ହିନ୍ଦୁ ଧର୍ମ ଅନେକ ନୀତିନିୟମ କୁ ନେଇ, ସେଥିମଧ୍ୟରୁ ଗୋଟିଏ ହେଉଛି ବସ୍ତ୍ରକୁ ନେଇ, କେଉଁ ବାରରେ କେଉଁ ବସ୍ତ୍ର ପିନ୍ଧିଲେ କେଉଁ ଲାଭ ମିଳିଥାଏ ତାହା ପ୍ରତ୍ୟେକ ବ୍ୟତି ଜାଣିରଖିବା ଜରୁରୀ, ଏହାଦ୍ୱାରା ସମସ୍ତ ଗ୍ରହ ସନ୍ତୁଳିତ ରହିଥାଆନ୍ତି l ଆସନ୍ତୁ ଜାଣିବା କେଉଁ ବାରରେ କେଉଁ ବସ୍ତ୍ର ପିନ୍ଧିବା ଆବଶ୍ୟକ l
* ସୋମବାର ରେ ପିନ୍ଧିବେ କେଉଁ ବସ୍ତ୍ର- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମ ଅର୍ଥାତ ଚନ୍ଦ୍ରଙ୍କ ବାର, ଚନ୍ଦ୍ର ଙ୍କର ପ୍ରିୟ ଅଟେ ଧଳାରଙ୍ଗ l ତେଣୁ ସମବାର ଦିନ ଧଳା ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ l ଏବଂ ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହୋଇଥାଏ l ଏହାଛଡା ମହାଦେବ ମସ୍ତକ ରେ ଚନ୍ଦ୍ର ଙ୍କୁ ଧାରଣ କରିଥିବାରୁ ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ l
* ମଙ୍ଗଳବାର ପିନ୍ଧିବେ କେଉଁ ବସ୍ତ୍ର –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ରେ ମଙ୍ଗଳ ଗ୍ରହ ନିମିତ୍ତ ନାଲିରଙ୍ଗ ର ବସ୍ତ୍ର ଶୁଭ ଅଟେ, ମଙ୍ଗଳାଙ୍କୁ ଲୋହିତ ଗ୍ରହ କୁହାଯାଇଥାଏ l ଲୋହିତ ଅର୍ଥ ନାଲି, ତେଣୁ ଏହାଦ୍ୱାରା ମହାବୀର ହନୁମାଙ୍କ କୃପା ମଧ୍ୟ ପ୍ରପ୍ତ ହୋଇଥାଏ l ଯଦି ମଙ୍ଗଳବାର ରେ ନାଲି ବସ୍ତ୍ର ପିନ୍ଧିବେ ତେବେ ଜ୍ଞାନ ଲାଭ ହୋଇଥାଏ l
* ବୁଧବାର ରେ ପିନ୍ଧନ୍ତୁ ଏହି ରଙ୍ଗ ର ବସ୍ତ୍ର –
ବୁଧବାର ରେ ବୁଦ୍ଧି , ବ୍ୟବସାୟ ର କାରକ ରେ ଉନ୍ନତି ପାଇଁ ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ l ସବୁଜ ରଙ୍ଗ ବୁଧ ଗ୍ରହ ଙ୍କୁ ମଜବୁତ କରିଥାଏ l ଏହାଦ୍ୱାରା ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ, ଏବଂ ଗଣେଶ ଙ୍କ କୃପା ଲାଭ ହୋଇଥାଏ l
* ଗୁରୁବାର ରେ କେଉଁ ବସ୍ତ୍ର –
ଗୁରୁବାର ଡିନାରୀ ଶ୍ରୀହରୀ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ସମର୍ପିତ l ତାଙ୍କର ପ୍ରିୟ ରଙ୍ଗ ହଳଦିଆ ଅଟେ l ଯଦି ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରିବେ ତେବେ ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହେବ l
* ଶୁକ୍ରବାର ରେ ପିନ୍ଧନ୍ତୁ ଏହି ରଙ୍ଗର ବସ୍ତ୍ର –
ଶୁକ୍ରବାର ଦିନଟି ମାତା ଲକ୍ଷ୍ମୀଙ୍କ ଦିନ ଅଟେ, ଏହିଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରିବା ଶୁଭ ହୋଇଥାଏ l ଶୁକ୍ରାଗ୍ରହ ପ୍ରେମ, ବିଳାସ, ଧନ ର କାରକ ଅଟନ୍ତି, ଶୁକ୍ରାଗ୍ରହ ଙ୍କର ପ୍ରିୟ ରଙ୍ଗ ଧଳା, ତେଣୁ ଏହିଦିନ ନାଲି ଓ ଧଳା ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ପ୍ରାପ୍ତି ହୋଇଥାଏ l
* ଶନିବାର ଦିନ ପିନ୍ଧନ୍ତୁ ଏହି ବସ୍ତ୍ର –
ଶନିବାର ଦିନ ଟି ଶନି ଦେବଙ୍କୁ ସମର୍ପିତ, ତେଣୁ ଏହିଦିନ କୌଣସି ଗାଢ଼ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ, ଯେପରି ପାଉଁଶିଆ, କଳା , ଗାଢ଼ ନୀଳ ଇତ୍ୟାଦି ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଶନି ଦେବଙ୍କ କୃପା ରହିଥାଏ l
* ରବିବାର ଦିନ ପିନ୍ଧନ୍ତୁ ଏହି ରଙ୍ଗର ବସ୍ତ୍ର –
ରବିବାର ଦିନଟି ସୂର୍ଯ୍ୟ ଦେବଙ୍କୁ ସମର୍ପିତ, ତେଣୁ ଏହିଦିନ ସୂର୍ଯ୍ୟ ଦେବଙ୍କ କୃପା ପ୍ରାପ୍ତ ହେବା ଦ୍ୱାରା ବ୍ୟକ୍ତି ଜୀବନ ରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ, ତେଣୁ ରବିବାର ଦିନ ନାରଙ୍ଗୀ କିମ୍ବା ନାଲି କିମ୍ବା ସିନ୍ଦୁରି ରଙ୍ଗର ବସ୍ତ୍ର ପିନ୍ଧିବା ଜରୁରୀ l