Odisha news

୭ଦିନିଆ ଏନ୍ଏସଏସ ରାଷ୍ଟ୍ରୀୟ ସଂହତି ଶିବିରରେ ଓଡିଶା ଦଳର ଯୋଗଦାନ

0

ବାରିପଦା : ରାଷ୍ଟ୍ରୀୟ ସେବା ଯୋଜନା ଆନୁକୁଲ୍ୟରେ ୭ଦିନ ବ୍ୟାପୀ ଜାନୁଆରୀ ୫ ରୁ ୧୧ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସଂହତି ଶିବିର ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଡେରା ନତୁଙ୍ଗ ସରକାରୀ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ଫକିର ମୋହନ ବିଶ୍ୱବିଦ୍ୟାଳୟରୁ ମୋଟ ୧୦ଜଣ ଛାତ୍ରଛାତ୍ରୀ, କରଞ୍ଜିଆ ସ୍ୱଂୟ ଶାସିତ ମହାବିଦ୍ୟାଳୟ ର ଏନଏସଏସ କାର୍ଯ୍ୟକ୍ରମ ଅଫିସର ଅଧ୍ୟାପକ ସିପୁନ କୁମାର ଦାସଙ୍କ ନେତୃତ୍ୱରେ ଯୋଗ ଦେଇଥିଲେ । ଏହି ଶିବିରରେ ଦେଶର ୧୫ଗୋଟି ରାଜ୍ୟରୁ ଏନଏସଏସ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ ଓ ଏହା ଏକ ରାଷ୍ଟ୍ରୀୟ ଶିବିରଥିଲା । ଏହି କ୍ୟାମ୍ପର ମୁଖ୍ୟ ଲକ୍ଷ୍ୟ ଥିଲା ଦେଶର ଯୁବକ ମାନଙ୍କ ମଧ୍ୟରେ ଥିବା ସଂକୀର୍ଣ୍ଣ ଆଞ୍ଚଳିକତାମନାକୁ ଦୂରକାରୀ ଏକ ଶ୍ରେଷ୍ଠ ଭାରତ ବର୍ଷ ଗଠନ କରିବା । ବିକଶିତ ଯୁବା ବିକଶିତ ଭାରତ ଏହାର । ଆସୁବାକ୍ୟ ଥିଲା । ଏହି ଶିବିରରେ ପ୍ରତ୍ୟେକ ଦିନ ପ୍ରଭାତରେ ଯୋଗ ଓ ପ୍ରାଣାୟାମ ଶିଖାଯାଉଥିଲା ଓ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସ୍ୱେଚ୍ଛାସେବୀ ମାନେ ନିଜ ରାଜ୍ୟର ସାଂସ୍କୃତିକ କଳା ପ୍ରଦର୍ଶନ କରୁଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଅନ୍ୱେଷଣ ପାଇଁ ବିଭିନ୍ନ ପ୍ରତିଯୋଗୀତା ହୋଉଥିଲା । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀ ସମୀର ମହାରଣା, ଦିଗୀମନି ମୁର୍ମୁ, ସୁଷମା ମହାନ୍ତ, ଚୈତନ୍ୟ ସିଂହ, ସୀମା ସାହା ଓ ଫକିର ମୋହନ ବିଶ୍ୱବିଦ୍ୟାଳୟରୁ ବିମଳ ମାଲିକ, ବିକାଶ ମାଝୀ, ଅଙ୍କିତା ଦାସ, ବର୍ଷା ପ୍ରିୟର୍ଶିନୀ ମହାନ୍ତି, ହୃଷୀକେଶ ତିଆଡି ରହିଥିଲେ । ଏହି କ୍ୟାମ୍ପ ପ୍ରତିଭାଗି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୂତନ ଆଲୋକ ସଂଚାର ତଥା ଅନ୍ୟ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରି ପାରିଥିବା କଥା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ବୁ୍ୟରୋ ସଂଯୋଜକ ଡଃ ବସନ୍ତ କୁମାର ମହାନ୍ତ ତଥା ଜିଲ୍ଲା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡଃ ଅନାମ ଚରଣ ରାଉଳ ପ୍ରକାଶ କରିଛନ୍ତି । ଦୁଇ ବିଶ୍ୱବିଦ୍ୟାଳୟ ତରଫରୁ ଓଡିଶାର ଏନଏସଏସ ରିଜିଓନାଲ ଡାଇରେକ୍ଟର ସୁଶ୍ରୀ ସରିତା ପଟ୍ଟେଲ ଓ ରାଜ୍ୟ ନୋଡାଲ ଅଧିକାରୀ ଡଃ ରମେଶ ବେହେରାଙ୍କୁ ଧନ୍ୟବାଦ ଦିଆଯାଇଛି ।

Ad2
Leave A Reply