ଆମେ ଆମ ଘରର ପୂର୍ବ ପୁରୁଷ କିମ୍ବା ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କ ର ମୃତ୍ୟୁ ପରେ ଫଟୋ ଘରେ ରଖିଥାଉ । ଏହା ପ୍ରାୟ ସମସ୍ତଙ୍କ ଘରେ ହୋଇଥାଏ । କାରଣ ଏହା ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ରଖା ଯାଇଥାଏ । ବାସ୍ତୁ ଶାସ୍ତ୍ରରେ ରେ ଏହାକୁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବାର ବ୍ୟବସ୍ଥା କରାଯାଇ ଥାଏ ।
* ନିଜର ପିତୃ ପୁରୁଷଙ୍କୁ କଦାପି ଭଗବାନ୍ ଙ୍କ ଫଟୋ ନିକଟରେ ରଖିବା ଉଚିତ୍ ନୁହେଁ । କାରଣ ଈଶ୍ୱର ହେଉଛନ୍ତି ଅନନ୍ତ ଓ ଅବିନାଶୀ । କିନ୍ତୁ ମଣିଷ ହେଉଛି ଈଶ୍ବରଙ୍କ ଆଶ୍ରିତ ତେଣୁ ସେ ଭଗବାନ୍ ଙ୍କ ସମକକ୍ଷ ହୋଇ ନଥାଏ । ତେଣୁ ଠାକୁର ଘରେ କଦାପି ପିତୃ ପୁରୁଷ ଙ୍କ ଫଟୋ ରଖନ୍ତୁ ନାହିଁ ।
* କେବେବି ଘରର ମୁଖ୍ୟ ଦ୍ଵାର ନିକଟରେ ପିତୃ ପୁରୁଷ ଙ୍କ ଫଟୋ ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ସର୍ବଦା ଉତେଜନା ଦେଖା ଦେବ ।
* ପିତୃ ପୁରୁଷ ଙ୍କ ଫଟୋ କଦାପି ଘରର ମଧ୍ୟ ଭାଗରେ ରଖିବା ଉଚିତ୍ ନୁହେଁ । କାରଣ ଘରର ମଧ୍ୟ ଭାଗ ବ୍ରହ୍ମ ସ୍ଥାନ ଅଟେ । କାରଣ ସମ୍ମାନ ହାନି ହେବାର ସମ୍ଭାବନା ରହିଥାଏ ।
* କେବେବି ନିଜ ପିତୃ ପୁରୁଷ ଙ୍କ ଫଟୋ କୁ ଓହଳାଇ ଟଙ୍ଗିବା ଉଚିତ୍ ନୁହେଁ । ଏପରି ଟାଙ୍ଗିବା ଦ୍ଵାରା ଜୀବନରେ ବିଭିନ୍ନ କଳହ ଦେଖା ଦେଇଥାଏ ।
* ଆପଣ ଏପରି ସ୍ଥାନରେ ପିତୃ ପୁରୁଷ ଙ୍କ ଫଟୋ ଲଗାନ୍ତୁ , ଯେପରି ତାର ମୁଖ ଦକ୍ଷିଣ ଦିଗକୁ ରହୁଥିବା ଆବଶ୍ୟକ । ଏହାଦ୍ବାରା ଘର ସଦସ୍ୟ ମାନଙ୍କ ମଧ୍ୟରେ ଭଲ ସମ୍ପର୍କ ସ୍ଥାପିତ ହୋଇଥାଏ ।
* ନିଜ ପୁର୍ବଜ ଙ୍କ ଫଟୋ ସହ ଜୀବନ୍ତ ବ୍ୟକ୍ତିଙ୍କ ଫଟୋ ଟାଙ୍ଗିବା ଉଚିତ୍ ନୁହେଁ । ଯଦି ଏପରି ଫଟୋ ଟାଙ୍ଗୁ ଛନ୍ତି ତେବେ ସେଥିରେ ଫୁଲ କିମ୍ବା ମାଳ ଇତ୍ୟାଦି ଲଗାଇବେ ନାହିଁ । ଏପରି କଲେ ଘରର ଆର୍ଥିକ ଅସୁବିଧା ଦେଖା ଦେଇଥାଏ ।