କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢ଼ା ରୁ ବାଲି ଓ ଭଗ୍ନ ପଥର ଗାଏବେ ଘଟଣା ର ନୂଆ ମୋଡ଼ : ହାଇକୋର୍ଟ ଦେଲେ ତଦନ୍ତ ନିର୍ଦ୍ଦେଶ
କୋଣାର୍କ : ଗତ ଡିସେମ୍ବର ୮ ତାରିଖରେ ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢ଼ା ପରିସର ରୁ ରାତି ଅଧିଆ ବହୁ ପୁରାତନ ବାଲି ବନ୍ତରୁ ବାଲି ଓ ମନ୍ଦିର ବେଢାରେ ପଡିଥିବା ଭଗ୍ନ କାରୁ କାର୍ଯ୍ୟ ଭରା ପଥର ଆକସ୍ମିକ ଭାବେ ଉଭା ହୋଇଯିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା । ଯାହାକୁ ନେଇ କୋଣାର୍କ ଆଞ୍ଚଳିକ ପରିଷଦ ଓ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦୁଇଟି ଏତଲା କୋଣାର୍କ ଥାନାରେ ଦିଆହେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରା ଯାଇଥିଲା , ପରେ ସ୍ଥାନୀୟ ତହସିଲଦାର କୋଣାର୍କ ଆର ଆଇ ଙ୍କୁ ଏବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ନୋଟିସ୍ ଜାରି ଘଟଣା ସ୍ଥଳକୁ ଯାଇ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ମନ୍ଦିର ବେଢାରୁ ବାଲି ଯାଇ ପଡିଥିବା ସ୍ଥାନ କୁ ମଧ୍ୟ ପରିଦର୍ଶନ ରେ ଜାଇ ଏହାର ସତ୍ୟତା ଅନୁଭବ କରିଥିବା ତହସିଲିଦାର ସେତେ ବେଳେ ଗଣମାଧ୍ୟମ ଆଗରେ ପ୍ରକାଶ କରି ସ୍ଥାନୀୟ ଏଏସଆଇ ଅଧିକାରୀ ଙ୍କୁ ଏହାର ଜବାବ ରଖିବାକୁ ନୋଟିସ ଜାରି କରିଥିଲେ ।
କିନ୍ତୁ ଅକସ୍ମାତ ତହସିଲିଦାର ପ୍ରେମାଂଶୁ ଚାନ୍ଦ ଏଠାରୁ ଅନ୍ୟତ୍ର ବଦଳି ହୋଇ ପ୍ରମୋଶନ ପାଇ ଚାଲି ଯିବାରୁ ଉକ୍ତ ବାଲି ଗାଏ ଘଟଣା ଶିଥିଳ ପଡିଥିଲା ।କିନ୍ତୁ କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏହାର ସଭାପତି ସୁବାସ ନାୟକ ଏହି ବାଲି ଓ ପଥର ଗାଏବେ ଘଟଣା ବିଷୟରେ ସମସ୍ତ ତଥ୍ୟ ସହ ମାନ୍ୟବର ହାଇକୋର୍ଟ ରେ ଏକ ପିଟିସନ ଦାୟର କରି ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲେ ଏନେଇ ମାନ୍ୟବର ହାଇକୋର୍ଟ ଏହାକୁୁ ବିଚାର କୁ ନେଇ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ।ପୁରୀ ଏସପି ଙ୍କୁ ୪ ସପ୍ତାହ ମଧ୍ୟରେ ଘଟଣା ର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ତଦନୁଯାୟୀ କୋଣାର୍କ ଥାନା ପକ୍ଷରୁ ବାଲି ଓ ପଥର ଗାଏବେ ଘଟଣାରେ ମାାମଲା ରୁୁଜୁ କରାଯାଇଛି । ଖୁବଶୀଘ୍ର ଏହା ତଦନ୍ତ କରିି ରିପୋର୍ଟ ପୁରୀ ଏସପି ଙ୍କୁ ଦିିିଆଜିବ ବୋଲି ଥାନାଅଧିକାରୀ ରଞ୍ଜନ କୁୁମାର ମଲ୍ଲିକଙ୍କ ଠାରୁ ପ୍ରକାଶ ।