ଦିଲ୍ଲୀ ବିସ୍ଫୋଟକ କୁ ନେଇ ସବୁବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ହରିୟାଣା ର ଫରିଦାବାଦ ସ୍ଥିତ ଅଲ -ଫଲାହ ବିଶ୍ୱବିଦ୍ୟାଳୟ ହେଉଛି ଏହାର ମୂଳ ସୂତ୍ରଧାର , ଏହା ମଧ୍ୟରେ ସାମ୍ନାକୁ ଆସିଛି ଯେ ଏହି ବିଶ୍ୱବିଦ୍ୟାଳୟ ର ଫାଉଣ୍ଡର ଭାଇସ ଚାନ୍ସେଲର ଜବାଦ ଅହମଦ ସିଦ୍ଦିକି ଙ୍କ ନାମରେ ମଧ୍ୟ ଅପରାଧିକ ରେକର୍ଡ ରହିଛି, ସେ ଧୋକାଧାଡି ର ଗୋଟିଏ କେଶ ରେ ୩ବର୍ଷ ପାଇଁ ତିହାଡ଼ ଜେଲ ରେ ଥିଲେ, ଏହା ମଧ୍ୟରେ ଉକ୍ତ ବିଶ୍ୱବିଦ୍ୟାଳୟ ର ସନ୍ଦିଗ୍ଧ କାର୍ଯ୍ୟକ୍ରମ କୁ ନେଇ ଅନେକ ଏଜେନ୍ସି ସକ୍ରିୟ ହୋଇସାରିଛନ୍ତି l
ଅଲ -ଫଲାହ ୟୁନିଭର୍ସିଟି ସହିତ ଜଡିତ ଅନେକ ସନ୍ଦିଗ୍ଧ ଙ୍କ ନାମ ଡକ୍ଟର ତେରର ମୋଡ୍ୟୁଲସ ରେ ସାମିଲ ହୋଇ ସାରିଛି l ମୁଖ୍ୟ ଆରୋପି ଡକ୍ଟର ଉମର ଙ୍କ ଭଳି ଡାକ୍ତର ସାକିଲ ଓ ଡାକ୍ତର ସାହିନ ସାଇଡ ମଧ୍ୟ ଅଲ -ଫଲାହ ରେ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ l ଏହି ସଭିଙ୍କ ନାମ ପାକିସ୍ତାନ ଆତଙ୍କୀ ସଂଗଠନ ଜୈଶ -ଏ-ମହମଦ ସହିତ ଜଡିତ, ଏବଂ ଏହିଭଳି ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ଠାରୁ ନେଇ କର୍ମଚାରୀ ଙ୍କ ନାମ ଟେରର ମୋଡ୍ୟୁଲସ ରେ ସମ୍ପୃକ୍ତି ମିଳୁଛି l
ଇଣ୍ଡିଆ ଟୁଡ଼େ ର ରିପୋର୍ଟ ଅନୁସାରେ ଅଲ -ଫଲାହ ର ଫାଉଣ୍ଡର ସିଦ୍ଦିକି ମଧ୍ୟ ପ୍ରଦେଶ ର ବାସିନ୍ଦା, ଏବଂ ୧୯୯୩ ରେ ଦିଲ୍ଲୀ ର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ରେ ମେକାନିକାଲ ରେ ଇଂଜିନିୟରିଂ ରେ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲା, ଏବଂ ସେଠିକି ବେଳେ ସେ ନିଜ ଭାଇ ସହିତ ମିଶି ଜାମିଆ ରେ ଛୋଟ ମୋଟ ଚିଟ ଫଣ୍ଡ ଭଳି ବିଜିନେସ କରୁଥିଲା, ସେଥିରୁ ଗୋଟିଏ ଅଲ -ଫଲାହ ଇନଭେଷ୍ଟମେଣ୍ଟ ନାମକ କମ୍ପାନୀ ଥିଲା, ଯେଉଁ କାରଣରୁ ୨ଭାଇ ୩ବର୍ଷ ତିହାଡ଼ ଜେଲ ରେ ରହିଥିଲେ l