ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ପ୍ରତ୍ୟେକ କାର୍ଯ୍ୟ ପାଇଁ କିଛି ନା କିଛି ବାସ୍ତୁ ନିୟମ ରହିଥାଏ l ଯେଭଲିକି ନିର୍ଦ୍ଧିଷ୍ଟ ଦିଗକୁ ମୁହଁ କରି ଖାଇବା, ଖାଇବା ପୂର୍ବରୁ ଈଶ୍ୱରଙ୍କୁ ସ୍ମରଣ କରିବା , ସକାଳୁ ଉଠିବା ପରେ ଗୁରୁଜନ ଙ୍କ ଆଶୀର୍ବାଦ ନେବା ଇତ୍ୟାଦି l ସେହିଭଳି ଶୋଇବା କୁ ନେଇ ମଧ୍ୟ ବିଶେଷ ବାସ୍ତୁ ନିୟମ ରହିଛି l ବାସ୍ତୁଶାସ୍ତ୍ର ଅନୁସାରେ ସ୍ୱାମୀସ୍ତ୍ରୀ ଶୋଇବା ପୂର୍ବରୁ କିଛିଟା ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଯାହା ତାଙ୍କ ବୈବାହିକ ଜୀବନ କୁ ସୁଖମୟ କରିବ l କାହିଁକି ଖୁବ ଛୋଟ ଛୋଟ କଥା ବେଳେବେଳେ ସମ୍ପର୍କ ରେ ବଡ଼ ଫାଟ ସୃଷ୍ଟି କରିଥାଏ l
– ସ୍ୱାମୀ ସ୍ତ୍ରୀ ଶୋଇବା ପୂର୍ବରୁ କଦାପି କୌଣସି ଏଭଳି ଚର୍ଚା କରିବା ଉଚିତ ନୁହେଁ , ଯାହା ତାଙ୍କୁ ମାନସିକ ଚାପ ଦେଉଥିବ l ଯାହାଦ୍ୱାରା ଆରୋପ ପ୍ରତ୍ୟାରୋପ ଉଭୟଙ୍କ ମଧ୍ୟରେ ସୃଷ୍ଟି ହେବ l ଏହା ଦାମ୍ପତ୍ୟ ଜୀବନ କୁ ଅଧିକ ଭାରାକ୍ରାନ୍ତ କରିବ ଓ ମାନସିକ ଦୁଶ୍ଚିନ୍ତା ମଧ୍ୟ ବଢାଇବ l ଏପରିସ୍ଥିତି ରେ ଉଭୟ ସ୍ୱାମୀସ୍ତ୍ରୀ ଏଭଳି ଚର୍ଚା କରିବା ଉଚିତ ଯାହା ଉଭୟଙ୍କ ମନରେ ସ୍ନେହ ଓ ପ୍ରେମ ର ଭାବ ସୃଷ୍ଟି କରିବ l
– ସ୍ୱାମୀସ୍ତ୍ରୀ ଶୋଇବା ବିଛଣାକୁ ଯିବା ପରେ ମୋବାଇଲ ଲାପଟପ ରେ ସମୟ ଅତିବାହିତ କରିବା ଉଚିତ ନୁହେଁ l ଏହା ଜୀବନ ସାଥୀଙ୍କ ସହିତ ସମ୍ପର୍କ ଖରାପ କରିବାରେ ଗୋଟିଏ କାରଣ ଅଟେ l ତେଣୁ ସ୍ୱାମୀସ୍ତ୍ରୀ ଏହି ନିରୋଳା ମୁହୁର୍ତରେ ଉଭୟ ଉଭୟଙ୍କୁ ଯେତେ ଅଧିକ ସମୟ ଅତିବାହିତ କରି ସୁନ୍ଦର ଭାବରେ ସମୟ ଅତିବାହିତ କରିବା ଉଚିତ l
– ରାତିରେ ଶୋଇବା ପୂର୍ବରୁ ଗରିଷ୍ଠ ଭୋଜନ ନକରିବା ଆବଶ୍ୟକ l କାହିଁକି ନା ଏହାଦ୍ୱାରା ମାନସିକ ଉତେଜନା ବୃଦ୍ଧି ପାଇଥାଏ ଓ ଦେହ ଅସ୍ବସ୍ତି ବୋଧ ହୋଇଥାଏ , ତେଣୁ ଶୋଇବା ପୂର୍ବରୁ ନିହାତି ଠିକ ରେ ଓ ଶାନ୍ତିରେ ଶୋଇବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ l
– କଦାପି ସ୍ୱାମୀ ସ୍ତ୍ରୀ ଶୋଇବା ପୂର୍ବରୁ ଝଗଡା କିମ୍ବା ମନାନ୍ତର ହୋଇ ବିଛଣା କୁ ଯିବା ଉଚିତ ନୁହେଁ, ଏହା ସେମାନଙ୍କ ଦାମ୍ପତ୍ୟ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହିତ ଘରର ବାତାବରଣ କୁ ମଧ୍ୟ ପ୍ରଭାବିତ କରିବ l
