Odisha news

ରାୟଗଡ଼ାରେ ଗଡ଼ିବ ନାହିଁ ବଡ଼ ଠାକୁରଙ୍କ ରଥ

0

ରାୟଗଡା Rabindra patkhandal):  ଶ୍ରଦ୍ଧା ଶ୍ରୀକ୍ଷେତ୍ରରୁ ଗୁଣ୍ଡିଚା ଯାଏଁ ଚଳିତ ବର୍ଷ ଗଡିବନ ବଡଠାକୁର ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ । ଫଳରେ ବିନା ଭକ୍ତରେ ଚଳିତ ବର୍ଷ ହେବ ରଥଯାତ୍ରା । ରଥଯାତ୍ରା ହେବ କି ନାହିଁ ନେଇ ଆଜି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମଙ୍କ ସଭାପତିତ୍ୱରେ ଜିଲ୍ଲାରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଏବଂ ପରିଚାଳନା କମିଟିର ଜଣେ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କ ସହ ଆଲୋଚନା ପରେ ପ୍ରଶାସନ ତରଫରୁ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ପ୍ରକାଶ କରାଯାଇଥିଲେ ।

ଏପରି ନିଷ୍ପତି ଶୁଣିବା ପରେ ଉପସ୍ଥିତ ଥିବା ପୂଜକ ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ବିଚଳିତ ହୋଇଥିଲେ । ଉପସ୍ଥିତ ଥିବା ଜଗନ୍ନାଥ ପ୍ରେମୀ ମାନେ ନିୟମକୁ କୋହଳ କରି ରଥଯାତ୍ରା କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ କରୋନା ମହାମାରୀକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ଏପରି କୋଠର ପଦକ୍ଷେପ ନିଆଯାଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର । ରାୟଗଡା ଶ୍ରଦ୍ଧାଶ୍ରୀକ୍ଷେତ୍ରର ମୁଖ୍ୟ ପୂଜକ ବାଲୁଙ୍କେଶ୍ୱର ଦାସ ଶ୍ରଦ୍ଧାଶ୍ରୀକ୍ଷେତ୍ରରୁ ଗୁଣ୍ଡିଚା ଯାଏଁ ରଥ ଟଣା ନ ହେଲେ ମଧ୍ୟ କେବଳ ସେବାୟତ ମାନଙ୍କ ଦ୍ୱାରା ପହଣ୍ଡି କରି ତିନି ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିର ଯାଏଁ ନେବା ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ ।

ତାହା ମଧ୍ୟ ପ୍ରଶାସନ ତରଫରୁ ଅଗ୍ରାହ୍ୟ କରାଯାଇଥିଲେ । ତେବେ ଚଳିତ ବର୍ଷ ତିନି ଠାକୁରଙ୍କ ରଥଯାତ୍ରା ମନ୍ଦିର ପରିସରରେ ବିନା ରଥରେ ହେବ । ଏଥି ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରଦ୍ଧାଶ୍ରୀକ୍ଷେତ୍ରରେ ଏକ ଅସ୍ଥାୟୀ ଗୁଣ୍ଡିଚା ମଣ୍ଡପ ନିର୍ମାଣ କରାଯାଇ ରୀତି, ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ଏଥର ଭକ୍ତ ଠାକୁରଙ୍କ ଦଶ ଅବତାର ବେଶ ଆଉ ଦେଖି ପାରିବେ ନାହିଁ । ଚଳିତ ବର୍ଷ ରାୟଗଡା ସହରର ରଥଯାତ୍ରା ହେବ ନାହିଁ ବୋଲି ଜଣାପଡିବା ପରେ ସହରର ଜଗନ୍ନାଥପ୍ରେମୀ ମନରେ ଗଭୀର ଆଘାତ ଲାଗିଛି । କିଛି ଦିନ ତଳେ ପଡୋଶୀ କୋରପୁଟ ଜିଲ୍ଲାରେ ମଧ୍ୟ ରଥଯାତ୍ରା ଉପରେ ପ୍ରଶାସନ ତରଫରୁ ରୋକ ଲଗାଯାଇଥିଲା ।

Leave A Reply