Odisha news

ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କ ବୟାନ କ୍ରିକେଟ ପ୍ରେମୀଙ୍କୁ କରିଛି ଅସନ୍ତୋଷ

0

ବର୍ତମାନ କ୍ରିକେଟ ଫିବର ଚାଲିଛି, ଭାରତୀୟ ଦଳର ଅନୁଭବୀ ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଙ୍କ ପତ୍ନୀ ଓ ଗୁଜୁରାଟ ସରକାର ରେ ମନ୍ତ୍ରୀ ଥିବା ରିବାବା ଜାଡେଜା ଆଉଥରେ ନିଜ ବୟାନ ପାଇଁ ଚର୍ଚା କୁ ଆସିଛନ୍ତି, ରିବାବା ଗୋଟିଏ କାର୍ଯ୍ୟକ୍ରମ ସମୟରେ ଟିମ୍ ଇଣ୍ଡିଆ ର ଖେଳାଳି ଙ୍କ ଉପରେ ଏଭଳି ଆରୋପ ଲଗାଇଛନ୍ତି ଯାହାକୁ ନେଇ କ୍ରିକେଟ ଜଗତରେ ହଲଚଲ ଦେଖିବାକୁ ମିଳିଛି l ତାଙ୍କ ଟିପ୍ପଣୀ ସୋସିଆଲ ମିଡିଆରେ ଖୁବ ଦ୍ରୁତ ବେଗରେ ଭାଇରଲ ହୋଇଥିଲା , ଯାହାକୁ ନେଇ ପ୍ରଶଂସକ ଙ୍କ ଠାରୁ ଏକ୍ସପର୍ଟ ସମସ୍ତେ ନିଜର ବୟାନ ଦେଇଥିଲେ l

କାର୍ଯ୍ୟକ୍ରମ ସମୟରେ ନିଜ ସ୍ୱାମୀଙ୍କ ସଚୋଟତା ଓ ଅନୁଶାସନ କୁ ନେଇ ପ୍ରଶଂସା କରି ରିବାବା କରିଚାଲିଥିବା ବେଳେ ଅନ୍ୟ ଭାରତୀୟ ଖେଳାଳି ଙ୍କ ପାଇଁ ନିରାଶା ପୁର୍ଣ ଟିପ୍ପଣୀ ଦେଇଥିଲେ l ସେ କହିଥିଲେ ଜାଡେଜା ଅନେକ ବିଦେଶ ରାଷ୍ଟ୍ର କୁ ଖେଳିବାକୁ ଯାଇଥାଆନ୍ତି, କିନ୍ତୁ କଦାପି କୌଣସି ଖରାପ ଅଭ୍ୟାସ କିମ୍ବା ବ୍ୟସନ ରେ ସମ୍ପୃକ୍ତି ନଥାଏ, କିନ୍ତୁ ଦଳର ଅନ୍ୟ ଖେଳାଳି ବିଦେଶ ଯାଇ ଖରାପ କାମ କରି ଥାଆନ୍ତି l ରିବାବା ଙ୍କ ଏହି ବୟାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା, କାହିଁକି ଏହି ଟିପ୍ପଣୀ ସିଧା ସଳଖ ଟିମ ଇଣ୍ଡିଆ ର ଡ୍ରେସିଂ ରୁମ ଉପରେ ପ୍ରଶ୍ନ ଉଠାଇ ଥିଲା l

ରିବାବା  ଆଗକୁ କହିଥିଲେ ଯେ ଜାଡେଜା ଚାହିଁଲେ ସେହି କାର୍ଯ୍ୟ ସବୁ କରିପାରିବେ, ସେ ମୋତେ ପଚାରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସେ ନିଜ ଦାୟିତ୍ୱ କୁ ବୁଝି ଥାଆନ୍ତି ଏବଂ ଅନୁଶାସନ ମଧ୍ୟରେ ରୁହନ୍ତି l

ରିବାବା ଙ୍କ ଏହି ବୟାନ ଭାଇରଲ ହେବା ପରେ କ୍ରିକେଟ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏହା ଟିମ ଇଣ୍ଡିଆକୁ ଆକ୍ଷେପ କରାଯାଇ ଥିବାରୁ ଫ୍ୟାନ୍ସ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l

Leave A Reply