ନିକଟରେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନିଙ୍କ ରାଧିକା ମର୍ଚାଣ୍ଟ ଙ୍କ ର ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ସମାପନ ହୋଇଯାଇଛି l ଏଠାରେ ତାଙ୍କୁ ଦେଖିବାକୁ ମିଳିଥିଲା ଯେ ସେ ପୂର୍ବଭଳି ମୋଟା ହୋଇ ଯାଇଥିଲେ l ଅନେକ ଭିୟୁଅର୍ଶ ତାଙ୍କ ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ତାଙ୍କର ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l କାହିଁକି ନା ଏହା ପୂର୍ବରୁ ଅନନ୍ତ ଅମ୍ବାନୀ ଅଧିକ ମେଦବହୁଳତା କାରଣରୁ ନିଜର ୧୦୮ କେଜି ଓଜନ କମାଇଥିଲେ l କିନ୍ତୁ ପୂର୍ବ ସ୍ଥିତିରେ ତାଙ୍କୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ଅନନ୍ତ ଅମ୍ବାନୀ କିଛି ବର୍ଷ ପୂର୍ବରୁ କୋଚ ବିନୋଦ ଚାନ୍ନା ଙ୍କ ତତ୍ୱାବଧାନରେ ଓଜନ ହ୍ରାସ କରିଥିଲେ l
ସେହି ସମୟରେ ସେ ୫ -୬ ଘଣ୍ଟା ବ୍ୟାୟାମ କରିଥିଲେ, ଯେଉଁଥିରେ ୨୧ କିଲୋମିଟର ଚାଲିବା, ଯୋଗାସନ, ୱାର୍କ ଆଉଟ ମଧ୍ୟ ସାମିଲ ରହିଥିଲା l
ଅନେକ ସମୟରେ ଏହା ଦେଖିବାକୁ ମିଳିଥାଏ ଯେ କିଛି ଲୋକ ଓଜନ ହ୍ରାସ କରି ପୁନର୍ବାର ମେଦବହୁଳତା ର ଶିକାର ମଧ୍ୟ ହୋଇ ଥାଆନ୍ତି ,କିନ୍ତୁ ଏହା କାହିଁକି ଘଟିଥାଏ ଓ ଏହାକୁ ନେଇ କଣ ରହିଛି ଏକ୍ସପର୍ଟ ଙ୍କ ମତ ଆସନ୍ତୁ ଜାଣିବା l
– ବିଶେଷଜ୍ଞ ଙ୍କ ମତରେ ଯେତେବେଳେ ଜଣେ ଓଜନ ହ୍ରାସ କରିବା ଆରମ୍ଭ କରିଥାଏ, ସେତେବେଳେ ନିଜ ଖାଦ୍ୟରେ ହେଲଦି ଫ୍ୟାଟ ଯୁକ୍ତ ଖାଦ୍ୟ, ପ୍ରୋଟିନ, ଲୋ -କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ, ବିଭିନ୍ନ ପନିପରିବା, ଫଳ, ଫଳ, ପାଣିର ଇତ୍ୟାଦି ନିୟମିତ ସେବନ କରିବା ଆବଶ୍ୟକ l ଏହାଛଡା ନିୟମିତ ବ୍ୟାୟାମ, ଯୋଗାସନ, ପିଜିକାଲ ୱାର୍କ ଆଉଟ ନିହାତି କରନ୍ତୁ l କିନ୍ତୁ ଏହାକୁ ମେଣ୍ଟଣ କରିବା ଆବଶ୍ୟକ, ନଚେତ ଓଜନ ବୃଦ୍ଧି ହେବାର ଦେଖା ଯାଇଥାଏ l
– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ କିଛିଟା ଲୋକ ଓଜନ ହ୍ରାସ କରିବା ପରେ ପୁରୁଣା ଜୀବନ ଶୈଳୀ କୁ ପୁନର୍ବାର ଆପଣାଇ ନେଇଥାଆନ୍ତି l ହେଲ୍ଥ ଲାଇନ ର ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତି ଓଜନ ହ୍ରାସ ପରେ କୌଣସି ପୁରୁଣା ଜୀବନ ଶୈଳୀ କୁ ଆପଣାଇବାକୁ ଲାଗିଥାଏ ଏହା ତାର ପୁନର୍ବାର ଓଜନ ବୃଦ୍ଧିର କାରଣ ହୋଇଥାଏ l
– ଯେତେବେଳେ ଓଜନ ହ୍ରାସ ହୋଇଥାଏ ସେତେବେଳେ ଶରୀରରେ ଭୋକର ହର୍ମୋନ ବଢିବାକୁ ଲାଗିଥାଏ l ଏହାଛଡା କ୍ୟାଲୋରୀ ଯୁକ୍ତ ଖାଦ୍ୟ କାରଣରୁ ମସଲସ ଲସ ହେବାଦ୍ବାରା ମେଟାବୋଲିଯିମ ସ୍ଲୋ ହୋଇ ଯାଇଥାଏ l ମେଟାବୋଲିଯିମ ସ୍ଲୋ ହେବାପରେ ଯଦି କେହି ସାମାନ୍ୟ ଖାଦ୍ୟ ମଧ୍ୟ ଖାଇଥାଏ ତେବେ ତାର ଓଜନ ବୃଦ୍ଧି ପୁନର୍ବାର ହୋଇଥାଏ l
– ୨୦୨୩ ର ଗୋଟିଏ ଅଧ୍ୟୟନ ଅନୁସାରେ କିଶୋର ଅବସ୍ଥାରେ ଡାଏଟିଂ କରିବା ଦ୍ୱାରା ଭବିଷ୍ୟତ ରେ ମୋଟାପା ଓ ଇଟିଙ୍ଗ ଡ଼ିସ ଅର୍ଡ଼ର ର ବିପଦ ବୃଦ୍ଧି ହୋଇଥାଏ l
– ଯଦି ଓଜନ ହ୍ରାସ ପରେ ମଧ୍ୟ ଆମେ ପୁନର୍ବାର ପୂର୍ବ ଭଳି ଭୋଜନ କରିବା ଆରମ୍ଭ କରିଥାଉ ଓଜନ ଦ୍ରୁତ ଗତିରେ ବୃଦ୍ଧି ହେବାର ଆଶଙ୍କା ରହିଥାଏ l
– ଅଧିକ ଷ୍ଟ୍ରେସ ନେବା ଦ୍ୱାରା କାର୍ଟିସୋଲ ହର୍ମୋନ ବୃଦ୍ଧି ହୋଇଥାଏ ଯାହାଦ୍ୱାରା ଓଜନ ବୃଦ୍ଧି ର ବିପଦ ବଢି ଯାଇଥାଏ l
– ନଚେତ ଓଜନ ହ୍ରାସ ପରେ ଆମେ ଯେତିକି ଫିଜିକାଲ ଆକ୍ଟିଭିଟି କରିଥାଉ ତାହା କମି ଯାଇଥାଏ ଯାହାଦ୍ୱାରା ଓଜନ ବୃଦ୍ଧିର ସମ୍ଭାବନା ରହିଥାଏ l
– କିଛି ଲୋକଙ୍କ କୌଣସି ନା କୌଣସି ରୋଗ ବୈରାଗ କାରଣରୁ ଔଷଧ ସେବନ କରିବାକୁ ପଡିଥାଏ ଯାହାଦ୍ୱାରା ଓଜନ ବୃଦ୍ଧି ହୋଇଥାଏ l ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଓଜନ ହ୍ରାସ ପରେ କଦାପି ଫିଜିକାଲ ୱାର୍କ ଆଉଟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଣାଳୀ କୁ ଛାଡିବା ଉଚିତ ନୁହେଁ l
