ଭାରତରେ ମାଲେସିୟା ପ୍ରତିନିଧି ଦାତୋ ମୁଜାଫର ସାହ ମୁସ୍ତାଫା ଅକ୍ଟୋବର ଶେଷ ପର୍ଯ୍ୟନ୍ତ କୁଆଲାଲମ୍ପୁର ରେ ଆୟୋଜିତ ହେବାକୁ ଥିବା ବର୍ଷର ଦ୍ଵିତୀୟ ଶିଖର ସମ୍ମିଳନୀ ସହିତ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ବନ୍ଧକୁ ନେଇ IANS ଙ୍କ ସହିତ ସାକ୍ଷାତ କରିଛନ୍ତି, ଏହି ସମୟରେ ମାଲେସିୟା ପ୍ରତିନିଧି ମଣ୍ଡଳ ଜାକିର ନାଇକ କୁ ହସ୍ତାନ୍ତର କୁ ନେଇ ଗୋଟିଏ ବଡ଼ ବୟାନ ଦେଇଛନ୍ତି l ମାଲେସିୟା ପ୍ରତିନିଧି କହିଛନ୍ତି ଯେ ଭାରତ ସହିତ ଆମର ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ରାଜିନାମା ଓ ଏହାର ଗୋଟିଏ ପ୍ରକ୍ରିୟା ଅଟେ, ଯାହାର ପାଳନ କରାଯିବା ଜରୁରୀ l ଜାକିର ନାଇକ କୁ ନେଇ ପ୍ରତ୍ୟର୍ପନ ମାମଲା ବିଭିନ୍ନ ନିୟମ ରେ ଚାଲିଛି, ଏହି ମାମଲା ମାଲେସିୟା କୋର୍ଟଙ୍କ ଅଧୀନରେ ହେଉଛି, ଏହି ମାମଲାରେ ମାଲେସିୟା ସରକାରଙ୍କର କୌଣସି ଦେବାର ନେବାର ନାହିଁ l
ମାଲେସିୟା ଓ ଭାରତ ମଧ୍ୟରେ ଗୋଟିଏ ଦୀର୍ଘ କଲିଂ ଐତିହାସିକ ଓ ସାଂସ୍କୃତିକ ସମ୍ବନ୍ଧ ରହିଛି, ଏସିଆନ ଶିଖର ସମ୍ମିଳନୀ କୁ ନେଇ ମାଲେସିୟା ପ୍ରତିନିଧି କହିଛନ୍ତି ଯେ ମାଲେସିୟା ନିଜ ଅଧକ୍ଷାତ କୁ ଖୁବ ଗୁରୁତ୍ୱ ଦେଇଥାଏ l
ମାଲେସିୟା ଏହି ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ସ୍ୱାଗତ କରିବା ପାଇଁ ଇଛୁକ ଅଟେ, ଆମେ ଜାଣିଚୁ ଯେ ଭାରତ ଆସିୟାନ ଦେଶ ଗୁଡିକ ର ଭାଗିଦାରୀ ଅଟେ, ଏବଂ ଆସିୟାନ ଦେଶ ଗୁଡିକ ର ରାଷ୍ଟ୍ର ଅଧ୍ୟକ୍ଷ ଏବଂ ଶାସନ ଅଧ୍ୟକ୍ଷ ଙ୍କୁ ନିମନ୍ତ୍ରଣ ଦିଆଯିବ l ଯେପରିକି ଆସିୟାନ ଶିଖର ସମ୍ମିଳନୀ ରେ ଆମେରିକା ରାଷ୍ଟ୍ରପତି ଙ୍କୁ ଆମନ୍ତ୍ରିତ କରାଯାଇଛି l ଏବଂ ଏହି ସମ୍ମିଳନୀ ସମୟରେ ଆସିୟାନ ଦେଶ ମାନଙ୍କର ଭାଗିଦାରୀ ପାଇଁ ସମସ୍ତ ମୁଦା କୁ ଉଠାଯିବ l ଏଥିରେ ଆତଙ୍କବାଦ ଏଜେଣ୍ଡା ପ୍ରମୁଖ ବିଷୟ ରହିବ l