ବାସ୍ତୁ ଅନୁସାରେ ଘରର ସମ୍ପୂର୍ଣ୍ଣତା ସେତେବେ ରହିଥାଏ ଯେତେବେଳେ ସେହି ଘରେ ରହୁଥିବା ଲୋକମାନଙ୍କ ମଧ୍ୟରେ ହସ ଖୁସି ଭରି ରୁହେ l ଯେତେବେଳେ ଘରର ସାଦସ୍ୟଙ୍କ ସମ୍ପର୍କ ଉତେଜନା ମୁକ୍ତ ରହିଥାଏ ସେତେବେଳେ ଯାଇ ବ୍ୟକ୍ତି ମାନେ ନିଜର ଚାକିରୀ ଓ ବ୍ୟବସାୟରେ ଧ୍ୟାନ ଦେଇ ପାରନ୍ତି l ଘରେ କଳହ ଉପୁଜିବାର ଅନେକ କାରଣ ରହିଥାଏ ,ଯେଉଁଥିରେ ବାସ୍ତୁ ଦୋଷର ମଧ୍ୟ କିଛି ଭୂମିକା ରହିଛି l ବେଳେବେଳେ ଏପରି କିଛି ଭୁଲ ହୋଇଯାଅ ଯାହା ଦ୍ୱାରା ପାରିବାରିକ ଜୀବନ ଖରାପ ହେବାକୁ ଲାଗେ l ଆସନ୍ତୁ ଜାଣିବା ଏହି କଳହ ଓ ବିବାଦକୁ କିପରି ଦୂରକରୀ ପାରିବ l
* ଆମ ହିନ୍ଦୁମାନେ ଭଗବତ ବିଶ୍ୱାସୀ ଅଟୁ l ତେଣୁ ନିଜ ପୂଜା ଘରେ ବିଭିନ୍ନ ଦେବାଦେବୀଙ୍କର ଫଟୋ ଓ ମୂର୍ତ୍ତି ସ୍ଥାପନ କରିଥାଉ ,ସବୁବେଳେ ମାନେ ରଖନ୍ତୁ ଏହି ଫଟୋ ଓ ମୂର୍ତ୍ତି ଗୁଡିକ ଯେପରି ମହାଭାରତ ଯୁଦ୍ଧ କିମ୍ବା ରାମାୟଣ ସମୟର ଯୁଦ୍ଧକୁ ଇଙ୍ଗିତ କରୁନଥିବା l ଏହି ଫଟୋ ଗୁଡିକ ଶାନ୍ତ ଓ ହସମୁଖ ଦେଖାଯାଉଥିଲେ ଏହାର ପ୍ରତିକୂଳ ଅବସ୍ଥା ପାରିବାରିକ ଜୀବନ ଉପରେ ପଡିବ l ଯେମିତି ବିଷ୍ଣୁ ଓ ଲକ୍ଷ୍ମୀଙ୍କର ହସୁଥିବା ଶାନ୍ତ ମୁଖ ମଣ୍ଡଳ l
* ଘରେ କନ୍ୟାମାନଙ୍କ ପାଇଁ ଉତର ପଶ୍ଚିମ ଦିଗରେ କୋଠରୀ ରଖନ୍ତୁ l ଏହା ଦ୍ୱାରା କନ୍ୟା ମାନଙ୍କ ଶୋଭାବ ଶାନ୍ତ ରହିବ ଏବଂ ବିବାହ ସମ୍ବଧୀୟ ସମସ୍ତ ଅସୁବିଧା ଦୂର ହେବ l
* ବାସ୍ତୁ ଅନୁସାରେ କେବେବି ହିଂସ୍ର ଜୀବଜନ୍ତୁ ଯେପରିକି ସିଂହ ,ବାଘ ଇତ୍ୟାଦିଙ୍କ ଫଟୋ ଲଗାଇବେ ନାହିଁ l ଏହି ପ୍ରକାର ଫଟୋ ଘରେ ଲଗାଇବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ମାନେ ଆସିଥାନ୍ତି l ଘରର ଲୋକ ମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ l
* ଯେଉଁ ଲୋକମାନେ ନୃତ୍ୟ ପ୍ରତି ଇଛା ରଖିଛନ୍ତି ସେମାନେ ଘରେ ଶିବଙ୍କର ନଟରାଜ ମୂର୍ତ୍ତି ନିଶ୍ଚୟ ରଖିଥାନ୍ତି l କିନ୍ତୁ ବାସ୍ତୁ ଅନୁସାରେ ଶିବଙ୍କର ନଟରାଜ ମୂର୍ତ୍ତି ତାଣ୍ଡବ ମୂର୍ତ୍ତି ଦେଖିବକୁ ମିଳିଥାଏ l ଶିବଙ୍କର ଏହି ରୂପ ବିନାଶକରି ହୋଇଥିବା କାରଣରୁ ଆପଣ ଶିବ ପାର୍ବତୀଙ୍କର ମୂର୍ତ୍ତି ରଖି ପାରିବେ l ଘରେ ଆପଣ ଇଛା କଲେ ଅନ୍ୟ କୌଣସି ଦେବଦେବୀଙ୍କର ଯୁଗଳ ମୂର୍ତ୍ତି ରଖିପରିବେ l କିନ୍ତୁ ଯଦି ଆପଣ କୁନାସି ନୁର୍ତ୍ୟ ଅନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି ତେବେ ସେହି ଅନୁଷ୍ଠାନର ପ୍ରବେଶ ଦ୍ଵାରର ଡାହାଣ ପଟରେ ନଟରାଜ ମୂର୍ତ୍ତି ରଖିବା ଶୁଭ ହୋଇଥାଏ l
* ଦାମ୍ପତ୍ୟ ଜୀବନ ଓ ପାରିବାରିକ ଜୀବନରେ ଶାନ୍ତି ପାଇଁ ରାଧା କୃଷ୍ଣଙ୍କ ଫଟୋ ପୂଜା କରିବା ଶୁଭ ଅଟେ l ଘରର ଉତର ଦିଗରେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାର ବାସ୍ତୁଦୋଷ କମ ହୋଇଥାଏ l
Comments are closed.