Odisha news

କ୍ରିକେଟ ଖେଳୁଥିବାବେଳେ ତଳେ ପଡି ଯୁବକ ମୃତ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରୀ ମିନିଷ୍ଟାଡିୟମ ଠାରେ ଜଣେ ଯୁବକ କ୍ରିକେଟ ଖେଳୁଥିବାବେଳେ ତଳେ ପଡି ଯୁବକଙ୍କ ମୃତୁ୍ୟ ହେବା ପରି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ଖେଳାଳୀ ଜଣଙ୍କ ହେଲେ ମାଣତ୍ରୀର ବୈଦନାଥ କରଙ୍କ ଏକ ମାତ୍ର ପୁଅ ବିକାଶ(୨୮) । ଘଟଣାରୁ ପ୍ରକାଶ ଯେ, ମାଣତ୍ରୀ ମିନିଷ୍ଟାଡିୟମ ଠାରେ ରବିବାର ସାଙ୍ଗ ମାନଙ୍କ ସହିତ ବିକାଶ କ୍ରିକେଟ ମ୍ୟାଚ ଖେଳୁଥିବାବେଳେ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ । ସାଥି ଖେଳାଳୀ ତାଙ୍କୁ ସଙ୍ଗେ ସଙ୍ଗେ ମାଣତ୍ରୀ ଡାକ୍ତରଖାନାକୁ ନେଇଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କ୍ରିକେଟ ଖେଳୁଥିବାବେଳେ ଖେଳାଳୀ ବିକାଶଙ୍କ ଅବିଶ୍ୱସନୀୟ ମୃତୁ୍ୟ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳାଇ ଦେଇଛି । ଏହି ଖବର ପ୍ରଚାରିତ ହେବାପରେ ମାଣତ୍ରୀ ଫାଣ୍ଡି ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଶବଟିକୁ ପରିବାରଙ୍କୁ ହସ୍ତାନ୍ତର କରିଥିଲେ ।

Ad2
Leave A Reply