Odisha news

ପୃଥିବୀ ର ଗତି ହୋଇଯାଉଛି ଧୀର : ଏହା ପଛରେ କଣ ରହିଛି କାରଣ ? 

0
ପୃଥିବୀର ଘୁର୍ଣନ ଧୀରେ ଧୀରେ ଧିମା ହେବାରେ ଲାଗିଛି, କିନ୍ତୁ ନିକଟରେ କିଛି ବର୍ଷ ତଳେ ଏହା ସାମାନ୍ୟ ଦ୍ରୁତ ହୋଇଥିଲା, ଯେଉଁ କାରଣରୁ ଦିନର ସମୟରେ ମିଲି ସେକେଣ୍ଡ ର ଅନ୍ତର ଆସିଛି, ଏହାର ମୁଖ୍ୟ କାରଣ ଚନ୍ଦ୍ରମାର ଗୁରୁତ୍ୱକର୍ଷଣ , ତରଳୁଥିବା ଗ୍ଲେସିୟର , ପୃଥିବୀର ଅନ୍ତରୀଣ ଭାଗ, ଭୂକମ୍ପ , ସୁନାମି ଇତ୍ୟାଦି l ଯେଉଁ କାରଣରୁ ପୃଥିବୀ ର ଘୁର୍ଣନ ପ୍ରଭାବିତ ହେଉଛି, ନିକଟରେ ଜଳବାୟୁ ପରିବର୍ତ୍ତନ ଓ ବଡ଼ ବଡ଼ ନଦୀ ରେ ଡ୍ୟାମ ର ନିର୍ମାଣ ମଧ୍ୟ ଗୋଟିଏ କାରଣ ଅଟେ l ଯାହାକି ବୈଜ୍ଞାନିକ ଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି l
ପୃଥିବୀର ଘୁର୍ଣନ ପ୍ରକ୍ରିୟା ପ୍ରଭାବିତ ହେବାର ବିଶେଷ କିଛିଟା କାରଣ ରହିଛି , ଆସନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ?
ମୁଖ୍ୟ କାରଣ -:
* ଚନ୍ଦ୍ରମା ଙ୍କ ଗୁରୁତ୍ବ ଆକର୍ଷଣ ପୃଥିବୀ ର ଘୁର୍ଣନ ପ୍ରକ୍ରିୟା ଧୀର କରିବାରେ ମାଖି କାରଣ ଅଟେ l
* ଜଳବାୟୁ ପରିବର୍ତ୍ତନ ହେଉଛି ଆଉ ଗୋଟିଏ ବଡ଼ କାରଣ, ଗ୍ଲସିୟର ଓ ବରଫ ର ଚାଦର ରୁ ପାଣି ସମୁଦ୍ରକୁ ଚାଲିଯାଏ, ଯାହାଦ୍ୱାରା ପୃଥିବୀର ଘୁର୍ଣନ ପ୍ରଭାବବିତ ହୁଏ l
* ପୃଥିବୀର କୋର ଓ ମେଣ୍ଟଲ ମଧ୍ୟରେ ଘର୍ଷଣ ଗତି ପରିବର୍ତ୍ତନ ରେ ବଡ଼ କାରଣ l
* ବଡ଼ ବଡ଼ ବନ୍ଧ ଗୁଡିକରେ ପାଣି ଜମି ରହିବା ପୃଥିବୀର ଦ୍ରବ୍ୟମାନ କୁ ଧୃବ ରେଖା ଆକର୍ଷିତ କରିଥାଏ, ଯାହାଦ୍ୱାରା ଘୁର୍ଣନ ଗତି ପ୍ରଭାବିତ ହୁଏ l
* ବଡ଼ ବଡ଼ ଭୂମିକମ୍ପ ପୃଥିବୀର ଘୁର୍ଣନ ପ୍ରକ୍ରିୟା କୁ ସାମାନ୍ୟ ପରିବତନ କରିଥାଏ l
ପୃଥିବୀର ଘୁର୍ଣନ ରେ ପରିବର୍ତ୍ତନ ରେ କଣ ହୁଏ ? –
– ଏହି ପରିବର୍ତ୍ତନ ଖୁବ ଛୋଟ ଅଟେ, ଏବଂ ସାମାନ୍ୟ ଜୀବନ ଉପରେ ପ୍ରଭାବ ପକାଏନାହିଁ, କିନ୍ତୁ GPS ସିଷ୍ଟମ ଓ ସ୍ୟାଟେଲାଇଟ ଭଳି ଟେକ୍ନୋଲୋଜି ପ୍ରଭାବିତ ହୁଏ, ଏହା ସଠିକ ସମୟକୁ ପ୍ରଭାବିତ କରି ଥାଏ L
– ନିକଟରେ ବରଫ ତରଳିବା ଓ ଅନ୍ୟ କାରଣ ଯୋଗୁଁ ଗତିରେ ପରିବର୍ତ୍ତନ ଦେଖା ଯାଉଛି, ଯାହାଦ୍ୱାରା ଦିନ ଗୁଡିକ ସାମାନ୍ୟ ଛୋଟ ହୋଇଯାଇଛି l
Leave A Reply