂଞ୍ଚ ସେକ୍ଟର ରେ ସେନାର ଯାଞ୍ଚ ଆରମ୍ଭ ହୋଇଯାଇଛି, ଗତକାଲି ଭାରତୀୟ ସୀମାରେ ୫ଟି ଡ୍ରୋନ ଅନୁପ୍ରବେଶ କରିବାକୁ ଚାହୁଁଥିଲେ, ଯାହାକୁ ସେନା ପକ୍ଷରୁ ନିଷ୍କ୍ରିୟ କରାଯାଇଥିଲା l ସୁରକ୍ଷା ଏଜେନ୍ସି ଙ୍କ ମତରେ ବର୍ତମାନ ସମୟରେ ଦେଶରେ ୧୨୨ ପାକିସ୍ଥାନୀ ଓ ୯ ଜଣ ସମୁଦାୟ ୧୩୧ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି l
ଏହା ମଧ୍ୟରେ ପାକିସ୍ଥାନ ର ପଞ୍ଜାବ ପ୍ରଦେଶରେ ଆମେରିକା ସହିତ ଆତଙ୍କବାଦ ବିରୋଧୀ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି l ସୀମା ସୁରକ୍ଷା ସେନା ଡ୍ରୋନ ଜରିଆରେ ଅସ୍ତ୍ର ଓ ବିସ୍ଫୋଟକ ତସ୍କରୀ ଅଟକାଇବା ପାଇଁ ହାଇ ଆଲର୍ଟ ରେ ରହିଛି l ସ୍ୟାଟେଲାଇଟ ଫୋନ ଜରିଆରେ ପାକିସ୍ଥାନ ସହିତ ହୋଇଥିବା କଥାବାର୍ତା ଜଣାପଡିବା ପରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଥିଲା l
ସୁରକ୍ଷା ଏଜେନ୍ସିଙ୍କ ଆକଳନ ଅନୁସାରେ ବର୍ତମାନ ଜାମୁ କାଶ୍ମୀର ରେ ୩୫ ଜଣ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି, ବର୍ତମାନ ଆତଙ୍କବାଦୀ ଙ୍କ ଯାଞ୍ଚ କୁ ତ୍ୱରାନ୍ୱିତ କରିଦିଆଯାଇଛି l ପାକିସ୍ତାନର ପଞ୍ଜାବ ପ୍ରଦେଶ ରେ ରାଷ୍ଟ୍ରୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ର ରେ ଆମେରିକା ସହିତ ସଂଯୁକ୍ତ ଅଭ୍ୟାସ ଚାଲିଛି, ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ମତରେ ପାକିସ୍ଥାନ ର ବୈଶ୍ୱଇକ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟ ବିଶ୍ୱ ନଜାଣି ପାରିଲେ ମଧ୍ୟ ଭାରତ ଠିକ ଭାବରେ ଜାଣିପାରିଛି l