Odisha news

ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

0

ବାରିପଦା  : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକତ୍ତୋର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରର ପ୍ରସଙ୍ଗ ଥିଲା ଓଡ଼ିଆ ସମାଲୋଚନା ସାହିତ୍ୟ । କଲେଜର ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ପଣ୍ଡା ଆନୁଷ୍ଠାନିକ ଭାବେ ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ । ଅତିଥି ଆଲୋଚକ ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ଜୟନ୍ତ ଦାସ ଓ ରାଇରଙ୍ଗପୁର କଲେଜର ପ୍ରଫେସର ଡଃ ମିଲନ ମହାନ୍ତ ଯୋଗଦେଇ ଓଡ଼ିଆ ସମାଲୋଚନା ସାହିତ୍ୟ ଦିଗ ବିଦିଗ ସମ୍ପକର୍କରେ ସବିଶେଷ ଆଲୋକପାତ କରିଥିଲେ । ଉତ୍ସବର ପ୍ରାରମ୍ଭରେ ଅଧ୍ୟାପକ ଡଃ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ପିଜି ଦ୍ୱିତୀୟ ବର୍ଷର ଛାତ୍ରୀ ସନ୍ତୋଷିନୀ ଗିରି ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡଃ ରୀନା ମୁର୍ମୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ପ୍ରବନ୍ଧ ପାଠ କାଟିଥିଲେ ଦ୍ୱିତୀୟ ବର୍ଷର ଛାତ୍ରୀ ସନ୍ତୋଷିନୀ, ବିଶ୍ୱେଶ୍ୱରୀ ଏବଂ ବର୍ଷାରାଣୀ । ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଡଃ ଦୟାନିଧି ପରିଡ଼ା, ଛନ୍ଦିତା ବିଶ୍ୱାଳ ଓ ଅଜୟ ରାଉତ କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ସହାୟତା କରିଥିଲେ ।

Nalco
Leave A Reply