ଆପଣ ମାନେ ଅଧିକାଂଶ ସମୟରେ ଦେଖି ଥିବେ ଘରେ ବିନା କୌଣସି କାରଣ ରେ ଉତେଜନା ଓ କଳି ଝଗଡ଼ା ଦେଖା ଦେଇଥାଏ । ଏହି କାରଣରୁ ପରସ୍ପର ମଧ୍ୟରେ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ । ଯଦି ଆପଣ ନିଜ ଜୀବନ ରେ ଖୁସି ଚାହୁଁଛନ୍ତି କିମ୍ବା ଶାନ୍ତି ଚାହୁଁଛନ୍ତି ତେବେ ଏହି ୧୫ ଟି ବାସ୍ତୁ ଟିପ୍ସ କୁ ନିହାତି ମନାନ୍ତୁ।
* ନିଜ ଘରେ ସପ୍ତାହ କୁ ଥରେ ଗୁଗୁଳ ରେ ଧୂଆଁ କରନ୍ତୁ , ଏହା ଶୁଭ ବୋଲି ଗ୍ରହଣ କରାଯାଏ ।
* ଯଦି ଆପଣ ଗହମ ରେ ନାଗ କେଶର ଓ ୧୧ଟି ତୁଳସୀ ପତ୍ର ମିଶାଇ ପେଶାଇବେ ତେବେ ସୁଖ ସମୃଦ୍ଧି ଲାଭ ହୋଇଥାଏ ।
* ଘରେ ସୋରିଷ ତେଲ ଦୀପ ରେ ଲବଙ୍ଗ ପକାଇ ଜଳାଇବେ ତେବେ ଏହା ଶୁଭ ଅଟେ ।
* ପ୍ରତି ଗୁରୁବାର ଦିନ ତୁଳସୀ ଚଉରା ରେ କଞ୍ଚା ଦୁଗ୍ଧ ଅର୍ପଣ କରନ୍ତୁ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
* ତାୱା ରେ ରୁଟି ସେକିବା ଆଗରୁ ଦୁଗ୍ଧ ଟିକେ ଛିଞ୍ଚି ଦିଅନ୍ତୁ , ଶୁଭ ହୋଇଥାଏ ।
* ସବୁବେଳେ ଘରର ପ୍ରଥମ ରୁଟି କୁକୁର କିମ୍ବା ଗୋ ମାତା କୁ ଦିଅନ୍ତୁ । ଏହାଦ୍ବାରା ରିଷ୍ଟ ଖଣ୍ଡନ ହେବ ।
* କଦାପି ନିଜ ଘରର ତିନିଟି ଦ୍ଵାର ଗୋଟିଏ ସରଳ ରେଖା ରେ ରଖିବା ଉଚିତ୍ ନୁହେଁ ।
* କଦାପି ନିଜ ଘରେ ଶୁଖିଲା ଫୁଲ ରଖନ୍ତୁ ନାହିଁ ।
* ଘରେ ସାଧୁ ସନ୍ଥ ଙ୍କ ଫଟୋ ଆଶୀର୍ବାଦ ମୁଦ୍ରାରେ ରଖିବା ଶୁଭ ଅଟେ।
* କଦାପି ଘରେ ଭଙ୍ଗା ଭଙ୍ଗୀ ଜିନିଷ ରଖିବା ଉଚିତ୍ ନୁହେଁ । ଏହା ନକାରାତ୍ମକ ଶକ୍ତିକୁ ଟାଣି ଆଣିଥାଏ ।
* ଯଦି ନିଜ ଘର ର ନଳ ଖରାପ ଅଛି ଓ ସେଥିରୁ ପାଣି ପଡ଼ୁଛି ତେବେ ତାହାକୁ ଶୀଘ୍ର ଠିକ୍ କରନ୍ତୁ।
* ଘରେ ତୁଳସୀ ଗଛ ପୂର୍ବ ଦିଗରେ ରଖନ୍ତୁ । ଏହାଦ୍ବାରା ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ ।
* ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର କିମ୍ବା ପୂର୍ବ ଦିଗରେ ଜଳ ର ନିଷ୍କାସନ ଶୁଭ ଅଟେ ।
* ଘରର ଦକ୍ଷିଣ ପୂର୍ବ ଦିଗରେ ସବୁଜ ଗଛ ପତ୍ର ର ଚିତ୍ର ଲଗାଇବା ଶୁଭ ଅଟେ ।