Odisha news

ଗ୍ରୀନଲ୍ୟାଣ୍ଡ କୁ ନେଇ ବଢ଼ିଲା ବିବାଦ, ଆମେରିକାକୁ ଡେ଼ନମାର୍କ ର ଚେତାବନୀ

0

ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପରେ ମେକ୍ସିକୋ ମଧ୍ୟ ଚର୍ଚାରେ ରହିଛି, ଡେ଼ନମାର୍କ ନିଜର ବୟାନ ଜାରି କରି ଆମେରିକାକୁ ଚେତାବନୀ ଦେଇଛି, ଡେ଼ନମାର୍କର ରକ୍ଷାମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବୟାନ ରେ କୁହାଯାଇଛି ଯେ ଯଦି କେହି ଅନୁପ୍ରବେଶ କରିବାକୁ ଚେଷ୍ଟା କରିବ ତେବେ ଆମ ସୈନ୍ୟ ତୁରନ୍ତ ଯୁଦ୍ଧ ଆରମ୍ଭ କରିବେ, ଏବଂ କମାଣ୍ଡର ଙ୍କର ବିନା ଆଦେଶରେ ଗୁଳି ଚାଳନା କରିବେ l

ଡେ଼ନମାର୍କ ର ଏହି ବୟାନ ଏଭଳି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକା ଗ୍ରୀନଲ୍ୟାଣ୍ଡ ଉପରେ ମିଲିଟାରୀ ଚଢ଼ାଉ କରିବା ପାଇଁ ଚିନ୍ତା କରୁଥିଲା , ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୧୯୫୨ ରେ ଶୀତଳ ଯୁଦ୍ଧର ନିର୍ଦେଶ ଅନୁସାରେ ଯଦି କୌଣସି ଦେଶ ର ସେନା ଙ୍କ ଅଂଚଳରେ ଅନୁପ୍ରବେଶ କରିବ ତେବେ ସୈନ୍ୟ କମାଣ୍ଡର ଙ୍କର ଆଦେଶର ଅପେକ୍ଷା କରିବେନାହିଁ l

ଏହି ନିୟମ ସେତେବେଳେ ପ୍ରସ୍ତୁତ କରାଯାଇଥିଲା ଯେତେବେଳେ ୧୯୪୦ ରେ ନାଜି ଜର୍ମାନୀ ଡେ଼ନମାର୍କ ଉପରେ ଆକ୍ରମଣ କରିଥିଲା, ଯାହାଦ୍ୱାରା ସ୍କେଣ୍ଡିନେବିଆଇ ଦେଶରେ କମ୍ୟୁନିକେସନ ପ୍ରଭାବିତ ହୋଇଥିଲା, ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିଛି l

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନଜର ଗ୍ରୀନଲ୍ୟାଣ୍ଡ ଉପରେ ରହିଛି , ଯାହାର ଦେଖା ରଖା ଦାୟିତ୍ୱ ଡେନ ମାର୍କ ଉପରେ ରହିଛି l ଏବଂ ଟ୍ରମ୍ପ ବାରମ୍ବାର ଧମକ ଦେଉଛନ୍ତି ଯେ ଯଦି ଆବଶ୍ୟକ ପଡିଲା ତେବେ ଏହି ସ୍ୱାୟତ୍ତ ଅଞ୍ଚଳ କୁ ଆମେରିକା ଦଖଲ କରିବ l ଟ୍ରମ୍ପ ଦାବି କରିଛନ୍ତି ଯେ ରୁଷ ଓ ଚୀନ ଜାହାଜ ଙ୍କ ଉପସ୍ଥିତି କାରଣରୁ ଏହି ସ୍ୱାୟତ୍ତ ଅଞ୍ଚଳ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଖୁବ ଆବଶ୍ୟକ l

Leave A Reply