ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବି.ଏସ-୨ ପରୀକ୍ଷାଗାରକୁ ଉଦଘାଟନ : ରାୟଗଡ଼ାରେ ଆରମ୍ଭ ହେଲା କରୋନା ସ୍ୱାବ ନମୁନା ପରୀକ୍ଷା
ରାୟଗଡା : ରାୟଗଡାରେ ଆରମ୍ଭ ହେଲା କୋରନା ସ୍ୱାବ ନମୁନା ପରୀକ୍ଷା । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବି.ଏସ-୨ ପରୀକ୍ଷାଗାରକୁ ଉଦଘାଟନ କରିଛନ୍ତି । ବହୁ ପୂର୍ବରୁ ସରକାରଙ୍କ ତରଫରୁ ରାୟଗଡା ଠାରେ କୋରନା ସ୍ୱାବ ନମୁନା ଯାଂଚ ହେବା ନେଇ ଘୋଷଣା ହୋଇଥିଲା । କିନ୍ତୁ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଥିରେ ବିଳମ୍ବ ଘଟୁଥିଲା । ଏ ନେଇ ରାୟଗଡା ଜିଲ୍ଲାରା ବୁଦ୍ଧିଜୀବି ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଦାବୀ କରିଆସୁଥିଲେ ।
ତେବେ ଆଜି ଠାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ପରିସରରେ କୋରନା ସ୍ୱାବ ନମୁନା ଯାଂଚ ହେବା ନେଇ ଜିଲ୍ଲାପାଳ ଶ୍ରୀବେହେରା ପ୍ରକାଶ କରିଛନ୍ତି । ବି.ଏସ-୨ ପରୀକ୍ଷାଗାରର ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ୪ ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଛି । ଦୈନିକ ୧୬ ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆରଏମଆରସି ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ କୋଭିଡ ପରୀକ୍ଷଣ ମେସିନ ଯୋଗାଇ ଦିଆଯାଇଛି । କୋରାପୁଟ, କଳାହାଣ୍ଡି ଜିଲ୍ଲା ପରେ ଏବେ ରାୟଗଡା କୋରନା ସ୍ୱାବ ନମୁନା ଯାଂଚ ହେବ । ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ଡା.ଭି.ଏଲ.ଏନ.ରାଜୁ, ଡା.ପ୍ରଫୁଲ କୁମାର ପାଢୀ, ଡି.ପି.ଏମ ରାଜେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।