Odisha news

ବାସୁଦେବପୁର :କୋଲକତାରୁ ସାଇକେଲରେ ବାସୁଦେବପୁର

0

ବାସୁଦେବପୁର,୨୯/୩ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଚାରିଆଡେ ଲକ୍‌ ଡାଉନ୍‌ ହେଲା । ମିଳିଲା ନାହିଁ ପେଟକୁ ଦାନା । ଖାଇବା ପାଇଁ ଛଟପଟ ହୋଇ ଜୀବନ ବିକଳରେ କୋଲକତାରୁ ଆସି ବାସୁଦେବପୁରରେ ସାଇକେଲର ୭ ଯୁବକ ପହଞ୍ଚିଲେ । ଗୋଟିଏ ପେଟ ଆଇନ୍‌ ଅମାନ୍ୟ । ଅନ୍ୟ ପଟରେ ଖାଦ୍ୟ ବିକଳ ଜୀବନକୁ ଦୁର୍ବିଶ କରିଦେଇଥିଲା । ଜୀବନ ରକ୍ଷା କରିବା ପାଇଁ ଛାଡି ପଳାଇ ଯିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥିଲା ବୋଲି କହିଛନ୍ତି ବାସୁଦେବପୁରରେ ପହଞ୍ଚିଥିବା କିଛି ସାଇକେଲ ଚାଳକ ଯୁବକମାନେ । କରୋନା ଭାଇରସ୍‌ ସଂକ୍ରମଣକୁ ରୋକାକୁ ସମଗ୍ର ଭାରତକୁ ଲକ୍‌ ଡାଉନ୍‌ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗୁରୁତ୍ୱ ଦିଆଯାଉଛି । ଏଥିରେ ଫସି ଗଲେ ଶହ ଶହ ଓଡିଆ ଶ୍ର୍ରମିକମାନେ । କିଏ ଗୁଜରାଟର ସୁରଟର ତ ପୁଣି କିଏ କୋଲକତାର ଅଞ୍ଚଳରେ ଫସି ଯାଇଛନ୍ତି । ଲକ୍‌ ଡାଉନ୍‌ ପରେ ଖାଇବାକୁ ନପାଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଜୀବନ ବିକଳରେ ଆଇନକୁ ଅମାନ୍ୟ କରି କୋଲକତାରୁ ସାଇକେଲ ଯୋଗେ ବାହାରି ଥିଲେ ୧୭ ଜଣ ଓଡିଆ ଯୁବକ । ଶୁକ୍ରବାର ଦିନ ରାତି ୧୨ ଟାରେ ବାହାରି (ଆଜି)ରବିବାର ମଧ୍ୟାନ୍ନ ବାସୁଦେବପୁରରେ ୭ ଜଣ ପହଞ୍ଚିଥିଲେ । କିଛି ରହିଯାଇଥିଲେ ବାଟରେ । ବାସୁଦେବପୁରରେ ପହଞ୍ଚିବା ପରେ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଘରକୁ ଛାଡି ଦିଆ ଯାଇଥିଲା । ମଧ୍ୟାନ୍ନ ପହଞ୍ଚିଥିବା ଯୁବକମାନଙ୍କୁ ପୌରପାଳିକା ପକ୍ଷରୁ ଖାଦ୍ୟ ଯୋଗାଇ ଦିଆ ଯାଇଥିଲା । ସାଇକେଲରେ ଆସିଥିବା ଯୁବକମାନଙ୍କ ମଧ୍ୟରେ ଲକ୍ଷ୍ମୀଦାସପୁର ପଞ୍ଚାୟତର କାଶିଅଭିରାମ ଗ୍ରାମର ସୁରେଶ ଚନ୍ଦ୍ର ପଲାଇ, ପ୍ରଫୁଲ୍ଲ ବେହେରା,ହରେକୃଷ୍ଣ ନାୟକ,ଘନଶ୍ୟାମ ବାରିକ ଓ ବୀଣାପଦା ଗ୍ରାମର ଗୌତ୍ତମ ବାରିକ ପ୍ରମୁଖ କୋଲକତାର ବଡ ବଜାରରେ ଦୁଧ ଭାରି ଭାବେ କାର୍ଯ୍ୟକରି ଜୀବିକା ନିର୍ବାହ କରୁଥିଲେ ।

Leave A Reply