ବାସୁଦେବପୁର : ବିବାହ ବେଦିକୁ ଯିବା ପୂର୍ବରୁ ନାବାଳିକାକୁ ଉଠାଇ ନେଲା ସିଡବ୍ଲ୍ୟୁସି । ବାସୁଦେବପୁର ବ୍ଲକର ନରସିଂହପୁର ପଞ୍ଚାୟତର ଜୟପୁର ଗ୍ରାମରେ ପହଞ୍ଚିଥିଲେ ଭଦ୍ରକର ସିଡବ୍ଲ୍ୟୁସି ଅଧିକାରୀ,ସିଡିପିଓ ଜାନକୀ ଦାସ ଓ ବାସୁଦେବପୁର ପୋଲିସ । ଜୟପୁର ଗ୍ରାମର ସମ୍ବୁନାଥ ସାହୁଙ୍କ ନାବାଳିକା ଝିଅକୁ ବ୍ରାହ୍ମଣୀଗାଁରେ ବିବାହ ପାଇଁ ସ୍ଥିର ହୋଇଥିଲା । ଆଜି ବାସୁଦେବପୁର ରାଧାକୃଷ୍ଣ ମନ୍ଦିରରେ ବିବାହ ଅନୁଷ୍ଠିତ ହେବାର ଥିଲା । ଖବର ପାଇ ଜୟପୁର ଗ୍ରାମର ସମ୍ବୁନାଥଙ୍କ ଘରେ ପହଞ୍ଚିଥିଲେ ସିଡବ୍ଲ୍ୟୁସି ଅଧିକାରୀ,ସିଡିପିଓ ଜାନକୀ ଦାସ ଓ ବାସୁଦେବପୁର ପୋଲିସ । ବାହାଘର ପାଇଁ ସଜବାଜ ହୋଇ ବସିଥିଲେ ନାବାଳିକା ।
ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି । ସବାନ୍ଧବେ ଯିବେ ବାହା କରାଇବାକୁ । ତା ପୂର୍ବରୁ ପହଞ୍ଚି ଝିଅର ବୟସ ପ୍ରମାଣ ପତ୍ର ଖୋଜିଲେ ସିଡବ୍ଲ୍ୟୁସି ଅଧିକାରୀ । ଆଧାର କାର୍ଡରେ ବୟସ ହୋଇଥିବାର ଦର୍ଶାଇ ପରିବାର ଲୋକ ଯୁକ୍ତି କରିଥିଲେ । ବୟସ ପ୍ରମାଣ ପତ୍ର ଦେଖାଇବାକୁ ନାରାଜ ହୋଇଥିଲେ ଶମ୍ବୁନାଥଙ୍କ ପରିବାର ଲୋକ । ଶେଷରେ ବାଧ୍ୟ ହୋଇ ପୋଲିସ ଝିଅକୁ ଗାଡିରେ ବସାଇ ସିଡବ୍ଲ୍ୟୁସି ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଗାଡିରେ ବସାଇ ଭଦ୍ରକ ନେଇ ଯାଇଥିଲେ । ବୟସ ପ୍ରମାଣ ପତ୍ର ନଦେଲେ ଆଇନ୍ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ ବୋଲି ଜଣାଯାଇଛି