ପୂର୍ଣିମା ହେଉଛି ମାସର ଶେଷ ଦିନ, ଏହିଦିନ ଟି କୁ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଗୋଟିଏ ପଵିତ୍ରଦିନ କୁହାଯାଏ, ଆଜିର ଦିନରେ ମାତାଲକ୍ଷ୍ମୀ , ନାରାୟଣ, ଚନ୍ଦ୍ରଦେବ ଙ୍କ ସହିତ ଶନିବାର ପଡୁ ଥିବାରୁ ହନୁମାନଙ୍କର କୃପା ପ୍ରାପ୍ତ କରିବାର ଗୋଟିଏ ବିଶେଷ ଦିନ ଅଟେ, ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ ଏହି ଦିନଟି ଗୋଟିଏ ବିଶେଷ ଦିନ ଅଟେ l ତେଣୁ ଆଜିର ଦିନରେ କିଛିଟା ବିଶେଷ କାର୍ଯ୍ୟ କରିବା ଦ୍ୱାରା ସାଧକର ଜୀବନ ଉପରେ ଶୁଭ ଫଳ ମିଳିଥାଏ l
ପୌଷ ପୁର୍ଣିମାରେ କରନ୍ତୁ ଏହି କାର୍ଯ୍ୟ -:
– ମାନ୍ୟତା ଅନୁସାରେ ପୁର୍ଣିମା ଦିନ ଖିରି ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ l ଏବଂ ଚନ୍ଦ୍ରମା ଙ୍କୁ ମଧ୍ୟ ଖିରି ପ୍ରସାଦ ଭାବରେ ରାତ୍ରି ସମୟରେ ଅର୍ପଣ କରନ୍ତୁ l ମାନ୍ୟତା ଅନୁସାରେ ଚନ୍ଦ୍ରମା ପୁର୍ଣିମା ଦିନ ୧୬ କଳାରେ ପୁର୍ଣ ହୋଇ ଥାଆନ୍ତି l ତେଣୁ ଚନ୍ଦ୍ରମା ଙ୍କ କିରଣ ଖିରି ଉପରେ ପଡିବା ଦ୍ୱାରା ତାହା ଅମୃତ ସମାନ ହୋଇଥାଏ l
– ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ପୌଷ ପୁର୍ଣିମା ରେ ସକାଳୁ ଦିବ୍ୟ ସ୍ନାନ କରିଥାଏ ତାର ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ଯଦି ଆପଣ ପବିତ୍ର ନଦୀରେ ସ୍ନାନ କରିପାରୁ ନାହାନ୍ତି ତେବେ ଘରେ ପାଣିରେ ଗଙ୍ଗାଜଳ ପକାଇ ସ୍ନାନ କରିପାରିବେ l
– ଯଦି ଆପଣ ପୌଷ ପୁର୍ଣିମା ଦିନ ୭ଟି କଉଡ଼ି କୁ ହଳଦୀ ଲଗାଇ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରି ତାହାକୁ ନିଜ ଆଲମିରା ରେ ରଖିବେ ଏହାଦ୍ୱାରା ଦରିଦ୍ରତା ର ବିନାଶ ହେବ l
– ଆଜିର ଦିନରେ ଓସ୍ତ ବୃକ୍ଷ ନିକଟରେ ଦୀପ ଟିଏ ଅର୍ପଣ କରନ୍ତୁ ଏବଂ ଦୁଗ୍ଧ ରେ ଗୁଡ଼ ମିଶାଇ ଅର୍ପଣ କରନ୍ତୁ l ଏହାଦ୍ୱାରା ବିଷ୍ନୁ ଙ୍କ କୃପା ପ୍ରାପ୍ତ ହୋଇଥାଏ , ଏହାଦ୍ୱାରା ଆର୍ଥିକ ଅସୁବିଧା ଦୂର ହୋଇଥାଏ l
– ଆଜିର ପବିତ୍ର ଦିନରେ ହନୁମାନଙ୍କ ନିକଟରେ ଅଶୋକା ପତ୍ରରେ ରାମ ନାମ ଲେଖିକି ଅର୍ପଣ କରନ୍ତୁ, ସେଥିପାଇଁ ୨୧ ଟି ଅଶୋକା ପତ୍ର ନେବା ଶୁଭ ହୋଇଥାଏ l ଏବଂ ଅର୍ପଣ କରିବା ସମୟରେ ଓଂ ହଂ ହନୁମତୟେ ନମଃ ପାଠ କରନ୍ତୁ l
