Odisha news

ବାସୁଦେବପୁର : ଲୁଙ୍ଗାରେ ଯୋଗ ଶିବିର ଉଦ୍ଯାପିତ

0

ବାସୁଦେବପୁର: ବାସୁଦେବପୁର ବ୍ଲକର ଲୁଙ୍ଗା ପଞ୍ଚାୟତର ଉରୁଣିଆ ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ପାଞ୍ଚ ଦିନିଆ ଯୋଗ ଶିବିର ଉଦ୍‍ଯାପିତ ହୋଇ ଯାଇଛି । ଯୋଗ ପ୍ରଶିକ୍ଷକ ରମାକାନ୍ତ ପାଣିଗ୍ରାହୀ ଓ ବସନ୍ତ କୁମାର ଖିଲାରଙ୍କ ନେତୃତ୍ୱରେ ସୋମବାର ଠାରୁ ଆରମ୍ଭ ହୋଇଥିବା ଯୋଗ ଶିବିରରେ କୋଭିଡ- ୧୯କୁ ଲକ୍ଷ୍ୟ ରଖି ସମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ଲଗାଇ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଉରୁଣିଆ ଗ୍ରାମର ବରିଷ୍ଠ ନାଗରିକ,ମହିଳା ଓ ଯୁବକ ଯୁବତୀମାନଙ୍କୁ ପ୍ରତିଦିନ ସକାଳେ ଯୋଗ ଶିବିରରେ ଅଂଶ ଗ୍ରହଣ କରିଥିଲେ ।

ଉଦ୍‍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ମେଡିକାଲ ଅଫିସର ଡାକ୍ତର ମନୋଜ କୁମାର ମିଶ୍ର,ପ୍ରଶିକ୍ଷକ ରମାକାନ୍ତ ପାଣିଗ୍ରାହୀ ଓ ବସନ୍ତ କୁମାର ଖିଲାର,ସାମ୍ବାଦିକ ରମାକାନ୍ତ ଡାଙ୍ଗୁଆ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ । ପାଞ୍ଚ ଦିନ ଧରି ଚାଲିଥିବା ଯୋଗ ଶିବିରକୁ ଶର୍ମିଷ୍ଠା ମିଶ୍ର ଓ ରାଜଶ୍ରୀ ପଲାଇ ପରିଚାଳନା କରିଥିଲେ ।

Leave A Reply

Your email address will not be published.