Odisha news

ପୁଣି ବସିଲା କଙ୍ଗାରୁ କୋର୍ଟ : ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ପରେ ଏକ ଲକ୍ଷ ଟଙ୍କା ଜୋରିମାନା

0

ବାସୁଦେବପୁର  : ପୁଣି ବସିଲା କଙ୍ଗାରୁ କୋର୍ଟ। ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ପରେ ଏକ ଲକ୍ଷ ଟଙ୍କା ଜୋରିମାନା। ଏହା ପୁଣି କୈାଣସି ଉପାନ୍ତ ଅଂଚଳ ନୁହେଁ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାନକୃଷ୍ନପୁର ପଞ୍ଚାୟତ ଷାଠିଏଚେନ ଗାଁ ଘଟଣା। ଯାହାକୁ ନେଇ ଏବେ ବିଧି ବ୍ଯବସ୍ଥା ଉପରେ ପୁଣି ଥରେ ଉଠିଛି ପ୍ରଶ୍ନ ? ଖବର ଅନୁଯାୟୀ ବାଣ୍ଠିଆ ମଣ୍ଡଳ ନାମକ ଜଣେ ଚାଷି, ନିଜ ଧାନ କ୍ଷେତରେ ଚାଷ କାମ କରୁଥିବା ବେଳେ ମୁଣ୍ଡଫଟା ଖରାରେ ଶୋଷ ଲାଗିବାରୁ ନିକଟରେ ଥିବା ଏକ ଘରକୁ ପାଣି ପିଇବାକୁ ଯାଇଥିଲେ। ସେହି ଘରେ ଥିବା ଜଣେ ନାବାଳିକା ଝିଅ ତାଙ୍କୁ ପିଇବା ପାଇଁ ପାଣି ଦେଇଥିଲେ। ପାଣି ପିଇବା ପରେ ନିଜ ଧାନ ବିଲ କୁ ଆସି ପୁଣି ଚାଷ କାମ କରିବା ପରେ ଘରକୁ ଫେରିଥିଲେ। ମାତ୍ର ଆସିଥିଲା ଗୁରୁତର ଅଭିଯୋଗ !

ଘରେ କେହି ନଥିବା ବେଳେ ନାବାଳିକା ଝିଅକୁ ଟଣା ଓଟରା କରିଥିବା ଅଭିଯୋଗ। ଯାହାକୁ ନେଇ ବସିଲା କଙ୍ଗାରୁ କୋର୍ଟ। ଏହି କୋର୍ଟରେ ପୁର୍ବ ଯୋଜନା ମୁତାବକ ବାଣ୍ଠିଆକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ପରେ ଟଣା ଓଟରା ଅଭିଯୋଗରେ ଏକ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ତେବେ ଏହି ଘଟଣା ପରେ ପିଡୀତା ଜଣକ ଆଇନର ଦ୍ୱାରସ୍ଥ ନହୋଇ କଙ୍ଗାରୁ କୋର୍ଟ ବସିଥିଲା କାହିଁକି ? ନା ପ୍ରଚ୍ଛଦପଟରେ ପଟରେ ରହିଛି ଅନ୍ୟକିଛି ଆକ୍ରୋଶ ମୂଳକ ମନୋଭାବ। ସୂଚନା ଅନୁଯାୟୀ ବାଣ୍ଠିଆ ର ମାଆଙ୍କ ଦେହାନ୍ତ ହେବା ପରେ ଏବେବି ଶୁଦ୍ଧିକ୍ରିୟା ସରିନାହିଁ। ଏହିପରି ସ୍ଥିତିରେ ଏପରି ମାନସିକତା ଅଥବା ଏପ୍ରକାରର ଅଭିଯୋଗର କେତେ ପରିମାଣରେ ସତ୍ୟତା ରହିଛି ତାହା ମଧ୍ୟ ତଦନ୍ତ ସାପେକ୍ଷ। ଏନେଇ ଖବର ପାଇବା ପରେ, ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ହେଲେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

Leave A Reply