Odisha news

କନ୍ଧାହାର ବିମାନ ଅପହରଣ କୁ ହେଲା ୨୬ ବର୍ଷ

0

ଆଜି ହେଉଛି ଡିସେମ୍ବର ୨୪ , ଠିକ ଆଜିର ଦିନରେ ହୋଇଥିଲା କନ୍ଧାହାର ବିମାନ ଅପହରଣ, ଇଣ୍ଡିଆନ ଏୟାରଲାଇନ୍ସ ର କାଠମାନଣ୍ଡ଼ୁ – ଦିଲ୍ଲୀ ଫ୍ଲାଇଟ ନମ୍ବର IC -814 କୁ ହାଇ ଜାକ କରାଯାଇଥିଲା, ସେହିଦିନ ଥିଲା ୧୯୯୯ ଡିସେମ୍ବର ୨୪ ତାରିଖ, ଏହି ଘଟଣା ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଥିଲା , ଏବଂ ବିଶ୍ୱରେ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ର ଗୋଟିଏ ନୂଆ ଦିଗ ପାଇଥିଲା l

ଏହି ଅପହରଣରେ ମୁଖ୍ୟ ଅଭିଯୁକ୍ତ ପାକିସ୍ଥାନୀ ଥିଲେ, ଆତଙ୍କବାଦୀ ସଂଗଠନ ହରକତ-ଉଲ -ମୁଜାହିଦିନ ର ସଦସ୍ୟ ଯିଏକି ପରେ ଜୈସେ- ଏ-ମହମଦ ଆତଙ୍କବାଦୀ ସଂଗଠନ ରେ ବିଭାଜିତ ହୋଇଥିଲା l ଆଜି ୨୬ ବର୍ଷ ପରେ ମଧ୍ୟ ଏହା ଗୋଟିଏ ଅଲିଭା ଦାଗ ହୋଇ ରହିଯାଇଛି l

ଆଜି ୨୦୨୫ ଡିସେମ୍ବର ୨୪ ତାରିଖ, ଦୀର୍ଘ ୨୬ ବର୍ଷ ପରେ ମଧ୍ୟ ଆଜି ଏହା ଭାରତ ଇତିହାସ ରେ ଗୋଟିଏ କଳା ବାଦଲ ପରି ଢାଙ୍କି ହୋଇରହିଛି l ଡିସେମ୍ବର ୨୪ ୧୯୯୯ ସନ୍ଧ୍ୟା ୪ଟା ସମୟ ରେ ଇଣ୍ଡିଆନ ଏୟାରଲାଇନ୍ସ ର ଫ୍ଲାଇଟ ନମ୍ବର IC -814 କାଠମାଣ୍ଡୁ ରୁ ଦିଲ୍ଲୀ ଉଡାଣ ଭରିଥିଲା, ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ୫ଜଣ ଅପହରଣ କାରୀ ବିମାନ ଟି ଉପରେ କବ୍ଜା କରି ନେଇଥିଲେ, ବିମାନ ରେ ୧୭୬ ଜଣ ଯାତ୍ରୀ ଥିଲେ, ଏବଂ ୧୫ ଜଣ କୃ ମେମ୍ବର, ଅପହରଣକାର୍ତ୍ତା ବିମାନ କୁ ଅମୃତସର, ଲାହୋର, ଦୁବାଇ ଏବଂ ଶେଷରେ କନ୍ଧାହାର ନେଇଥିଲେ l

ଏବଂ ଦାବି କରିଥିଲେ ଭାରତୀୟ ଜେଲ ରେ ବନ୍ଦ ଥିବା ତିନି ଆତଙ୍କବାଦୀ ଙ୍କ ସମର୍ପଣ, ସେମାନେ ଥିଲେ ମାସୁଦ ଅଜହର, ଅହମଦ ଉମର ସାଇଦ ଶେଖ ଓ ମୁସ୍ତାକ ଅହମଦ, ଦୀର୍ଘ ୮ଡିନ ର ଉତେଜନା ମୂଳକ ପରିସ୍ଥିତି ମଧ୍ୟରେ ଭାରତ ସରକାର ଏହି ତିନି ଆତଙ୍କୀ ଙ୍କୁ ରିହା କରିଥିଲେ l ଏବଂ ପ୍ରତିବଦଳ ରେ ଅପହରଣକାରୀ ଯାତ୍ରୀ ମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲେ l ଯାହା ଆଜି ମଧ୍ୟ ବାଧ୍ୟ କରୁଛି ପାକିସ୍ଥାନ ଭଳି ଆତଙ୍କବାଦ ରାଷ୍ଟ୍ର ଉପରେ ଅବିଶ୍ୱାସ କରିବାକୁ l

Leave A Reply