Odisha news

ଗୋଆ ନାଇଟକ୍ଲବ ପରେ ଭୁବନେଶ୍ୱର ହୁକା ବାର ରେ ଲାଗିଲା ନିଆଁ

0

ରାଜଧାନୀ ଭୁବନେଶ୍ୱର ରେ ଆଜି ସକାଳ ସମୟରେ ଗୋଟିଏ ରୂଫ ଟପ ହୁକା ବାର କମ ର୍ରେସ୍ତୁରାନ୍ଟ ରେ ସତ ସର୍କିଟ ଦ୍ୱାରା ନିଆଁ ଲାଗିଯାଇଥିଲା l ହୁକା ବାର ଭିତରଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି l ଯେତେବେଳେ ଏହି ଅଘଟଣ ଘଟିଲା ସେତେବେଳେ ର୍ରେସ୍ତୁରାନ୍ଟ ଟି ବନ୍ଦ ଥିଲା, ଘଟଣା ସ୍ଥଳରେ ପୋଲିସ ଓ ଫାୟାର ଡିପାର୍ଟମେଣ୍ଟ ମୁତୟନ ହୋଇଥିଲେ ଓ ଦୀର୍ଘ ୩ଘଣ୍ଟା ର ପରିଶ୍ରମ ପରେ ସ୍ଥିତି ଆୟତକୁ ଆସିଥିଲା l

ଏହି ଘଟଣାଟି ଘଟିଥିବା ସମୟରେ ର୍ରେସ୍ତୁରାନ୍ଟ  ଟି ବନ୍ଦଥିଲା, ଯେଉଁ କାରଣରୁ କ୍ୱିଚେନ ମଧ୍ୟ ବନ୍ଦଥିଲା, କିନ୍ତୁ ଏହି ଘଟଣା ଘଟିବ ସମୟରେ ର୍ରେସ୍ତୁରାନ୍ଟ  ର ରୋଷେଇଘରେ ଫିକ୍ସଡ଼ ଫାୟାର ସେଫଟି ସିଷ୍ଟମ ଦେଖିବାକୁ ମିଳିନଥିଲା , ଯେଉଁ କାରଣରୁ ନିଆଁ ତୀବ୍ର ରୂପ ନେଇ ଜଳି ଉଠିଥିଲା l

ମିଳିଥିବା ସୂଚନା ଅନୁସାରେ ଏହି ର୍ରେସ୍ତୁରଣ୍ଟ ଟି ଲାଇସେନ୍ସ ପ୍ରାପ୍ତ କି ନୁହେଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି l ଏହି ଘଟଣା ସମୟରେ ର୍ରେସ୍ତୁରଣ୍ଟ ର ହିସାବ ଖାତା ମଧ୍ୟ ଗଣମାଧ୍ୟମ ହାତରେ ଲାଗିଛି, ଯାହା ଦର୍ଶାଇଛି ଯେ ଏହି ହୁକା ବାର ଟି ଅନୈତିକ ଭାବରେ ଡ୍ୟାନ୍ସ ବାର ସହିତ ଚାଲିଥିବା କାରଣରୁ ଏଠାରୁ ପୋଲିସ ରୀତିମତ ବଟି ନେଉଥିଲା , ଯାହାକି ଉଲ୍ଲେଖ ରହିଛି ହିସାବ ଖାତାରେ  l ଏହାଛଡା ବିଏମସି ର କେହି ଅଧିକାରୀ ଆସି ମଧ୍ୟ ବସା ଉଠା କରୁଥିବାର ଉଲେଖ ରହିଛି ହିସାବ ଖାତାରେ l  ଏଠାରେ ପ୍ରଶ୍ନ ଉଠୁଛି ଯେ କଣ ପୋଲିସ ର ଜାଣତରେ ଏଠାରେ ଚାଲିଥିଲା ଅନୈତିକ କାର୍ଯ୍ୟ ? ନା ପୋଲିସ ସବୁ ଜାଣି ମଧ୍ୟ ଚୁପ ରହି ଏଭଳି ଅଘଟଣ କୁ ଅପେକ୍ଷା କରିଥିଲା l

Leave A Reply