Odisha news

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀଙ୍କୁୁ ଆଜୀବନ କାରାଦଣ୍ଡ

0

ବାରିପଦା  : ଏକ ହତ୍ୟା ମାମଲାର ବିଚାର କରି ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ଅଭିଯୁକ୍ତ ରାମଜିତ୍ ଟୁଡୁ(୫୫)ଙ୍କୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିର କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକବର୍ଷ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଏପିପି ପଙ୍କଜ ଦାସ ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ୨୦୨୧ ଅକ୍ଟୋବର ୨୯ ତାରିଖରେ ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମର ରାମଜିତ୍ ଟୁଡୁ ଓ ତାଙ୍କ ସ୍ତ୍ରୀ ଆଶମାତ୍ଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ତ୍ରୀଙ୍କୁ ରାମଜିତ୍ ଅମାନୁଷିକ ଭାବେ ବାଉଁଶ ବାଡିରେ ପିଟିପିଟି ହତ୍ୟା କରିଥିଲେ । ଏନେଇ ଆଶମାତ୍ଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ବିଶୋଇ ଥାନାରେ ୧୩୫/୨୧ରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ରାମଜିତ୍ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଶୁକ୍ରୁବାର ୨୧ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରକ୍ତ ରାୟ ପ୍ରଦାନ କରିଛନ୍ତି ।

Nalco
Leave A Reply