Odisha news

ବାସୁଦେବପୁରରେକୋଭିଡ ଭେକ୍ସିନ୍‍ ଟୀକାକରଣ ଉଦ୍‍ଘାଟନ ହେଲା

0

ବାସୁଦେବପୁର,୧୬/୧: କରୋନା ମହାମାରୀକୁ ମାତ୍‍ ଦେବାକୁ ଆରମ୍ଭ ହୋଇଥିବା ଉଦ୍ୟମକୁ ସାକାର କରିବା ପାଇଁ ସବୁ ଆଶା ଅଶଙ୍କାକୁ ପଛରେ ପକାଇ କୋଭିଡ୍‍ ଭେକ୍ସନ୍‍ ଆସିଛି । ନିରନ୍ତର ପ୍ରଚେଷ୍ଠା ଆମକୁ ସଫଳତାର ସୋପାନରେ ପହଞ୍ଚାଇଛି । କୋଭିଡ୍‍ ଭେକ୍ସନ୍‍ ଟୀକା କରଣକୁ ଓଡିଶାର ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରି ଭିଡିଓ କନପ୍ରେନ୍ସି ଯୋଗେ ବିଭିନ୍ନ ମେଡିକାଲ କୋଭିଡ୍‍ ଯୋଦ୍ଧାଙ୍କ ସହିତ କଥା ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍‍ ଭେକ୍ସନ୍‍ ଟୀକା କରଣ କେନ୍ଦ୍ରକୁ ଭଦ୍ରକ ଜିଲ୍ଲାପାଳ ଡଃ. ଜ୍ଞାନ ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ ।

ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିସିା ଅଧିକାରୀ ଡାକ୍ତର ସୋନ୍ତାଷ କୁମାର ପାତ୍ର,ଅତିରିକ୍ତ ଜିଲ୍ଲାପାଳ ଶ୍ୟମାଭକ୍ତ ମିଶ୍ର,ବିଧାୟକଙ୍କ ପ୍ରତିନିଧି ଅସିତ୍‍ କୁମାର ଦାଶ,ଡାକ୍ତର ଦିନବନ୍ଧୁ ସାହୁ,ଡାକ୍ତର ମନୋରଞ୍ଜନ ମହାପାତ୍ର,ବିଡିଓ ପ୍ରଣବ କୁମାର ବେହେରା,ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ,ଡାକ୍ତର ଜୟନ୍ତ କୁମାର ପଣ୍ଡା,ଜିତେନ୍ଦ୍ର ବିଶ୍ୱାଳ,ସୁରଜିତ୍‍ ପଣ୍ଡା,ଅବିନାଶ ପାଣିଗ୍ରାହୀ,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସାମନ୍ତ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ ।

କୋଭିଡ୍‍ ଯୋଦ୍ଧା ଭାବେ ଆଗଧାଡିରେ ପରିଗଣିତ ହେଉଥିବା ସ୍ୱାସ୍ଥ୍ୟ କର୍ମଚାରୀ,ଆଇସିଡିଏସ କର୍ମଚାରୀଙ୍କୁ ଅଗ୍ରଧିକାର ଭିତିରେ କୋଭିଡ୍‍ ଭେକ୍ସନ୍‍ ଟୀକା ପ୍ରଦାନ କରାଯାଇଛିି । ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣଙ୍କୁ ଟୀକା କରଣ କରିବାକୁ ଟାର୍ଗେଟ ଥିବା ବେଳେ ସେଥି ୯୦ ଜଣ ଟୀକା ନେଇଛନ୍ତି । ବିଭିନ୍ନ କାରଣରୁ ୧୦ଜଣ ଅନୁପସ୍ଥିତ ଥିଲେ । ଟୀକା ନେବା ପରେ ସମସ୍ତଙ୍କୁ ଅଧ ଘଣ୍ଟାଏ ଅପେକ୍ଷା କରିବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖା ନଦେବାରୁ ଛାଡି ଦିଆ ଯାଉଥିଲା ।ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ଟୀକା ଯୋଗାଇ ଦିଆ ଯିବ ବୋଲି ବିଧାୟକ ବିଷ୍ଣୁବ୍ରତ ରାଉତରାୟ କହିଥିଲେ

Nalco
Leave A Reply