ଆଜି ଜାନୁଆରୀ ୧୦ ତାରିଖରେ ଆକାଶରେ ଗୋଟିଏ ବିଶେଷ ଖଗୋଳିଅ ଦୃଶ୍ୟ ଦେଖିବାକୁ ମିଳିବ, ଆଜି ରାତିରେ ସୌରମଂଡଳ ର ସବୁଠୁ ବଡ଼ ଗ୍ରହ ବୃହସ୍ପତି ପୃଥିବୀ ର ଖୁବ ନିକଟରେ ନଜର ଆସିବ, ସାଧରଣ ଦିନ ତୁଳନାରେ ବୃହସ୍ପତି ଅଧିକ ଚମକିବେ ଓ ସଫା ଦେଖାଯିବେ l ଖଗୋଳ ବିଜ୍ଞାନ ଅନୁସାରେ ଯୁପିଟର ଙ୍କର ଏହି ସ୍ଥିତିକୁ ଯୁପିଟର ଅପୋଜିସନ କୁହାଯାଇଥାଏ l
ଏହି ସମୟରେ ସୂର୍ଯ୍ୟ, ପୃଥିବୀ, ଓ ବୃହସ୍ପତି ଗୋଟିଏ ସରଳରେଖା ରେ ରହିବେ l ଏବଂ ପୃଥିବୀ ମଝିରେ ରହିଥାଏ, ନାସା ବୈଜ୍ଞାନି ଙ୍କ ମତରେ ବ୍ରହସ୍ପତି ଗ୍ରହ ରାତିସାରା ଆକାଶରେ ଚମକିବ, ଏବଂ ପୃଥିବୀପୃଷ୍ଠ ରୁ ବୃହସ୍ପତି ଗ୍ରହ ମାତ୍ର ୬୩ କୋଟି କିଲୋମିଟର ଦୂରତାରେ ରହିବ l ଏତିକି ଦୂରତା ଅତିକ୍ରମ କରିବା ପାଇଁ ଆଲୋକ କୁ ୩୫ ମିନିଟ ସମୟ ଲାଗିଥାଏ l
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଗୁରୁଃଗ୍ରହ କୁହାଯାଇଥାଏ, ଗୁରୁ ଙ୍କୁ ଭାଗ୍ୟ, ଧନ, ଶିକ୍ଷା, କ୍ୟାରିଅର,ଜ୍ଞାନ ଓ ଉନ୍ନତିର ପ୍ରତୀକ ବୋଲି କୁହାଯାଏ, ଯେତେବେଳେ ବୃହସ୍ପତି ମଜବୁତ ସ୍ଥିତିରେ ରହି ଥାଆନ୍ତି , କିଛି ରାଶିଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଖଗୋଳ ଘଟଣା ୪ ରାଶିଙ୍କ ପାଇଁ ଶୁଭ ପ୍ରଦ ରହିବ l
– ମେଷ ରାଶି –
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଉନ୍ନତି ର ମାର୍ଗ ଖୋଲିବ, ଅଟକିଥିବା କାମ ହୋଇଯିବ, ଆତ୍ମବିଶ୍ୱାସ ବଢିବ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ l
– ସିଂହ ରାଶି –
ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବୃହସ୍ପତି ଙ୍କର ଏହି ସ୍ଥିତି ମାନ ସମ୍ମାନ ଓ ସଫଳତା ନେଇ ଆସିବ, କାର୍ଯ୍ୟକ୍ଷେତ୍ର ରେ ପରିଚୟ ବଢିବ ଓ ଧନ ଲାଭ ସହିତ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ l
– ଧନୁ ରାଶି –
ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଖୁବ ଶୁଭ ରହିବ, ଶିକ୍ଷା, କ୍ୟାରିଅର ରେ ସଫଳତା ମିଳିବ l ବିଦେଶ ଯାତ୍ରାର ସୁଯୋଗ ମିଳିପାରେ l
– କୁମ୍ଭ ରାଶି –
କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଖଗୋଲିୟ ଘଟଣା ଆର୍ଥିକ ସ୍ଥିତି ସୁଧାରିବ, ବିଭିନ୍ନ ନିବେଶ ରେ ଲାଭ ମିଳିବ, ଆୟର ନୂଆ ସ୍ରୋତ ଖୋଲିବ, ଜୀବନରେ ସ୍ଥିରତା ଆସିବ l