ଭୁବନେଶ୍ୱର,(ନି.ପ୍ର): ଏୟାରପୋର୍ଟ ଥାନା ଅଧୀନ ଗଙ୍ଗନଗର ପାଞ୍ଚସଖା ମଠ ନିକଟରେ ଜଣେ ସୁରକ୍ଷାକର୍ମୀ ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ସୋମବାର ରାତି ପ୍ରାୟ ସାଢେ ଗୋଟାଏ ବେଳେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ଶରଣକୁଳ ନୟାଗଡ ଅଞ୍ଚଳର କୃଷ୍ଣ ଚନ୍ଦ୍ର ଦାସ(୪୨) । ସେ ରାଜଧାନୀ ଗଙ୍ଗନଗର ଅଞ୍ଚଳରେ ରହି ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀଭାବେ କାର୍ଯ୍ୟକରୁଥିଲେ । ସୂଚନାଯୋଗ୍ୟ ଯେ, ଗତ ସୋମବାର ରାତିରେ ପରିବାର ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ସେ ନିଜକୁ ଜୀବନରେ ମରିଦେବ ପାଇଁ ଧମକ ଦେଇଥିଲେ । ପରିବାର ଲୋକ ବୁଝା ସୁଝା କରିଥିଲେ । ହେଲେ ସେ ସେମାନଙ୍କ କଥା ନଶୁଣି ଘରୁ ବାହାରି ଆସିଥିଲେ । ପରେ ଡାଏଲ ୧୦୦ କୁ ମଧ୍ୟ ଫେ?ନ କଲ କରିଥିଲେ । ପୁଲିସ ପହଞ୍ଚôବା କ୍ଷଣି ନିଜ ବନ୍ଧୁକରେ ନିଜ ପେଟକୁ ଗୁଳି ମାଡ଼ କରିଥିଲେ । ପୁଲିସ ଘଟଣାସ୍ଥଳରୁ ବନ୍ଧୁକ ଜବତ କରିବା ସହିତ କୃଷ୍ଣଚନ୍ଦ୍ରଙ୍କୁ ରାଜଧାନୀ ଚିକିତ୍ସାଳୟକୁ ନେଇଥିଲା ଡାକ୍ତର ସେଠରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ପାରିବାରିକ କଳହକୁ ନେଇ କୃଷ୍ଣଚନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ଭାଇ ପ୍ରଫୁଲ୍ଲ ଦାଶ କହିଥିବା ବେଳେ । ରାଜେନ୍ଦ୍ର ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ଯୋଗୁଁ ଏଭଳି ସେ ଏଭଳି ନିଷ୍ପତ୍ତି ନେଇଥିବା କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ସ୍ନେହଲତା ଦାଶ ଏବଂ ଝିଅ ପ୍ରତିକ୍ରିୟ ରଖିଛନ୍ତି । ଘରକୁ କୋଲୋନୀର କୌଣସି ଲୋକ ଆସିଲେ ପତ୍ନ? ଓ ଝିଅକୁ ଆକଟ କରୁଥିଲେ କୃଷ୍ଣଚନ୍ଦ୍ର । କୋଲୋନୀର ରାଜେନ୍ଦ୍ର ନାମକ ବ୍ୟକ୍ତି ତାଙ୍କ ପତ୍ନ?ଙ୍କ ସହିତ ସମ୍ବନ୍ଧ ରଖିଥିବା ନେଇ ସନେ୍ଦହ କରି ତାଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗତ ୧୦ ଦିନ ତଳେ ସେନାପତି କଲୋନୀରେ ରାଜେନ୍ଦ୍ରଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ମିଳିମିଶି ତାଙ୍କୁ ଆକ୍ରମଣ କରିଥିଲେ । ଏ ନେଇ କୃଷ୍ଣଚନ୍ଦ୍ର ଏୟାରପୋର୍ଟ ଥାନାକୁ ଅଭିଯୋଗ ଦେବାପାଇ ମଧ୍ୟ ଯାଇଥିଲେ ହେଲେ ସେଠାରେ ତାଙ୍କ ଅଭିଯୋଗ ରଖାଯାଇନଥିଲା । ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ କଲୋନୀର କିଛି ଲୋକ ସବୁବେଳେ ପିଛା କରିବା ସହିତ ତାଙ୍କୁ ହଇରାଣ ହରକତ କରିବା ସହିତ ଧମକ ଚମକ ମଧ୍ୟ ଦେଇଥିଲେ । ଯାହାକୁ ନେଇ ସେ ଗତ ଦୁଇ ଦିନ ତଳେ ସେଠାରୁ ଘର ଛାଡି ଗଙ୍ଗନଗର ପଞ୍ଚସଖା ମଠ ନିକଟରେ ଏକ ଭଡାଘର ନେଇ ରହୁଥିଲେ । ଏହାକୁ ନେଇ ସେ ମାନସିକ ଚାପରେ ରହୁଥିଲେ ଏଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ପତ୍ନୀ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ପୁଲିସ ଏନେଇ ଏକ ଅପମୃତ୍ୟୁମାମଲା ରୁଜୁକରିବା ସହିତ କୃଷ୍ଣଚନ୍ଦ୍ରଙ୍କ ଆତ୍ମହତ୍ୟାର ପ୍ରକୃତ କାରଣର ଅନୁସନ୍ଧାନ ଚଳାଇଛି ।
Comments are closed.