ବାସୁଦେବପୁର: ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ବଜାରରେ ଜଣେ ମହିଳାଙ୍କୁ ଔଷଧ ଦୋକାନ ଆଗରେ ସାଲାଇନ୍ ଦେବା ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଆଜି ତଦନ୍ତ ଆରମ୍ଭ ହୋଇଛି । ଇରମରେ ବଜାରରେ ଥିବା ଲକ୍ଷ୍ମୀ ମେଡିସିନ୍ ଷ୍ଟୋରରେ ପହଞ୍ଚି ଡ୍ରଗ୍ସ ଇନ୍ସପେକଫର ନିହାରିକା ଦାସ,
ବାସୁଦେବପୁର ତହସିଲିଦାର ସୌମ୍ୟଶ୍ର୍ୟ ପାଣିଗ୍ରାହୀ,ବାସୁଦେବପୁର ଥାନାର ସବଇନ୍ସପେକଫର ବିଶ୍ୱରଞ୍ଜନ ସିଂ ପ୍ରମୁଖ ମିଳିତ ତଦନ୍ତ ପାଇଁ ପହଞ୍ଚିଥିଲେ । ନୂଆଗାଁର ପଞ୍ଚାୟତର ମୟାଧର ମଳିକଙ୍କ ପନିୀ ରାନୀ ମଳିକଙ୍କ ଦେହ ଅସୁସ୍ଥ ଥିବାରୁ ଶୁକ୍ରବାର ମଧ୍ୟାନ୍ନରେ ଇରମ ଡାକ୍ତରଖାନାରେ ଦେଖାଇବା ପାଇଁ ଯାଇଥିଲେ । ଯାଉଥିବା ବେଳେ ଇରମ ବଜାରରେ ଲକ୍ଷ୍ମୀ ମେଡିସିନ୍ ଷ୍ଟୋର ପାଖକୁ ଯାଇଥିଲେ । ସେଠାରେ ଠିଆ ହୋଇଥିବା ସମୟରେ ହଠାତ୍ ପଡି ଯାଇଥିଲେ । ତଳେ କାଟୁନ୍ (ପେଟି) ବିଛାଇ ତଳେ କିଛି ସମୟ ଶୁଆଇ ଦେଇଥିଲେ ।
ଦୋକାନୀ ରଘୁନାଥ ମଲ୍ଲିକ ଜଣେ ଫାର୍ମାସିଷ୍ଟ ହୋଇଥିବାରୁ ତୁରନ୍ତ ପ୍ରେସ୍ର ଚେକ୍ କରିଥିଲେ । ରାନୀଙ୍କ ସ୍ୱାମୀ ମାୟାଧର ରାଜ୍ୟ ବାହାରେ କାର୍ଯ୍ୟ କରୁଥିବାରୁ କରୋନାରେ ଅଟକି ରହିଛନ୍ତି । ତାଙ୍କ ସହ ରଘୁ କଥା ହୋଇ ରାନୀକୁ ଟିକେ ସୁସ୍ଥ କରିବା ପାଇଁ ଏକ ସାଲାଇନ୍ ଲାଗାଇ ଦେଇଥିଲେ । ଖବର ପାଇ ରୀନାଙ୍କ ମାଆ ପହଞ୍ଚି ଥିଲେ । ଝିଅ ସୁସ୍ଥ୍ୟ ହେବା ପରେ ଘରକୁ ନେଇ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ମେଡିସିନ୍ ଦୋକାନ ଠାରୁ ଡାକ୍ତରଖାନା ମାତ୍ର ଶହେ ମିଟର ଦୂରତା ହୋଇଥିଲେ ମଧ୍ୟ ଡାକ୍ତରଖାନାରେ ଆୟୁଷ ଡାକ୍ତର ଓ ଫାର୍ମାସିଷ୍ଟ ଥାଇ ମଧ୍ୟ ଲୋକମାନେ କାହିଁକି ଭରଷାକୁ ନେଇ ପାରୁନାହାନ୍ତି । ଜଣେ ଔଷଧ ଦୋକାନୀ ପାଖରେ ଏତେ ଭିଡ କାହିଁକି ।
ମେଡିକାଲରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଲୋକେ କାହିଁକି ଭରଷା କରିପାରୁନାହାନ୍ତି । କର୍ମଚାରୀଙ୍କ ଆଚରଣରେ ଲୋକେ କ୍ଷୁବ୍ଧ ହୋଇ ଡାକ୍ତରଖାନାକୁ ଯିବାକୁ ଉଚିତ୍ ମନେ କରୁନାହାନ୍ତି କି । ସ୍ୱାସ୍ଥ୍ୟ ବିଭାଗ କେଉଁଠି ଦୁର୍ବଳାତା ରହୁଛି ତାର ଖିଅ ବାହାର କରିବା ବଦଳରେ ନିଜର ଦୋଷକୁ ଲୁଚେଇବାକୁ ଯାଇ ଔଷଧ ଦୋକାନୀ ଉପରେ ଦାଉସାଜି ତଦନ୍ତ ଆରମ୍ଭ କରିଛନ୍ତି । ମିଳିତ ତଦନ୍ତକାରୀ ଟିମ୍ ଇରମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତଦନ୍ତ ସମୟରେ ଯାଇଥିବା ବେଳେ ଆୟୁଷ ଡାକ୍ତର ଅନୁପସ୍ଥିତ ଥିବାର ଦେଖିବାକୁ ପାଇଥିଲେ । ପରେ ଟିମ ରୀନା ମଳିକଙ୍କୁ ଭେଟିବା ପାଇଁ ତାଙ୍କ ବାପ ଅଢୁଆଁ ଗ୍ରାମକୁ ଯାଇ ରୀନା ଓ ତାଙ୍କ ମାଆ କମଳିନୀକୁ ଭେଟି ବୟାନ ନେଇଥଇଲେ । ରୋଗୀଙ୍କ ପାଇଁ ଡାକ୍ତରଖାନା ନୁହେଁ ମେଡିସିନ୍ ଷ୍ଟୋର ଦୋକାନୀ ରୋଗୀଙ୍କ ପାଇଁ ଭରଷା ପାଲଟିଛନ୍ତି । ଆଜି ତଦନ୍ତ ଟିମ୍ ଉପସ୍ଥିତ ଥିବା ବେଳେ ଜଣେ ମୁଣ୍ଡ ଫଟା ରୋଗୀ ଡାକ୍ତରଖାନାକୁ ନଯାଇ ଲକ୍ଷ୍ମୀ ମେଡିସିନ୍ ଷ୍ଟୋରକୁ ଯାଉଥିବା ବେଳେ ତଦନ୍ତ ଟିମ୍ର ପରାମର୍ଶ କ୍ରମେ ଡାକ୍ତରଖାନାକୁ ନେଇ ଯାଇଥିଲେ । ଇରମ ସରପଞ୍ଚ ପ୍ରଫୁଲ୍ଲ କୁମାର ବିଶ୍ୱାଳ କହିଛନ୍ତି ୩ ବର୍ଷ ଧରି ଡାକ୍ତର ଡାକ୍ତରଖାନାରେ ନଥିବାରୁ ଲୋକେ ଡାକ୍ତରଖାନାକୁ ଯିବାକୁ ଉଚିତ୍ ନମଣି ଔଷଧ ଦୋକାନ ଦୋକାନକୁ ଅଧିକ ଭରଷା କରୁଛନ୍ତି