ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ମୁମ୍ବାଇର ଇରୋସରେ ସ୍ୱଦେଶ ଫ୍ଲାଗସିପ୍ ଷ୍ଟୋରରେ ଭାରତୀୟ କଳାକାର ଏବଂ କାରିଗରମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏହି ଅବସରରେ ସେ ସ୍ୱଦେଶର ଏକ ମୟୂର ନୀଳ ବନାରସୀ ଶାଢ଼ି ପିନ୍ଧିଥିଲେ, ଯେଉଁଥିରେ ସୁକ୍ଷ୍ମ ମୀନା କାରିଗରୀ ଏବଂ ପାରମ୍ପରିକ କଢୁଆ ବୁଣା ଶୈଳୀ ରହିଥିଲା। ଏହି ଅବସରରେ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ବ୍ଲାଉଜରେ ପୋଲକି ବର୍ଡର, ହାତରେ ଦେବୀଦେବତାଙ୍କ ଚିତ୍ର କରାଯାଇଥିବା ବଟନ୍ ଏବଂ ତାଙ୍କ ବ୍ୟକ୍ତିଗତ ସଂଗ୍ରହରୁ ଚୟନ କରାଯାଇଥିବା ଭିଣ୍ଟେଜ୍ ସ୍ପାଇନେଲ୍ ଟାସେଲ୍ ଥିଲା। ୧୦୦ ବର୍ଷରୁ ଅଧିକ ପୁରୁଣା ଏଣ୍ଟିକ କୁନ୍ଦନ ପୋଲକି କାନଫୁଲ, ସ୍ୱଦେଶର ଏକ ହାତ ତିଆରି ଷ୍ଟଡେଡ୍ ପକ୍ଷୀ ମୁଦି ଏବଂ ତାଙ୍କ ମାଆଙ୍କଠାରୁ ଉତ୍ତରାଧିକାରରେ ପ୍ରାପ୍ତ ଏକ ଐତିହ୍ୟ ହାଥଫୁଲ ଦ୍ୱାରା ତାଙ୍କ ପରିପାଟୀକୁ ଆହୁରି ଅଧିକ ସମୃଦ୍ଧ କରିଥିଲା। ଏହି ହାଥଫୁଲ ପରିବାରର ଏକ ଅମୂଲ୍ୟ ଐତିହ୍ୟ।
ଶ୍ରୀମତୀ ନୀତା ଅମ୍ବାନୀ ବହୁ-ପିଢ଼ି ଧରି କଳା ସହିତ ଜଡିତ ହୋଇ ରହିଥିବା ସଫଳ ଓ ଶ୍ରେଷ୍ଠ ଜାତୀୟ ପୁରସ୍କାର-ବିଜେତା କାରିଗରମାନଙ୍କ ସହିତ ଯୋଗ ଦେଇଥିଲେ। ଏହି ଶ୍ରେଷ୍ଠ କାରିଗରମାନଙ୍କ ମଧ୍ୟରେ ରହିଥିଲେ ଟାଙ୍ଗାଇଲ ଏବଂ ଜାମଦାନୀ ବୁଣା ପାଇଁ ପ୍ରସିଦ୍ଧ ୨୦୨୧ ରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶ୍ରୀ ବୀରେନ ବସକ, ୨୦୧୯ରେ ଶିଳ୍ପ ଗୁରୁ ପୁରସ୍କାର ଏବଂ ୨୦୧୧ରେ ଜାତୀୟ ପୁରସ୍କାରରେ ସମ୍ମାନିତ ତାଞ୍ଜୋର ଚିତ୍ରଶିଳ୍ପୀ ଶ୍ରୀ ଭି. ପନ୍ନିରସେଲଭମ୍, ସପ୍ତମ ପିଢ଼ିର ମିନିଏଚର ଚିତ୍ରଶିଳ୍ପୀ ଏବଂ ୨୦୧୪ରେ ଜାତୀୟ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶ୍ରୀ ଶମ୍ମି ବନ୍ନୁ ଶର୍ମା, ପ୍ରସିଦ୍ଧ ପୈଠାନୀ ବସ୍ତ୍ର ଡିଜାଇନର ଓ ହସ୍ତତନ୍ତ ପୁନରୁଦ୍ଧାରକାରୀ ଶ୍ରୀ ଘନଶ୍ୟାମ ସରୋଡ ଏବଂ ଓଡ଼ିଶା ଇକ୍କତ୍ ବସ୍ତ୍ର ଶିଳ୍ପୀ ଓ ୨୦୨୪ରେ ଜାତୀୟ ପୁରସ୍କାର ବିଜୟୀନୀ ଶ୍ରୀମତୀ ଗୁଞ୍ଜନ ଜୈନ।
