Odisha news

ଆମେରିକାର ଭାରତକୁ ଧମକ , ଆଗାମୀ ସପ୍ତାହରେ ଲାଗିବ ୫୦୦ ପ୍ରତିଶତ ଟାରିଫ

0
ଆଗାମୀ ସପ୍ତାହରେ ଭାରତକୁ ଝଟକା ଦେବ ଆମେରିକା , ଭାରତ ଉପରେ ଲଗାଇବ ୫୦୦ ପ୍ରତିଶତ ଟାରିଫ, ତାହାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଆମେରିକା , ଯାହା ହେବ ଭାରତ ଉପରେ ଗୋଟିଏ ପ୍ରତିଶୋଧ l ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏଭଳି ଗୋଟିଏ ବିଲ କୁ ମଞ୍ଜୁରୀ ଦେଇଛନ୍ତି ଯାହା ରୁଷ ନିକଟରୁ ତେଲ କିଣୁଥିବା ଦେଶ ମାନଙ୍କ ପାଇଁ ଗୋଟିଏ ବଡ଼ କାର୍ଯ୍ୟାନୁଷ୍ଠାନ ହେବ, ଏହାକୁ ନେଇ ଭାରତ ଉପରେ ଆମେରିକାର ତାରୀଫ ଅନେକ ମାତ୍ରାରେ ବଢ଼ିଯିବ l କିଛି ମାମଲାରେ ଏହା ୫୦୦ ପ୍ରତିଶତ ରେ ମଧ୍ୟ ପହଂଚିଯିବାର ସମ୍ଭାବନା ରହିଛି l  ଏହି ପଦକ୍ଷେପ ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ଉପରେ ଚାପ ପକାଇବାକୁ ନେଇ ନିଆଯାଇଛି l

ରିପବ୍ଲିକାନ ସିନେଟର ଲିଣ୍ଡେସ ଗ୍ରାହାମ ସୋସିଆଲ ମିଡିଆରେ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ଏହି ବିଲ କୁ ଆଗକୁ ବଢାଇବା ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି, ସେ କହିଛନ୍ତି ଟ୍ରମ୍ପ ଙ୍କ ସହିତ ବୈଠକ ଠିକ ରହିଲା ଏହି ବିଲ କୁ ନେଇ ଆଗାମୀ ସପ୍ତାହରେ ସଂସଦ ରେ ଭୋଟିଂ କରାଯିବ l

ଏହି ବିଲ କୁ ଲିଣ୍ଡେସ ଗ୍ରାହାମ ଓ ଡେମକ୍ରାଟ ସିନେଟର ରିଚାର୍ଡ ମିଳିତ ଭାବରେ ଉପସ୍ଥାପନ କରିଛନ୍ତି, ଏହି ବିଲ ଅନୁସାରେ ଏଭଳି ଦେଶ ଉପରେ ପଦକ୍ଷେପ ନିଆଯାଇପାରିବ ଯିଏକି ରୁଷ ନିକଟରୁ ଜାଣିଶୁଣି ତେଲ ଓ ଯୁରେନିୟମ କିଣୁଛନ୍ତି l ଆମେରିକା କହିଛି ଯେ ଏହାଦ୍ୱାରା ରୁଷ କୁ ଯୁଦ୍ଧ ଜାରି ରଖିବା ପାଇଁ ପଇସା ମିଳୁଛି l

ଆମେରିକା ସିନେଟର ଙ୍କ ମତରେ ଏହି ବିଲ ରାଷ୍ଟ୍ରପତି ଟ୍ରମ୍ପ ଙ୍କୁ ଭାରତ, ଚୀନ ଓ ବ୍ରାଜିଲ ଭଳି ଦେଶ ମାନଙ୍କ ଉପରେ ଚାପ ପକାଇବାର ତାକତ ମିଳିବ, କାହିଁକିନା ସେମାନେ ଶସ୍ତା ରୁଷ ତେଲ କିଣିବା ବନ୍ଦ କରିଦେବେ, ଗତବର୍ଷ ଟ୍ରମ୍ପ ଭାରତୀୟ ବସ୍ତୁ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ ଲଗାଇଥିଲେ l

ଆମେରିକା ଓ ଚୀନ ମଧ୍ୟରେ ଟ୍ୟାକ୍ସ କୁ ନେଇ ଉତେଜନା ବଢି ସାରିଛି, ଆମେରିକା ମଧ୍ୟ ଚୀନ ରୁ ଆସୁଥିବା ଜିନିଷ ଉପରେ ୧୪୫ ପ୍ରତିଶତ ଟ୍ୟାକ୍ସ ଲଗାଇସାରିଛି l ଯାହାର ଜବାବ ରେ ଚୀନ ଆମେରିକା ଜିନିଷ ୧୨୫ ପ୍ରତିଶତ ଟ୍ୟାକ୍ସ ଲଗାଇଥିଲା l କିନ୍ତୁ ପରେ ଚୀନ ଓ ଆମେରିକା ମିଳିତ ଭାବରେ କହିଥିଲେ ଯେ ଉଭୟ ନିଜ ନିଜର ଟାରିଫ କୁ ଅଟକାଇଦେବେ l ରାଜିନାମା ଅନୁସାରେ ଆମେରିକା ଚୀନ ଜିନିଷ ଉପରେ ୧୪୫ ପ୍ରତିଶତ ଟାରିଫ  କୁ ହ୍ରାସ କରି ୩୦ ପ୍ରତିଶତ କରିଥିଲା, ଏବଂ ଚୀନ ଆମେରିକା ଉପରେ ଲଗାଇଥିବା  ୧୨୫ କୁ ହ୍ରାସ କରି ୧୦ ପ୍ରତିଶତ କରିଥିଲା l

ନିକଟରେ ଏୟାରଫୋର୍ସ ୱାନ ରେ ପତ୍ରକାର ଙ୍କୁ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଭଲ ଲୋକ, କିନ୍ତୁ ମତେ ଖୁସି ରଖିବା ଜରୁରୀ ଥିଲା, ଆମେରିକା ଖୁବ ଶୀଘ୍ର ଟ୍ୟାକ୍ସ ବଢାଇବ l ‘

ଭାରତ ଓ ଆମେରିକା ବର୍ତମାନ ଟ୍ୟାକ୍ସ କୁ ନେଇ ଚର୍ଚା ବନ୍ଦ କରିଛନ୍ତି, ଆମେରିକା ଚାହୁଁଚି ଭାରତ ଆମେରିକା କୃଷି ସହିତ ଜଡିତ ଜିନିଷ ଉପରେ ଟ୍ୟାକ୍ସ କମ କରୁ, କିନ୍ତୁ ଭାରତ ସରକାର କହି ସାରିଛନ୍ତି ଯେ ସେ ନିଜ କୃଷକ ଓ ଡାଏରୀ ସେକ୍ଟର ର ସୁରକ୍ଷା ସହିତ କୌଣସି ଭୁଲ ନିଷ୍ପତି ନେବେନାହିଁ l

Leave A Reply