ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ
ଏହି ବୈଠକରେ ମହାପ୍ରବନ୍ଧକ ରେଳବାଇ ବ୍ୟବସ୍ଥାରେ ଯୋଗାଯୋଗ ମାନ ବୃଦ୍ଧି କରିବାରେ ରାଜଭାଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସମସ୍ତ ଷ୍ଟେସନରେ ଷ୍ଟେସନ ସାଇନବୋର୍ଡ ଗୁଡିକ ସଠିକ୍, ତ୍ରୁଟି-ମୁକ୍ତ ଏବଂ ହିନ୍ଦୀରେ ସଠିକ୍ ଭାବରେ ପ୍ରଦର୍ଶିତ ହେବା ଆବଶ୍ୟକ, ଯାହା ଭାରତୀୟ ରେଳବାଇ-ଭାରତର ସର୍ବବୃହତ ସେବା ପ୍ରଦାନକାରୀ ସଂସ୍ଥା -ଏବଂ ଏହାର ମୂଲ୍ୟବାନ ଯାତ୍ରୀମାନଙ୍କ ମଧ୍ୟରେ ସ୍ପଷ୍ଟ ଏବଂ ପ୍ରଭାବଶାଳୀ ଯୋଗାଯୋଗ ସୁନିଶ୍ଚିତ କରିବା ।
ଏହିଅବସରରେ, ଆବଶ୍ୟକୀୟ କୋଚ୍ ବୋର୍ଡ ସହିତ ସାଇନେଜ୍ଗୁଡିକର ମାନକ ତାଲିକା ସମ୍ବଳିତ ଏକ ବିଶେଷ ପୁସ୍ତିକା ଉନ୍ମୋଚନ କରାଯାଇଛି।
ଏହି ବୈଠକରେ ଶ୍ରୀ ଆଲୋକ ସହାୟ, ପ୍ରଧାନ ମୁଖ୍ୟ ବିଦ୍ୟୁତ ଇଞ୍ଜିନିୟର ଓ ମୁଖ୍ୟ ରାଜଭାଷା ଅଧିକାରୀଙ୍କ ସମେତ ବିଭାଗର ପ୍ରମୁଖ ମୁଖ୍ୟମାନେ ଯୋଗ ଦେଇଥିଲେ।