ସ୍ୱଦେଶର ମାଷ୍ଟର୍ସ ପାଭିଲିୟନ ଭାରତର ପ୍ରସିଦ୍ଧ ଜାତୀୟ ପୁରସ୍କାର ବିଜେତା ମାଷ୍ଟର କାରିଗରମାନଙ୍କର ସର୍ବୋତ୍ତମ ସୃଷ୍ଟିକୁ ଏକତ୍ରିତ କରିଛି ଯାହା ମଧ୍ୟରୁ ପ୍ରତ୍ୟେକଟି ଅନେକ ପିଢ଼ିର ଦକ୍ଷତା, ନିଷ୍ଠା ଏବଂ ସୂକ୍ଷ୍ମ ହସ୍ତଶିଳ୍ପ ଦ୍ୱାରା ଆକୃତିପ୍ରାପ୍ତ ହୋଇଛି। ଶ୍ରୀ ଶମ୍ମି ବାନ୍ନୁ ଶର୍ମାଙ୍କ ମିନିଏଚର ନିପୁଣତା ଏବଂ ଶ୍ରୀମତୀ ଗୁଞ୍ଜନ ଜୈନଙ୍କ ଦ୍ୱାରା ଓଡ଼ିଶା ଇକ୍କତର ଭବ୍ୟତା ଠାରୁ ଆରମ୍ଭ କରି ଶ୍ରୀ ଭି. ପନ୍ନିରସେଲଭମ୍, ଶ୍ରୀ ଘନଶ୍ୟାମ ସରୋଡ ଏବଂ ପଦ୍ମଶ୍ରୀ ବୀରେନ ବସାକଙ୍କ ପରି ପ୍ରଖ୍ୟାତ ଶିଳ୍ପୀଙ୍କ କାଳଜୟୀ କାର୍ଯ୍ୟ ପର୍ଯ୍ୟନ୍ତ, ପ୍ରତ୍ୟେକଟି କଳାକୃତି ଭାରତର କଳାତ୍ମକ ଐତିହ୍ୟର ଗଭୀରତାକୁ ପ୍ରତିଫଳିତ କରୁଛି। ଶ୍ରୀମତୀ ନୀତା ଅମ୍ବାନୀ ଏହି ଅସାଧାରଣ କାର୍ଯ୍ୟଗୁଡ଼ିକୁ ପ୍ରଶଂସା କରିବା ସହିତ ସ୍ୱଦେଶକୁ ପରିଭାଷିତ କରୁଥିବା ଜୀବନ୍ତ ଐତିହ୍ୟ ଏବଂ ହସ୍ତଶିଳ୍ପ ଉତ୍କର୍ଷତାକୁ ପାଳନ କରିଥିଲେ।
ଦେଶ ସାରା ହସ୍ତଶିଳ୍ପ ଖେଳଣା, ପ୍ରତିମୂର୍ତ୍ତି, ବସ୍ତ୍ର, କାଠ କାରୁକାର୍ଯ୍ୟ ଏବଂ ମୂର୍ତ୍ତିରୁ ସମ୍ପୂର୍ଣ୍ଣ ଭାବରେ ନିର୍ମିତ ଏହି ଇନଷ୍ଟାଲେସନ ଆମର ଅଦ୍ଵିତୀୟ କାରିଗରମାନଙ୍କ ଜୀବନ୍ତ ଐତିହ୍ୟକୁ ପାଳନ କରିଥିଲା। ଏହା ସାମ୍ନାରେ ଠିଆ ହୋଇ, ଶ୍ରୀମତୀ ନୀତା ଅମ୍ବାନୀ ସ୍ୱଦେଶର ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥିଲେ ଯାହାର ଲକ୍ଷ୍ୟ ରହିଛି ଭାରତର ହସ୍ତଶିଳ୍ପ ପରମ୍ପରାକୁ ସେମାନଙ୍କର ପବିତ୍ର ରୂପରେ ସମ୍ମାନିତ କରିବା ଏବଂ ସେମାନଙ୍କୁ ଜୀବନ୍ତ ରଖୁଥିବା ହାତ ମାଧ୍ୟମରେ ଉତ୍ସବମୟ କାହାଣୀ କହିବାକୁ ପୁନଃକଳ୍ପନା କରିବା।
