Odisha news

ଭଦ୍ରକ ଜିଲ୍ଳାରେ ୧୨ ପଜେଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଲା

0

ଭଦ୍ରକ :ଜିଲ୍ଳାରେ ଆଜି ୧୨ ପଜେଟିଭ୍ ବାହାରିଛନ୍ତି  । ଆଜି ସୁଦ୍ଧା ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଛି  । ୨୨୬ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେଶ ୨୦ ରହିଛି  । ଜିଲ୍ଲାରେ ଆଜି ସୁଦ୍ଧା ୧୦୨୦୫ ନମୁନା ପରୀକ୍ଷା ସରିଛି  । ଚିହ୍ନଟ ହୋଇଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ କ୍ୱାରେନଣ୍ଟାଇନ୍ରେ, ଜଣେ ହୋମ୍ କ୍ୱାରେନଣ୍ଟାଇନ୍ ଓ ଜଣେ ଲୋକାଲ କଣ୍ଟାକ୍ଟ ବୋଲି ପ୍ରଶାସନିକ ସୂତ୍ରରୁ ଜଣାଯାଇଛି  । ଲୋକାଲ କଣ୍ଟାକ୍ଟ ଜଣଙ୍କ ବାସୁଦେବପୁର ବ୍ଳକର ଠାକୁରବାଡି ପଦ୍ମପୁର ଅଞ୍ଚଳର  ।

ହୋମକ୍ୱାରେନଣ୍ଟାଇନ ଜଣଙ୍କ ବାସୁଦେବପୁର ବ୍ଲକ ବାଗଦା ବିନାୟକପୁର ଅଞ୍ଚଳର ହୋଇଥିବା ୨ଜଣ ସେହି ବ୍ଲକର କପାଗଡିଆ ନୋଡାଲ ସ୍କୁଲ ଟିଏମସିର  ।  ଆଜି ଚିହ୍ନଟ ହୋଇଥିବା ୧୨ଜଣଙ୍କ ମଧ୍ୟରୁ ୧୧ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଜଣେ ଲୋକାଲ କଣ୍ଟାକ୍ଟ ବୋଲି ଜଣା ପଡିଛି ।

ସବୁ ଚିହ୍ନଟ ମାନେ ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଫେରିଥିଲେ । ଜିଲ୍ଳାପାଳ ଜ୍ଞାନ ଦାସ ବାଗଦାବିନାୟକପୁର ଗ୍ରାମକୁ କଣ୍ଟେନମେଣ୍ଟଜୋନ ଓ ବିନାୟକପୁର ପଞ୍ଚାୟତକୁ ବଫରଜୋନ ଭାବେ ଘୋଷଣା କରିଛନ୍ତି । ସେହିପରି ପଦ୍ମପୁର ପଞ୍ଚାୟତକୁ ବଫରଜୋନ ଏବଂ ଏହି ପଞ୍ଚାୟତର କପାଗଡିଆ ନୋଡାଲ ସ୍କୁଲ ଓ ଠାକୁରବାଡି ସାହିକୁ କଣ୍ଟେନମେଣ୍ଟଜୋନ କଟକଣା ଜାରି କରିଛନ୍ତି । ପୂର୍ବରୁ କଣ୍ଟେମେଣ୍ଟ ଥିବା ଧାମନଗର ବ୍ଲକର ନଦୀଗାଁ ହାଇସ୍କୁଲ ଓ ବଫରଜୋନ ଥିବା ନଦୀଗାଁ ପଞ୍ଚାୟତ ବଫରଜୋନର କଟକଣା ସମୟସୀମା ଆଉ ୧୪ ଦିନ ବୃଦ୍ଧି କରାଯାଇଛି । ସେହିପରି ଧାମରା ଜେଜେ ରିସୋର୍ଟକୁ କଣ୍ଟେନମେଣ୍ଟ କଟକଣାମୁକ୍ତ ମଧ୍ୟ କରାଯାଇଛି ।

Leave A Reply

Your email address will not be published.