Odisha news

ଶନିବାର ବାସ୍ତୁ ଟିପ୍ସ : ଉନ୍ନତି ଓ ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ ଏହିସବୁ ଉପାୟ

0

ଆମ ଜୀବନରେ ନିଜକୁ ଠିକ ରଖିବା ପାଇଁ ଓ ବିଭିନ୍ନ ଅସୁବିଧା ଠାରୁ ଦୁରେଇ ରହିବାକୁ ଇଛା କରିଥାଉ l  ଆମ ଜୀବନରେ ସମସ୍ତ ବାର ଗୁଡିକର ଖୁବ ମହତ୍ୱ ରହିଥାଏ l କିନ୍ତୁ ଆମେ ସମସ୍ତେ ପ୍ରାୟ ଶନିବାର ଦିନଟିକୁ ଅଧିକ ଗୁରୁତ୍ୱ ଦେଇଥାଉ l କାରଣ ଏହି ବାରଟି ହେଉଛି ଶନି ଦେବ ଙ୍କ ବାର ଅଟେ l ଶନି ଦେବ ଯଦି ନିଜର କୋପ ଦୃଷ୍ଟି କାହା ଉପରେ ପକାଇ ଥାଆନ୍ତି ତେବେ ରୋଗ ବୈରାଗ୍ୟ ଠାରୁ ସମସ୍ତ ବିପତି ମାଡି ବସିଥାଏ l

ତେଣୁ ନିଜ ଜୀବନରେ ସୁଖ ସମୃଦ୍ଧି ଲାଭ କରିବା ପାଇଁ କିଛିଟା ବାସ୍ତୁ ନିୟମକୁ ଶନିବାର ଦିନ ନିହାତି ମାନିବା ଆବଶ୍ୟକ l ଯାହା ଆମକୁ ସମସ୍ତ ବିପଦରୁ ଦୁରେଇ ରଖିଥାଏ l

ଶନିବାର ଉପାୟ : –

* ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନକୁ ଖୁବ ପବିତ୍ରତା ର ସହିତ ଗ୍ରହଣ କରାଯାଇଥାଏ l ମାନ୍ୟତା ରହିଛି ଯେ ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁର ରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ l
ଶନିବାର ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନଟିଏ ନିହାତି କରିବା ଉଚିତ l ଏହାଦ୍ୱାରା ସୁଖ ସମୃଦ୍ଧି ଆସିଥାଏ l

* ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ତୁଳସୀ ବୃକ୍ଷ ରଖିଛନ୍ତି ତେବେ ତାହାକୁ ସର୍ବଦା ଦକ୍ଷିଣ ପାର୍ଶ୍ୱରେ ରଖନ୍ତୁ l ତା ସହିତ ମୁଖ୍ୟ ଦ୍ୱାରରେ କଦଳୀ ଗଛ ରଖିବା ମଧ୍ୟ ନିହାତି ଜରୁରୀ l ମାନ୍ୟତା ରହିଛି ଯେ ଶନିବାର ଦିନ ଯଦି ଏହି ଦୁଇଟି ଗଛକୁ ବିଧିବଦ୍ଧ ଭାବରେ ପୂଜା କରାଯାଇଥାଏ ତେବେ ବାସ୍ତୁର ସମସ୍ତ ଅସୁବିଧାରୁ ରକ୍ଷା ମିଳିଥାଏ l

* ଶନିବାର ଦିନ ଘରର ଉତର ଦିଗରେ କୌଣସି ଖାଲି ସ୍ଥାନରେ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ପାଣି ରଖନ୍ତୁ l ଯାହା ଦ୍ୱାରା ଆପଣଙ୍କ ଅଟକି ଥିବା କାମ କାର୍ଯ୍ୟ ସୁରୁଖୁରୁ ରେ ହୋଇ ଯିବ l

* ଶନିବାର ଦିନ ନିଜ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ ହଳଦିଆ କପଡା ରେ କଉଡ଼ି, ଗୋଟା ଗୁଆ , ଧାନ ବାନ୍ଧି ଟାଙ୍ଗି ଦିଅନ୍ତୁ l ଏପରି କରିବା ଦ୍ୱାରା ଘର ଭିତରକୁ ସକାରାତ୍ମକ ଉର୍ଜା ଆସିଥାଏ ଓ ଧନ ସମସ୍ୟା ଦୂର ହୋଇଥାଏ l

* ପ୍ରତି ଶନିବାର ଦିନ ଆପଣ ନିଜ ଘରକୁ ଲୁଣ ପକାଇ ପୋଛିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଓ ଜୀବନରେ ସଫଳାତା ମିଳିଥାଏ l ରୋଗ ଠାରୁ ମଧ୍ୟ ଶରୀର ଦୁରେଇ ରହିଥାଏ l

Leave A Reply