Odisha news

ସୁରକ୍ଷା ସମିତିର ଭୂମିକା ଓ ଦାୟିତ୍ୱ” ସମ୍ବନ୍ଧୀୟ ପ୍ରଶିକ୍ଷଣ

0

ତା. ୧୯.୧୨.୨୦୨୫ ରିଖ ଭୁବନେଶ୍ବର : ରାଜ୍ୟରେ କାରଖାନାମାନଙ୍କର ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇ ଆସୁଥିବାରୁ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ଅଧିକାରୀମାନଙ୍କ ନିମନ୍ତେ ବିଭିନ୍ନ ସୁରକ୍ଷା ବିଷୟକ ତାଲିମ କାର୍ଯ୍ୟକ୍ରମ ସଂଗଠିତ ହେଉଛି, ଯାହା ଦୁର୍ଘଟଣା ପ୍ରତିରୋଧକୁ ସୁଦୃଢ଼ କରୁଛି।
ଏହି କ୍ରମରେ, ତା. ୧୨.୧୨.୨୦୨୫ ତାରିଖରେ, ରାଜ୍ୟ ଶ୍ରମ ପ୍ରତିଷ୍ଠାନର ସହଯୋଗରେ, ସେହି ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ “ସୁରକ୍ଷା ସମିତିର ଭୂମିକା ଓ ଦାୟିତ୍ୱ” ସମ୍ବନ୍ଧୀୟ ପ୍ରଶିକ୍ଷଣ, ଅଲୁମିନିୟମ୍ ୟୁନିଟର ସୁରକ୍ଷା ସମିତି ସଦସ୍ୟଙ୍କ ଉପସ୍ଥିତିରେ, ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ସଫଳତାର ସହ ସମାପ୍ତ ହୋଇଥିଲା । ଏହି କର୍ମଶାଳାର ଦ୍ୱିତୀୟ ଦଫା ତା. ୧୭.୧୨.୨୦୨୫ ରିଖରେ ଏବଂ ଏହାର ତୃତୀୟ ଦଫା ଗତ ତା. ୧୯.୧୨.୨୦୨୫ ରିଖ ଅନ୍ୟ ୫୨ ଜଣ ନିରାପତ୍ତା ଅଧିକାରୀଙ୍କ ଉପସ୍ଥିତିରେ ସଫଳତାପୂର୍ବକ ସମାପ୍ତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସୁରକ୍ଷା ସମିତିକୁ ଶକ୍ତିଶାଳୀ କରି, ସଦସ୍ୟମାନଙ୍କର ସଚେତନତା, ଦାୟିତ୍ୱ ଓ ସଫଳ ପଦକ୍ଷେପ ଦ୍ୱାରା କାର୍ଯ୍ୟସ୍ଥଳର ସୁରକ୍ଷା ସୁନିଶ୍ଚିତ କରିବା ।
ମୁଖ୍ୟ ଅତିଥି ଭାବେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଯୋଗ ଦେଇଥିଲେ। ଶ୍ରୀ ତ୍ରିପାଠୀ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଉଦବୋଧନରେ କହିଥିଲେ ଯେ, “ସୁରକ୍ଷା କେବଳ କିଛି ନିୟମ ଅନୁସରଣରେ ସମାପ୍ତ ହୁଏ ନାହିଁ, ଏହା ପ୍ରତ୍ୟେକଙ୍କ ଦାୟିତ୍ୱ ଓ ପାରସ୍ପରିକ ସହଯୋଗର ପରିଣାମ। ସମିତିର ସକ୍ରିୟ ଭୂମିକା, ନିରନ୍ତର ପ୍ରଶିକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ସୁସ୍ଥ କାର୍ଯ୍ୟ ପରିବେଶ ଗଢ଼ିପାରିବା।”
ସଭାରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ସହନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପଙ୍କଜ କୁମାର ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, “କାର୍ଯ୍ୟସ୍ଥଳକୁ ସୁରକ୍ଷିତ କରିବାରେ ସମସ୍ତଙ୍କର ଭୂମିକା ମହତ୍ତ୍ୱପୂର୍ଣ୍ଣ। ପ୍ରତ୍ୟେକ କର୍ମଚାରୀଙ୍କର ସଚେତନତା, ସମିତିର ସକ୍ରିୟତା ଓ ନିୟମିତ ପ୍ରଶିକ୍ଷଣ ଆମକୁ ଦୁର୍ଘଟଣା ହ୍ରାସ କରି, ସୁସ୍ଥ, ସୁରକ୍ଷିତ ଓ ଉତ୍ପାଦକ କାର୍ଯ୍ୟସ୍ଥଳ ଗଢ଼ିବାରେ ସାହାଯ୍ୟ କରେ।”
ସଭାରେ ଡ଼ା. କିରଣ କୁମାର ପଣ୍ଡା, ଇଏଚ୍‌ଏସ୍ କନସଲ୍ଟାଣ୍ଟ, ଏଚ୍ଏସ୍ଇ ପୂର୍ବତନ ମୁଖ୍ୟ ଓ ପରାମର୍ଶଦାତା, ଏଏମ୍- ଏନ୍ଏସ୍ ଇଣ୍ଡିଆ , ଶ୍ରୀ ସୌମ୍ୟ ରଞ୍ଜନ ବିଶ୍ୱାଳ, ଏସ୍ଏଆଇଏଲ୍ ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟ,,ସୁନ୍ଦରଗଡ଼, ଶ୍ରୀ ଅଶୋକ ବିଶ୍ୱାଲ୍, ଜିଏମ୍ – ସୁରକ୍ଷା ଓ ଅଗ୍ନି ସେବା, ଜେଏସ୍ଡବଲ୍ୟୁ – ବିପିସିଏଲ୍, ସମ୍ବଲପୁର୍ , ଶ୍ରୀ ମାନସ୍ ରଞ୍ଜନ ସାହୁ, ମୁଖ୍ୟ ସୁରକ୍ଷା ଟାଟା ଷ୍ଟିଲ୍ ଲିମିଟେଡ୍, କେଏନ୍ଆଇସି ଯାଜପୁର୍ ସହ ବିଭିନ୍ନ ବିଭାଗର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ଭାବରେ ରୂପାୟିତ କରିଥିଲେ।।
ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୫୨ ଜଣ ସ୍ୱୀକୃତିପ୍ରାପ୍ତ ସୁରକ୍ଷା ଅଧିକାରୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ପ୍ରମାଣପତ୍ର ବିତରଣ କରାଯାଇଥିଲା।

Leave A Reply