Odisha news

ମାଲିକାଣିଙ୍କ ଘରୁ ଚୋରି: ଗିରଫ ହେଲେ ଚାକରାଣୀ ଓ ସହଯୋଗୀ

0

ଭୁବନେଶ୍ୱର,(ନି.ପ୍ର): ବିଶ୍ୱାସରେ ବିଷ ଦେଇଛନ୍ତି ଚକରାଣୀ । ମାଲିକଙ୍କ ଘରେ ଦୀର୍ଘ ଦିନ ଧରି ନିଜ ପରିବାରଙ୍କ ଭଳି କାମ କରି ଶେଷରେ ବିଶ୍ୱାସଘାତ କରିଛି ଚାକରାଣୀ ଓ ତାର ସହଯୋଗୀ । ମାଲିକଙ୍କ ଅନୁପସ୍ଥିତିରେ ଘରେ ଥିବା ୧୦ଲକ୍ଷ ଟଙ୍କାର ସୁନାଗହଣାକୁ ଲୁଟି ନେଇ ଫେରାର ଥିବା ଚାକରାଣୀ ଓ ତାର ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଚାକରାଣୀ ହେଲେ ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରର ଡି.ଇନ୍ଦୁରାଓ ଓ ସହଯୋଗୀ ଲକ୍ଷ୍ମୀଧର ତି୍ରପାଠୀ । ଦୁହିଁଙ୍କଠାରୁ ପୋଲିସ ଲୁଟ୍ ସୁନାଗହଣାକୁ ଜବତ କରିଛି । ଶୁକ୍ରବାର ଦିନ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଦୁହିଁଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଖଣ୍ଡଗିରି ଥାନା ଡୁମୁଡୁମା ଅକ୍ସିସ୍ ପାର୍କ ନିକଟରେ ଘର କରି ରୁହନ୍ତି ନିବେଦିତା ରାୟ(୩୪) । ନିବେଦିତାଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ ଗଞ୍ଜାମର ଡି.ଛନ୍ଦୁରାଓ । ୧୭ ତାରିଖ ଦିନ ନିବେଦିତା କୋ÷ଣସି କାମରେ ବାହାରକୁ ଯାଇଥିଲେ । କିନ୍ତୁ ଘରେ କାମ କରୁଥିଲେ ଡି.ଇନ୍ଦୁଲତା । ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରେ ଥିବା ମଙ୍ଗଳସୂତ୍ର, ହାର, କାନଫୁଲ, ଚେନ ଭଳି ୧୦ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇ ପଳାଇଥିଲେ । ଲୁଟ୍ ସୁନାକୁ ତାର ସହଯୋଗୀ ଲକ୍ଷ୍ମୀଧର ତି୍ରପାଠୀଙ୍କୁ ଦେଇ ଦେଇଥିଲେ । ୧୭ ତାରିଖ ଦିନ ନିବେଦିତା ସୁନା କୁଆଡେ ଗଲା ବୋଲି ପଚାରିବାରୁ ଡି.ଇନ୍ଦୁରାଓ ମନା କରିଥିଲେ । ଏ ନେଇ ସେ ୧୮ ତାରିଖ ଦିନ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ରଘୁନାଥନଗରର ଡି.ଇନ୍ଦୁରାଓ ସହଯୋଗୀ ଲକ୍ଷ୍ମୀଧର ତି୍ରପାଠୀଙ୍କୁ ଗିରଫ କରିବା ସହ ଲୁଟ ସୁନାଗହଣାକୁ ଜବତ କରିଛି ।

Nalco
Leave A Reply