ବାସୁଦେବପୁର : ଭଦ୍ରକ ଜିଲ୍ଲାର ବାସୁଦେବପୁର ତହସିଲିର ସମସ୍ତ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କର ଡ୍ରେସ କୋଡ ଲାଗୁ କରିବାରେ ଭଦ୍ରକ ଜିଲ୍ଲାର ପ୍ରଥମ ତହସିଲ ଭାବେ ଆଜି ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି । ପ୍ରତି ବିଭାଗର ଡ୍ରେସ କୋଡ ନିଜର ସ୍ୱତନ୍ତ୍ର ପରିଚୟ ଜାହିର୍ କରିବା ସହିତ କାର୍ଯ୍ୟ କ୍ଷେତ୍ରରେ ହେଉ କି ବ୍ୟକ୍ତିଗତ କ୍ଷେତ୍ରରେ ହେଉ ନିଜକୁ ଶୃଙ୍କଳିତ କରିଥାଏ । ବାସୁଦେବପୁର ତହସିଲର ସମସ୍ତ କର୍ମଚାରୀ ସ୍ୱଇଚ୍ଛାରେ ସମ୍ବଲପୁରୀ ସୂତା କପଡାରେ ପରିହିତ ଏକ ଚିତ୍ର ବିଚିତ୍ର ନାଲି ରଙ୍ଗର ଡ୍ରେସକୁ ଚୟନ କରିଥିଲେ । ସମସ୍ତ କର୍ମଚାରୀ ଏହି କପଡାରେ ସହମତି ଜଣାଇବା ପରେ ଆଜି କର୍ମଚାରୀମାନେ କାର୍ଯ୍ୟାଳୟକୁ ପିନ୍ଧି ଆସିଥିଲେ । ଯାହା ପିଅନ ଠାରୁ ତହସିଲିଦାର ପର୍ଯ୍ୟନ୍ତ ଏକ ରଙ୍ଗରେ ପରିଧାନ କରିଥିବାର ଦେଖିବାକୁ ମିଳିଥିଲା ।
ନିଜ ରାଜ୍ୟର ସମ୍ବଲପୁରୀ କପଡାକୁ ପ୍ରାଧାନ୍ୟ ପ୍ରଦାନ କରିଥିବାରୁ ଆମର ହସ୍ତଶିଳ୍ପ ପ୍ରତି ପ୍ରସିାହନ ଯୋଗାଇ ଦିଆଗଲା ବୋଲି କେତେକ କର୍ମଚାରୀ କହିଛନ୍ତି । ଏହି ଡ୍ରେସ କୋଡ କାର୍ଯ୍ୟକ୍ରମକୁ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ଅତିରିକ୍ତ ତହସିଲିଦାର ବିଶ୍ୱନାଥ ବିଶ୍ୱାଳ ପ୍ରଚଳନ କରିବା ପାଇଁ ଉସିାହିତ କରିଥିଲେ । ଆଜିର ଡ୍ରେସ କୋଡରେ ତହସିଲିର ସମସ୍ତ କର୍ମଚାର,ରାଜସ୍ୱ ନିରିକ୍ଷକ,ଅତିରିକ୍ତ ରାଜସ୍ୱ ନିରିକ୍ଷକ,ପିଅନ ଡ୍ରେସ ପିନ୍ଧିଥିଲେ । ଯାହା ଅନ୍ୟ ବିଭାଗର କର୍ମଚାରୀଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେହିପରି ପ୍ରତିମାସରେ ତହସିଲିର ଭଲ କାମ କରୁଥିବା ଓ ରାଜସ୍ୱ ଆଦାୟ କରୁଥିବା କର୍ମଚାରୀଙ୍କୁ ପ୍ରତି ମାସରେ ଷ୍ଟାର କର୍ମଚାରୀ ଭାବେ ଓ୍ୱାଲରେ ନାମ ଓ ଫଟୋ ପ୍ରଦାନ କରାଯାଇ କର୍ମଚାରୀଙ୍କୁ ଉସିାହିତ କରାଯାଉଛି । ଚଳିତ ମାସରେ ଶରତ କୁମାର ଦାଶ ଶ୍ରେଷ୍ଠ କର୍ମଚାରୀ ଭାବରେ ଷ୍ଟାର ମନୋନୀତ ହୋଇ ଓ୍ୱାଲରେ ସ୍ଥାନିତ ହୋଇଛନ୍ତି ।
