ବାସୁଦେବପୁର (Ramakanta dangua) : ବାସୁଦେବପୁର ବ୍ଲକର ପଢୁଆଁ ପଞ୍ଚାୟତର ମୋହନପୁର ସମୁଦ୍ର ମୁହାଣ ବନି ଗଛ ମଧ୍ୟରୁ ଏକ ବଡ କାଠ ଗଡରେ ନାଲି କପଡ଼ା ଗୋଡାଯାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି । ମୋହନପୁର ସମୁଦ୍ର ମୁହାଣରେ କିଛି ମସି୍ୟଜୀବି ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ବେଡ ବସାଇବାକୁ ଯାଇଥିଲେ । ପଢୁଆଁ ଗ୍ରାମର ନନ୍ଦ କିଶୋର ମାଝୀ ଓ ପୂର୍ଣ୍ଣର୍ଚନ୍ଦ୍ର ମାଝୀ ବେଡ ବସାଇ ଫେରୁଥିବା ବେଳେ ସମୟରେ ନାଲି କପଡା ଗୋଡା ଯାଇଥିବା ବିରାଟ କାଠ ଗଡ଼ ଦେଖିବାକୁ ପାଇଥିଲେ ।
ଗଡଟିକୁ ଏକ ଗଛରେ ବାନ୍ଧି ପକାଇ ଘରକୁ ଫେରିଥିଲେ । ଏସମ୍ପର୍କରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ରାତ୍ରିରେ ବେଡ ବସାଇବାକୁ ଯାଉଥିବା କିଛି ଯୁବକ କାଠ ଗଡକୁ ଖୋଜାଖୋଜି କରି ଠାବ କରିଥିଲେ । ଗଡ଼ଟି ପ୍ରାୟ ସାତଫୁଟ ଲମ୍ଭ ଓ ମୋଟେଇ ତିନି ଫୁଟରୁ ଉର୍ଦ୍ଧ ହୋଇଥିବାରୁ ଆଣିବା ସମ୍ଭବ ହୋଇ ନଥିବାରୁ ଛାଡି ପଳାଇ ଆସିଥିଲେ । ସକାଳେ ସ୍ଥାନୀୟ ସରପଞ୍ଚ ଦୀନବନ୍ଧୁ ଦାସଙ୍କ ସହ ଶହ ଶହ ଗ୍ରାମବାସୀ ସମୁଦ୍ର ମୁହାଣକୁ ଯାଇ ଦାରୁ ଖୋଜିଥିଲେ । ସମୁଦ୍ର ଅଧିକ ଜୁଆର ଥିବାରୁ ଦାରୁ ଖୋଜି ପାଇନଥିଲେ । ଜୁଆର ଛାଡି ଯିବାରୁ ଯୁବକମାନେ ଖୋଜାଖୋଜି କରି ଦାରୁକୁ ଠାବ କରିଥିଲେ । ସେଠାରେ ନେଇ ଆସି ମୋହନପୁର ଗ୍ରାମର ଅର୍ଦ୍ଧ ନିର୍ମିତ ଜଗନ୍ନାଥ ମନ୍ଦିର ନିକଟରେ ରଖି ପୂଜା ଅର୍ଚ୍ଚନା କରିଛନ୍ତି । ଗ୍ରାମ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।