Odisha news

ଆମେରିକାକୁ ନେଇ ଭୟରେ ୫ ଦେଶ

0

ମାଡ଼ୁରଙ୍କ ଗିରଫତାରୀ  କେ ନେଇ ୫ଦେଶ ଭୟରେ , ଟ୍ରମ୍ପ ଙ୍କ ହିଟ ଲିଷ୍ଟରେ ୫  ଦେଶ, ଆମେରିକାର ଭୟରେ ଥରହର ଏହି ୫ଦେଶ, ଚୀନ ଓ ରୁଷ ଭଳି ଶକ୍ତିଶାଳୀ ଦେଶ ଙ୍କ ସହିତ ବଢାଉଛନ୍ତି ସମ୍ପର୍କ, ଏହା ଆଭାସ ଦେଉଛିକି ତୃତୀୟ ବିଶ୍ୱଯୁଦ୍ଧ ର ?

ଆମେରିକା ଭେନେଜୁଏଲା ରେ ପଶି ବଡ଼ ସୈନ୍ୟ ଅଭିଯାନ ଦ୍ୱାରା ରାଷ୍ଟ୍ରପତି ନିକୋଲାସ ମାଡ଼ୁର ଙ୍କୁ ଉଠାଇ ନେଇଛି, ଏହି ଅପରେସନ ର ନାମ ଅପରେସନ ଅବଶୋଲ୍ୟୁଟ ରିଜଲ୍ଭ ନାମ ଦିଆଯାଇଛି l ଆମେରିକା ସେନା ମାଦୁର ଙ୍କୁ ତାଙ୍କ ଶୋଇବା ଘରୁ ଗିରଫ କରି ହାତକଡ଼ି ପିନ୍ଧାଇ ନେଇ ଯାଇଥିଲେ, ଏହି କାର୍ଯ୍ୟାନୁଷ୍ଠାନ ବିଶ୍ୱ ରାଜନୀତିର ଚିନ୍ତା ବଢ଼ାଇଛି , କିଛି ଦେଶ ମଧ୍ୟ ଏହାକୁ ନେଇ ଚିନ୍ତାରେ ରହିଛନ୍ତି, ମାଦୁର ଗିରଫ ହେବାପରେ ଆମେରିକା ବିରୋଧୀ ମନୋଭାବ ରଖୁଥିବା ଲୋକେ ସତର୍କ ହୋଇ ଯାଇଛନ୍ତି, ଏହି ଦେଶ ମାନଙ୍କ ମଧ୍ୟରୁ କିଛି ଦେଶ ଚୀନ ଓ ରୁଷ ଭଳି ଶକ୍ତିଶାଳୀ ଦେଶ ଙ୍କ ସହିତ ସମ୍ପର୍କ ବଢାଉଛନ୍ତି l

ମାଦୁର ଙ୍କ ଗିରଫତାରି ପରେ ଆମେରିକା ପରୋକ୍ଷରେ ସଂକେତ ଦେଇଛି ଯେ ଯିଏ କେହିବି ତା ବିରୁଦ୍ଧରେ ଯିବ ସେ କିଛିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ l

୧ ନମ୍ବର ରେ ରହିଛି ଇରାନ –
ଇରାନ ଦୀର୍ଘ ସମୟ ଧରି ଆମେରିକାର କଡା ବିରୋଧ କରିଆସୁଛି, ୧୯୭୯ ରେ ଇସ୍ଲାମିକ କ୍ରାନ୍ତି ପରଠାରୁ ସେଠାରେ ଡେଥ ଟୁ ଆମେରିକା ନାରା ଖୁବ ସାଧାରଣ ହୋଇଯଇଛି, ଗତ କିଛିମାସ ହେଲା ଇରାନ ଗଭୀର ଆର୍ଥିକ ସଙ୍କଟ ଦେଇ ଗତିକରୁଛି, କିନ୍ତୁ ବର୍ତମାନ ଏହି ପ୍ରଦର୍ଶନ ରେ ଡେଥ ଟୁ ଡିକ୍ଟେଟର ର ନାମ ମଧ୍ୟ ଶୁଣିବାକୁ ମିଳୁଛି, ବର୍ତମାନ ଟ୍ରମ୍ପ ଏହି ନାରା କୁ ସମର୍ଥନ କରୁଛନ୍ତି l ଯାହାକୁ ଇରାନ କହୁଛି ଆମେରିକାର ଷଡଯନ୍ତ୍ର l

