Odisha news

ଘରର ଏହିସବୁ ସ୍ଥାନରେ ଭୁଲ ରେ ମଧ୍ୟ ରଖନ୍ତୁ ନାହିଁ ଲାଫିଂବୁଦ୍ଧା

0
ମାନ୍ୟତା ଅନୁସାରେ ଲାଫିଂବୁଦ୍ଧା ଘରେ ରଖିବା ଦ୍ଵାରା ମାନ ସମ୍ମାନ ଓ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ଘରେ ଯଦି ଆମେ ଘରେ ଠିକ୍ ସ୍ଥାନରେ ରଖିବା ନାହିଁ ତେବେ ଆର୍ଥିକ ଅନାଟନ ର କାରଣ ମଧ୍ୟ ହୋଇଥାଏ । କିନ୍ତୁ ଏହି ଲାଫିଂବୁଦ୍ଧା କୁ ରଖିବାର କେତୋଟି ନୀତି ନିୟମ ରହିଛି , ଯାହାକୁ ଆମେ ମାନିବା ନିହାତି ଜରୁରୀ ଅଟେ ।
* ଉଚ୍ଚତା ଏତିକି ରଖନ୍ତୁ – ଗୋଟିଏ ଲାଫିଂବୁଦ୍ଧା ର ଉଚ୍ଚତା ୩୦ ରୁ ୩୨ ଇଞ୍ଚ୍ ନିହାତି ରହିବା ଉଚିତ୍ । ଏହାଠାରୁ ଅଧିକ ବଡ ଲାଫିଂବୁଦ୍ଧା ଘରେ ରଖିବା ଉଚିତ୍ ନୁହେଁ ।
* ଏହି ସ୍ଥାନରେ ରଖିବା ଉଚିତ୍ ନୁହେଁ – ଲାଫିଂବୁଦ୍ଧା କୁ କଦାପି ରୋଷେଇ ଘର, ଡାଇନିଂ ହଲ୍ କିମ୍ବା ଶୋଇବା ଘରେ ରଖିବା ଉଚିତ୍ ନୁହେଁ ।
* କଦାପି ଲାଫିଂବୁଦ୍ଧା କୁ ସମ୍ପୂର୍ଣ ତଳେ ରଖିବା ଉଚିତ୍ ନୁହେଁ । ମୂର୍ତ୍ତି ଟିକୁ କୌଣସି ଗୋଟିଏ ଜିନିଷ ଉପରେ ରଖିବା ଜରୁରୀ ।
* ମୂର୍ତ୍ତି ଟିକୁ କଦାପି ଅସନା ରଖିବା ଉଚିତ୍ ନୁହେଁ । ସବୁବେଳେ ଲାଫିଂବୁଦ୍ଧା ମୂର୍ତ୍ତି କୁ ଅପରିଷ୍କାର ରଖିବା ଉଚିତ୍ ନୁହେଁ ।
* କଦାପି ଘର ବାହାରେ କିମ୍ବା ଜୋତା ଷ୍ଟାଣ୍ଡ ଉପରେ ଲାଫିଂବୁଦ୍ଧା ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଘରକୁ ଦାରିଦ୍ର୍ୟ ର ଆଗମନ ହୋଇଥାଏ ।
* ସବୁବେଳେ ଲାଫିଂବୁଦ୍ଧା ର ମୁଖ ଘରର ମୁଖ୍ୟ ଦ୍ଵାର ଆଡ଼କୁ ରହିବା ଜରୁରୀ । କାହିଁକି ନା ଏହାଦ୍ବାରା ଘର ଭିତରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।
Leave A Reply