Odisha news

ଆଜି ହେଉଛି ରାଷ୍ଟ୍ରୀୟ ଯୁବା ଦିବସ : ଆଜିର ପଥଭ୍ରଷ୍ଟ ଯୁବ ସମାଜ ପାଇଁ ବିବେକାନନ୍ଦଙ୍କର ପ୍ରେରଣା ଦାୟକ ବାଣୀ

0

ପ୍ରତ୍ୟେକବର୍ଷ ଜାନୁଆରୀ ୧୨ ତାରିଖ କୁ ରାଷ୍ଟ୍ରୀୟ ଯୁବା ଦିବସ ଭାବରେ ପାଳନ କରାଯାଇଥାଏ, ଏହିଦିନଟିକୁ ରାଷ୍ଟ୍ରୀୟ ଯୁବା ଦିବସ ଭାବରେ ପାଳନ କରାଯାଇଥାଏ , ଆଜିର ଯୁବ ସମାଜ ଯେଉଁଠି ନିଜ ସୁଖ ଓ ସ୍ୱାର୍ଥ ପାଇଁ ପଥ ଭ୍ରଷ୍ଟ ହେଉଛି, ସେଠାରେ ସ୍ୱାମୀ ବିବେକାନନ୍ଦଙ୍କ ଆଜିର ସମାଜ ପାଇଁ ଗୋଟିଏ ଉଦାହରଣ, ନିଜ ଯୁବା ବୟସରେ ସେ ସମାଜର ଉତ୍ଥାନ, ନାରୀର ସମ୍ମାନ, ସମାଜର ଶିକ୍ଷା, ଦେଶର ସଂସ୍କୃତି ଉପରେ ଗୁରୁତ୍ୱ ଦେଇଥିଲେ l

କିନ୍ତୁ ଆଜିର ଯୁବସମାଜ ସମ୍ପୂର୍ଣ ପଥଭ୍ରଷ୍ଟ ହୋଇଯାଇଛି, ଏବଂ ନିଜ ସ୍ୱାର୍ଥ, ନିଜ ସୁଖ, ଏବଂ ନାରୀର ଅନାଦର କରି ଚାଲିଛି, ଯାହାଦ୍ୱାରା ଯୁବ ସମାଜରେ କ୍ରାଇମ ଅଧିକ ବୃଦ୍ଧି ପାଉଛି , ତେଣୁ ଆଜିର ଯୁବ ସମାଜ ବିବେକାନନ୍ଦ ଙ୍କ ବାଣୀ କୁ ଅନୁସରଣ କରି ସମାଜର ଉତ୍ଥାନ ବିଷୟରେ ଚିନ୍ତା କରିବା ଜରୁରୀ l

* ବିବେକାନନ୍ଦ କହିଛନ୍ତି ଯେ ଯୁବକମାନଙ୍କର ସବୁଠୁ ବଡ଼ ପାପ ସେମାନେ ନିଜକୁ ଦୁର୍ବଳ ଭାବୁଛନ୍ତି l  ପ୍ରତ୍ୟେକ ଯୁବକ ର ନିଜସ୍ୱ ଶକ୍ତି ରହିଛି, ସେ ଚାହିଁଲେ ସେ ବହୁତ କିଛି କରିପାରିବେ l

* ପ୍ରତ୍ୟେକ ମାନବ ନିଜ ଉପରେ ବିଶ୍ୱାସ ରଖିବା ଜରୁରୀ, ନହେଲେ ଆମେ ଈଶ୍ୱରଙ୍କୁ ବିଶ୍ୱାସ କରି ପାରିବା ନାହିଁ l

* ନିଜର ସ୍ୱାଧୀନତା ପାଇବାର ସାହସ ରଖନ୍ତୁ, ଏବଂ ଜୀବନରେ ଆଗକୁ ବଢିବା ସହିତ ସମାଜକୁ ଆଗକୁ ବଢାଇବାର ଚେଷ୍ଟା କରନ୍ତୁ l

* ଆମେ ସେହି ଦେଶ ର ଯୁବକ ଯିଏକି ମୋଗଲ ଓ ଇଂରେଜ ଙ୍କ କବଳରୁ ନିଜକୁ ସ୍ୱାଧୀନତା ଦେଇଚୁ, ତେଣୁ ନିଜର ବିଚାରରେ ସ୍ୱାଧୀନତା ଆଣିଲେ ହିଁ ଜୀବନରେ ଆଗକୁ ବଢି ପାରିବା l

* ଜୀବନରେ ସମସ୍ୟାକୁ ନେଇ ହାରନ୍ତୁ ନାହିଁ, ସମସ୍ୟା ଆସିଲେ ହିଁ ସମାଧାନର ରାସ୍ତା ଖୋଲିବ, ବିନା ସମସ୍ୟାରେ ବ୍ୟକ୍ତି ବଂଚିବାର ନିଶା ଛାଡି ଦେଇଥାଏ l

* ଉଠ, ଜାଗ୍ରତ ହୁଅ ନିଜର ଲକ୍ଷରେ ନ ପହଂଚିବା ପର୍ଯ୍ୟନ୍ତ ଅଟକିବା ଉଚିତ ନୁହେଁ l

* ପ୍ରତ୍ୟେକ ଯୁବକ ଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ଲିଡର ଲୁଚି ରହିଛି, ଯିଏକି ନେତୃତ୍ୱ ନେଇ ଅନେକ କିଛି କରିପାରିବ l ତେଣୁ ପ୍ରତ୍ୟେକ ଦିନ ଆପଣ ନିଜ ସହିତ କଥା ହୋଇ ନିଜ ଭିତରେ ଲୁଚି ରହିଥିବା ଭଲ ଗୁଣକୁ  ଜାଣିବାକୁ ଚେଷ୍ଟା କରନ୍ତୁ l ତେବେ ଯାଇ ସମାଜ ପାଇଁ କିଛି କରିବାର ସାହସ ରଖି ପାରିବେ l

Leave A Reply