Odisha news

ଉଦ୍ଘାଟିତ ହେଲା ବାରିପଦା ଅଭିଯୋଗ ପ୍ରତିବିଧାନ ମଞ୍ଚ

0

ବାରିପଦା  : ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଅଧିନସ୍ଥ ଉଦଳା ଓ ବାରିପଦା ଗ୍ରାହକ ସେବା କେନ୍ଦ୍ରର ନବୀକରଣ ଗୃହ ଉଦ୍ଘାଟିତ ହୋଇଯାଇଛି । ଏହା ସହ ବାରିପଦା ଅଭିଯୋଗ ପ୍ରତିବିଧାନ ମଞ୍ଚର(ଜିଆରଏଫ୍)ର ମଧ୍ୟ ଲୋକାର୍ପଣ କରାଯାଇଛି । ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟିପିଏନଓଡିଏଲ୍ ସିଇଓ ଭାସ୍କର ସରକାର ଯୋଗଦେଇ ଏହାର ଲୋକାର୍ପଣ କରିଥିବାବେଳେ ଚିଫ୍ ଅପରେସନ୍ ନିଲେସ ଫୋଟଫଡେ, ସିନିଅର୍ ଜିଏମ ଶରତ ଚନ୍ଦ୍ର ମହାଳିକ ଓ ଏସସି ହରିଶ୍ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସିଇଓ ଶ୍ରୀ ସରକାର କହିଥିଲେ ଯେ, ନିଜର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ତଥା ସେବା ବିତରଣ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିବା ପାଇଁ ଟିପିଏନଓଡିଏଲ୍ ବିଶେଷ ଧ୍ୟାନ ଦେଇ ଆସିଛି । ମୁଖ୍ୟତଃ ଉପଭୋକ୍ତାମାନଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଓ ସେମାନଙ୍କ ହାତ ପାଆନ୍ତାରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ୱ ଦେଉଛି । ଉପଭୋକ୍ତାମାନଙ୍କ ବିଦୁ୍ୟତ ସେବା ସମ୍ପର୍କିତ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଗ୍ରାହକ ସେବା କେନ୍ଦ୍ର ଉପଲବ୍ଧ କରଯାଇଛି । ଏଠାରେ ଉପଭୋକ୍ତା ବିଦୁ୍ୟତ୍ ସେବା ସମ୍ପର୍କିତ ନିଜର ଦ୍ୱନ୍ଦ୍ୱ ଦୂର କରିବା, ସମସ୍ୟାର ସମାଧାନ କରିବା ସହିତ ବିଲ ପୈଠ ମଧ୍ୟ କରିପାରିବେ । ସେହିପରି ସଠିକ ଏବଂ ସ୍ୱଚ୍ଛ ବିଦୁ୍ୟତ୍ ବିଲ୍ ପ୍ରଦାନ କରିବା ଉପରେ ଟିପିଏନଓଡିଏଲ ଗୁରୁତ୍ୱ ଦେଉଛି । ଯାହାକି ଉପଭୋକ୍ତାଙ୍କ ବୁଝିବା ପାଇଁ ସହଜ ଓ କୌଣସି ଅସଙ୍ଗତି ଥିଲେ ସଂଶୋଧନ କରିବା ପ୍ରକ୍ରିୟା ମଧ୍ୟ ସହଜ ଅଟେ । ଗ୍ରାହକମାନଙ୍କ ବିଦୁ୍ୟତ୍ ସେବା ସମ୍ପର୍କିତ ଅଭିଯୋଗର ସମାଧାନ ପାଇଁ ଜିଆରଏଫ୍ ମଧ୍ୟ ଉପଲବ୍ଧ କରଯାଇଥିବା ଏବଂ ବାରିପଦା ଜିଆରଏଫ୍ ନୂତନ ସଭାପତି ଭାବେ ବ୍ରଜ ସୁନ୍ଦର ପରିଡାଙ୍କୁ ନିଯୁକ୍ତି ଦିଆଯାଇଥିବା ସେ ଦର୍ଶାଇଥିଲେ ।

Ad2
Leave A Reply