୨ନମ୍ବର ରେ ରହିଛି କଲମ୍ବିଆ –
କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାବୋ ପେଟ୍ରୋ ୨୦୨୨ ରେ ଶାସନ କୁ ଆସିଥିଲେ, ଏବଂ ସେ ଦେଶର ପ୍ରଥମ ବାମପନ୍ଥୀ ରାଷ୍ଟ୍ରପତି , ପେଟ୍ରୋ ଟ୍ରମ୍ପ ଙ୍କୁ ଯୁଦ୍ଧ ଅପରାଧୀ ମଧ୍ୟ କହିବାକୁ ପଛାଇ ନାହାନ୍ତି, କିନ୍ତୁ ଟ୍ରମ୍ପ କିଛି ବଡ଼ ଆକ୍ସନ ନେବା ପୂର୍ବରୁ ଆମେରିକାରେ ୨୦୨୬ ଇଲେକ୍ସନ କୁ ଅପେକ୍ଷା କରିଛନ୍ତି l

୩ନଂବର ରେ ନର୍ଥ କୋରିଆ –
ଭେନେଜୁଏଲା ଉପରେ ଆମେରିକାର ପଦକ୍ଷେପକୁ ନେଇ ସବୁଠୁ ଉତେଜିତ ପ୍ରତିକ୍ରିୟା ଦେଇଥିଲେ ଉତର କୋରିଆ ନେତା କିମ ଜଙ୍ଗ ଉନ , କିନ୍ତୁ ଉତର କୋରିଆ ନିକଟରେ ପହଂଚିବା ଆମେରିକା ପାଇଁ ସହଜ ନୁହେଁ, କାହିଁକିନା ଏହାର ସୀମା ରେ ରୁଷ ଓ ଚୀନ ର ସୀମା ରହିଛନ୍ତି, ଏହାଛଡା କିମ  ଙ୍କ ନିକଟରେ ପରମାଣୁ ହତିଆର ରହିଛି l

୪ ନମ୍ବର ରେ କ୍ୟୁବା –
କ୍ୟୁବା ଆମେରିକା ବିରୋଧୀ ଦେଶ ମାନଙ୍କ ମଧ୍ୟରୁ ଖୁବ ପୁରୁଣା ଅଟେ, ଭେନେଜୁଏଲା ଉପରେ କାର୍ଯ୍ୟାନୁଷ୍ଠାନ କୁ କ୍ୟୁବା କହିଛି ଆତଙ୍କବାଦ , ଏହାକୁ ନେଇ କ୍ୟୁବା ର ରାଜରାସ୍ତାରେ ପ୍ରଦର୍ଶନ ମଧ୍ୟ ହୋଇଛି l  କ୍ୟୁବା ବର୍ତମାନ ରୁଷ, ଚୀନ ଓ ଇରାନ ସହିତ ନିଜର ସମ୍ପର୍କ ମଜବୁତ କରୁଛି l

୫ ନମ୍ବର ରେ ବେଳା ରୁଷ –
ବେଲାରୁଷ ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ଲୁକାଶୋକ ୧୯୯୪ ରୁ ଶାସନରେ ରହିଛନ୍ତି, ଏବଂ ୟୁରୋପ ର ଦୀର୍ଘ ସମୟର ଶାସକ ଅଟନ୍ତି, ୨୦୨୫ ରେ ତାଙ୍କର ବିଜୟ ପରେ ତାଙ୍କ ଉପରେ ଅନେକ ଆରୋପ ଲାଗିଥିଲା, ଯେପରି ବେଲାରୁଷ ଉପରେ ଲାଗିଥିଲା, ବେଲାରୁଷ ଉପରେ କୌଣସି ମଧ୍ୟ ଆକ୍ରମଣ କୁ ରୁଷ ଉପରେ ଆକ୍ରମଣ ଭାବରେ ଗ୍ରହଣ କରାଯିବ, ତେଣୁ ଆମେରିକା କିଛି କରିବା ପୂର୍ବରୁ ଚିନ୍ତା କରିବ l

Leave A Reply