ସାଧାରଣ ଭାବରେ ପିତାମାତା ନିଜ ପିଲା ମାନଙ୍କ କୋଠରୀ ସଜାଇବା ସମୟରେ ତାଙ୍କ ସେଫ୍ଟି ଓ କମ୍ଫର୍ଟ୍ କୁ ଧ୍ୟାନ ରେ ରଖି ଥାଆନ୍ତି । ଏହା ସତ୍ତ୍ବେ ମଧ୍ୟ ଅନେକ ସମୟରେ ପିତାମାତା ନିଜ ସନ୍ତାନ ଙ୍କ ରୁମ୍ କୁ ସଜାଇବା ସମୟରେ ଏଭଳି କିଛି ଜିନିଷ ରଖି ଥାଆନ୍ତି ଯାହା ତାଙ୍କ ଉପରେ କିଛି ମାତ୍ରାରେ ଖରାପ ପ୍ରଭାବ ପକାଇ ଥାଏ ।
– ନିଜ ପିଲା ଙ୍କ କୋଠରୀ ରେ କଦାପି କୌଣସି ଆକ୍ରମଣ କଲାଭଳି ଫଟୋ ରଖନ୍ତୁ ନାହିଁ । କିମ୍ବା ଡରାଉ ଥିବା ଭଳି ଚିତ୍ର ଲଗାନ୍ତୁ ନାହିଁ । ଏହା ଆପଣଙ୍କ ପିଲାର ମନ ଉପରେ ନକାରାତ୍ମକ ଭାବନା ପକାଇବ । ଏହାଛଡା ପିଲା ନିଦରୁ ଉଠିଲେ ଏହାକୁ ଦେଖି ଭୟ ମଧ୍ୟ କରିପାରେ ।
– ଛୋଟ ପିଲାଙ୍କ କୋଠରୀ ରେ କଦାପି କୌଣସି ମାରଣାସ୍ତ୍ର ଯେପରିକି ବାଡ଼ି ଇତ୍ୟାଦି ରଖନ୍ତୁ ନାହିଁ । ଏହାଦ୍ବାରା ପିଲାଟି କୌଣସି ସମୟରେ ମଧ୍ୟ ନିଜକୁ କିମ୍ବା ଅନ୍ୟକୁ ଆଘାତ ଦେଇପାରେ ।
– ସବୁବେଳେ ପିଲାଙ୍କ ମନରେ ସକାରାତ୍ମକ ଭାବନା ଆଣିବା ପାଇଁ ଓ ଆଧ୍ୟାତ୍ମିକ ଭାବନା ଆଣିବା ପାଇଁ ପିଲାଙ୍କ କୋଠରୀ ରେ ଦେବଦେବୀ ଙ୍କ ଫଟୋ ଲଗାନ୍ତୁ । ଏହାଛଡା ନିଜ ପିଲାଙ୍କୁ ଈଶ୍ୱର ଙ୍କ ନିକଟରେ ନିୟମିତ ସକାଳୁ ପ୍ରାର୍ଥନା କରିବା ଶିଖାଇବା ଜରୁରୀ ।
– ନିଜ ପିଲାଙ୍କ କୋଠରୀ ରେ ଜେଜେ – ଜେଜେମା , ଅଜା – ଆଈ ଙ୍କ ଫଟୋ ସହିତ ଅନ୍ୟ ପରିବାର ସଦସ୍ୟ ଙ୍କ ଫଟୋ ରଖନ୍ତୁ । ଏହା ଦ୍ଵାରା ପିଲାଟି ମନରେ ସମସ୍ତ ଙ୍କ ପ୍ରତି ଆଦର ଓ ସମ୍ମାନ ବଢିବ । ସେ ନିଜ ସାଙ୍ଗ ମାନଙ୍କ ସହିତ ଏହାକୁ ବାଣ୍ଟି ମଧ୍ୟ ପାରିବ ।
– କଦାପି ନିଜ ଛୁଆ ମାନଙ୍କ କୋଠରୀ ରେ ଇଲେକ୍ଟ୍ରୋନିକ୍ସ ଜିନିଷ ବୋର୍ଡ ରେ ଲଗାଇ ରଖନ୍ତୁ ନାହିଁ । ଏପରି କରିବା ଦ୍ବାରା ଯେ କୌଣସି ସମୟରେ ପିଲାଟି ର କିଛି ବି କ୍ଷତି ହୋଇପାରେ ।
– ଏଭଳି କିଛି ଜିନିଷ ସଜାନ୍ତୁ ନାହିଁ , ଯାହାଦ୍ଵାରା ପିଲାଟିର କ୍ଷତି ହୋଇପାରେ । ଯେପରିକି କଣ୍ଟା ଗଛ , କୌଣସି ମୁନିଆ ଶୋ ପିସ୍, ଇତ୍ୟାଦି ।
– ନିଜ ପିଲାଙ୍କ କୋଠରୀ ରେ କଦାପି କୌଣସି ଅଶ୍ଳିଳ ଫଟୋ କିମ୍ବା ଅନ୍ୟ ଏଭଳି ଜିନିଷ ରଖନ୍ତୁ ନାହିଁ ଯାହା ମାନସିକ ସ୍ଵାସ୍ଥ୍ୟ କୁ ପ୍ରଭାବିତ କରିବ । ସବୁବେଳେ ନିଜ ସନ୍ତାନ ର ନିକଟତର ହେବାକୁ ଚେଷ୍ଟା କରନ୍ତୁ ।